ବାରିପଦାରେ ବୁଲୁଛି ବାଘ: ଲୋକେ ଭୟଭୀତ, ଖୋଜୁଛି ବନବିଭାଗ
ବାରିପଦା ୧୭/୦୫: ବାରିପଦା ସହର ଭିତରେ ବାଘ ଆତଙ୍କ । ଭଞ୍ଜପୁର ସ୍ଥିତ ବୁଢ଼ୀଖମାରୀ ସାହି ଠାରେ ସ୍ଥାନୀୟ ଲୋକେ ବାଘ ଦେଖି ଭୟଭୀତ ଥିବା କହିଥିବା ବେଳେ ପ୍ରାୟ ସକାଳ ୬.୩୦ ରେ ଦେଖା ଯାଇଥିବା ସୂଚନା । ବନ ବିଭାଗ ପହଞ୍ଚି ବାଘକୁ ଖୋଜୁଛି। ସେପଟେ ବାଘ କଥା ଜଣାପଡିବା ପରେ ଲୋକେ ଭୟଭୀତ ହୋଇପଡିଛନ୍ତି । ସୂଚନା ଥାଉକି, ଲୋକେ ସକାଳୁ ସକାଳୁ ବାଘ ବୁଲୁଥିବା ଦେଖିବାକୁ ପାଇଥିଲେ । ସଂଗେ ସଂଗେ ବନବିଭାଗକୁ ଖବର ଦେଇଥିଲେ । ବନବିଭାଗ ପହଞ୍ଚି ଯାଞ୍ଚ ଆରମ୍ବ କରିଛି ।
ବାରିପଦା ୧୭/୦୫: ବାରିପଦା ସହର ଭିତରେ ବାଘ ଆତଙ୍କ । ଭଞ୍ଜପୁର ସ୍ଥିତ ବୁଢ଼ୀଖମାରୀ ସାହି ଠାରେ ସ୍ଥାନୀୟ ଲୋକେ ବାଘ ଦେଖି ଭୟଭୀତ ଥିବା କହିଥିବା ବେଳେ ପ୍ରାୟ ସକାଳ ୬.୩୦ ରେ ଦେଖା ଯାଇଥିବା ସୂଚନା । ବନ ବିଭାଗ ପହଞ୍ଚି ବାଘକୁ ଖୋଜୁଛି। ସେପଟେ ବାଘ କଥା ଜଣାପଡିବା ପରେ ଲୋକେ ଭୟଭୀତ ହୋଇପଡିଛନ୍ତି ।
ସୂଚନା ଥାଉକି, ଲୋକେ ସକାଳୁ ସକାଳୁ ବାଘ ବୁଲୁଥିବା ଦେଖିବାକୁ ପାଇଥିଲେ । ସଂଗେ ସଂଗେ ବନବିଭାଗକୁ ଖବର ଦେଇଥିଲେ । ବନବିଭାଗ ପହଞ୍ଚି ଯାଞ୍ଚ ଆରମ୍ବ କରିଛି ।