ବାଲାଂଦେଶରେ Indigo ବିମାନର ଜରୁରୀକାଳୀନ ଅବତରଣ, ଫସି ରହିଲେ କଂଗ୍ରେସ ନେତା
ମୁମ୍ଵାଇ ୧୩।୦୧: ଶନିବାର ଅର୍ଥାତ୍ ଆଜି ସକାଳେ ମୁମ୍ବାଇରୁ ଗୌହାଟୀ ଯାଉଥିବା ଏକ ଇଣ୍ଡିଗୋ ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା। ଯାହା ଦେଶ ବାହାରେ ଅର୍ଥାତ୍ ବାଂଲାଦେଶରେ ଅବତରଣ ହୋଇଥିଲା। ଢାକା ବିମାନବନ୍ଦର ଅଧିକାରୀମାନେ ଭାରତୀୟ ବିମାନର ଜରୁରୀ ଅବତରଣ ଖବର ପାଇବା ମାତ୍ରେ ଆତଙ୍କ ଖେଳିଯାଇଥିଲା। ଅନୁସନ୍ଧାନରୁ ଜଣାପଡିଛି ଯେ ଘନ କୁହୁଡ଼ି ହେତୁ ବିମାନ ଗୌହାଟୀ ବିମାନ ବନ୍ଦରରେ ଅବତରଣ କରିପାରି ନଥିଲା। ତେଣୁ ଆସାମ ଠାରୁ ୪୦୦ କିଲୋମିଟର ଦୂରରେ ଥିବା ଢାକାକୁ ବିମାନ ଡାଇଭର୍ଟ କରାଯାଇଥିଲା। ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ମୁମ୍ବାଇର ଯୁବ କଂଗ୍ରେସର ପୂର୍ବତନ ମୁଖ୍ୟ ସୁରଜ ସିଂ ଠାକୁର ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରି ଏହି ବିଷୟରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ ସେ ମୁମ୍ବାଇରୁ ଗୌହାଟୀକୁ ଉଡାଣ ଭରିଥିଲେ । ସେ ଇମ୍ଫାଲରେ କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ଯୋଗଦେବାକୁ ଯାଉଥିଲେ। କିନ୍ତୁ ବଧା ମଝିରେ ହଠାତ୍ ବିମାନଟି ଡାଇଭର୍ଟ ହୋଇଯାଇଥିଲା। ବିମାନ କର୍ମଚାରୀମାନେ ଜାଣିବାକୁ ପାଇଲେ ଯେ ପାଗ ଅତ୍ୟନ୍ତ ଖରାପ ଅଟେ। ଘନ କୁହୁଡି ଅଛି, ତେଣୁ କ୍ରୁ ସଦସ୍ୟମାନେ କୌଣସି ବିପଦ ନେବାକୁ ଚାହାଁନ୍ତି ନାହିଁ । କମ୍ପାନୀ ଏବଂ ବିମାନବନ୍ଦର ଅଧିକାରୀଙ୍କ ସହ କଥାବାର୍ତ୍ତା ହେବା ପରେ ସେ ବିମାନକୁ ଡାଇଭର୍ଟ କରାଇଥିଲେ। ଏହି ପ୍ରସଙ୍ଗରେ ଆଶ୍ଚର୍ଯ୍ୟ କଥା ହେଉଛି ଯେ ଜରୁର
ମୁମ୍ଵାଇ ୧୩।୦୧: ଶନିବାର ଅର୍ଥାତ୍ ଆଜି ସକାଳେ ମୁମ୍ବାଇରୁ ଗୌହାଟୀ ଯାଉଥିବା ଏକ ଇଣ୍ଡିଗୋ ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା। ଯାହା ଦେଶ ବାହାରେ ଅର୍ଥାତ୍ ବାଂଲାଦେଶରେ ଅବତରଣ ହୋଇଥିଲା। ଢାକା ବିମାନବନ୍ଦର ଅଧିକାରୀମାନେ ଭାରତୀୟ ବିମାନର ଜରୁରୀ ଅବତରଣ ଖବର ପାଇବା ମାତ୍ରେ ଆତଙ୍କ ଖେଳିଯାଇଥିଲା। ଅନୁସନ୍ଧାନରୁ ଜଣାପଡିଛି ଯେ ଘନ କୁହୁଡ଼ି ହେତୁ ବିମାନ ଗୌହାଟୀ ବିମାନ ବନ୍ଦରରେ ଅବତରଣ କରିପାରି ନଥିଲା। ତେଣୁ ଆସାମ ଠାରୁ ୪୦୦ କିଲୋମିଟର ଦୂରରେ ଥିବା ଢାକାକୁ ବିମାନ ଡାଇଭର୍ଟ କରାଯାଇଥିଲା। ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।
ମୁମ୍ବାଇର ଯୁବ କଂଗ୍ରେସର ପୂର୍ବତନ ମୁଖ୍ୟ ସୁରଜ ସିଂ ଠାକୁର ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରି ଏହି ବିଷୟରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ ସେ ମୁମ୍ବାଇରୁ ଗୌହାଟୀକୁ ଉଡାଣ ଭରିଥିଲେ । ସେ ଇମ୍ଫାଲରେ କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ଯୋଗଦେବାକୁ ଯାଉଥିଲେ। କିନ୍ତୁ ବଧା ମଝିରେ ହଠାତ୍ ବିମାନଟି ଡାଇଭର୍ଟ ହୋଇଯାଇଥିଲା। ବିମାନ କର୍ମଚାରୀମାନେ ଜାଣିବାକୁ ପାଇଲେ ଯେ ପାଗ ଅତ୍ୟନ୍ତ ଖରାପ ଅଟେ। ଘନ କୁହୁଡି ଅଛି, ତେଣୁ କ୍ରୁ ସଦସ୍ୟମାନେ କୌଣସି ବିପଦ ନେବାକୁ ଚାହାଁନ୍ତି ନାହିଁ । କମ୍ପାନୀ ଏବଂ ବିମାନବନ୍ଦର ଅଧିକାରୀଙ୍କ ସହ କଥାବାର୍ତ୍ତା ହେବା ପରେ ସେ ବିମାନକୁ ଡାଇଭର୍ଟ କରାଇଥିଲେ।
ଏହି ପ୍ରସଙ୍ଗରେ ଆଶ୍ଚର୍ଯ୍ୟ କଥା ହେଉଛି ଯେ ଜରୁରୀକାଳୀନ କାରଣରୁ ଇଣ୍ଡିଗୋ ବିମାନ ଅନ୍ୟ ଦେଶରେ ଅବତରଣ କରିବାକୁ ପଡିଲା, ଏପରି ପରିସ୍ଥିତିରେ ସମସ୍ତ ଯାତ୍ରୀ ପାସପୋର୍ଟ ବିନା ଅନ୍ୟ ଦେଶରେ ପହଞ୍ଚିଥିଲେ । ଏହି କାରଣରୁ ସେମାନେ ବିମାନରୁ ଓହ୍ଲାଇ ନାହାଁନ୍ତି, କିନ୍ତୁ ପାଗ ଭଲ ହେବା ପାଇଁ ଅପେକ୍ଷା କରିଛନ୍ତି। ବିମାନରେ ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି ।
The post ବାଲାଂଦେଶରେ Indigo ବିମାନର ଜରୁରୀକାଳୀନ ଅବତରଣ, ଫସି ରହିଲେ କଂଗ୍ରେସ ନେତା appeared first on Prameya News7.