ବାର ଉପରେ ଅବକାରୀ ବିଭାଗର ଚଢ଼ାଉ । ବିପୁଳ ପରିମାଣରେ ନକଲି ମଦ, ଠିପି ଓ ଷ୍ଟିକର ଜବତ

କନକବ୍ୟୁରୋ:କଟକ ଜିଲ୍ଲା ନିଶ୍ଚିନ୍ତ  କୋଇଲି ବଜାରରେ ଏକ ବାର ଉପରେ ଅବକାରୀ ବିଭାଗର ଚଢ଼ାଉ । ଏସ୍‌ ଆର ବାର ଉପରେ ୧୦ ଜଣିଆ ଟିମ୍ ଅତର୍କିତ ଚଢ଼ାଉ କରିଛନ୍ତି।  ଏହି ବାରରୁ ବ୍ୟାପକ ନକଲି ମଦ, ଠିପି, ଷ୍ଟିକର ଜବତ କରିଛି ଅବକାରୀ ବିଭାଗ । ଡେପୁଟି କମିଶନର ଅରୂପା ପାଣିଗ୍ରାହୀ ନେତୃତ୍ୱରେ ଆଜି ସକାଳୁ ଭଦ୍ରେଶ୍ୱର ଥାନା ଅଧୀନ ଝଡ଼େଶ୍ୱରପୁର ଗ୍ରାମରୁ ବିପୁଳ ପରିମାଣର ନକଲି ମଦ ଜବତ କରିଥିଲେ। ୩ ଜଣକୁ ଅଟକ ରଖି ତଦନ୍ତ ଚାଲିଛି । କେନ୍ଦୁପାଟଣା ଅବକାରୀ କାର୍ଯ୍ୟାଳୟରେ ଅଟକ ରଖି ଜେରା କରୁଛି। 

ବାର ଉପରେ ଅବକାରୀ ବିଭାଗର ଚଢ଼ାଉ । ବିପୁଳ ପରିମାଣରେ ନକଲି ମଦ, ଠିପି ଓ ଷ୍ଟିକର ଜବତ

କନକବ୍ୟୁରୋ:କଟକ ଜିଲ୍ଲା ନିଶ୍ଚିନ୍ତ  କୋଇଲି ବଜାରରେ ଏକ ବାର ଉପରେ ଅବକାରୀ ବିଭାଗର ଚଢ଼ାଉ । ଏସ୍‌ ଆର ବାର ଉପରେ ୧୦ ଜଣିଆ ଟିମ୍ ଅତର୍କିତ ଚଢ଼ାଉ କରିଛନ୍ତି। 

ଏହି ବାରରୁ ବ୍ୟାପକ ନକଲି ମଦ, ଠିପି, ଷ୍ଟିକର ଜବତ କରିଛି ଅବକାରୀ ବିଭାଗ । ଡେପୁଟି କମିଶନର ଅରୂପା ପାଣିଗ୍ରାହୀ ନେତୃତ୍ୱରେ ଆଜି ସକାଳୁ ଭଦ୍ରେଶ୍ୱର ଥାନା ଅଧୀନ ଝଡ଼େଶ୍ୱରପୁର ଗ୍ରାମରୁ ବିପୁଳ ପରିମାଣର ନକଲି ମଦ ଜବତ କରିଥିଲେ। ୩ ଜଣକୁ ଅଟକ ରଖି ତଦନ୍ତ ଚାଲିଛି । କେନ୍ଦୁପାଟଣା ଅବକାରୀ କାର୍ଯ୍ୟାଳୟରେ ଅଟକ ରଖି ଜେରା କରୁଛି।