ବାଲାୟୋଗି ଅଡିଟରିୟମ୍ରେ ପ୍ରଧାନମନ୍ତ୍ରୀ ମୋଦୀ ଦେଖିଲେ ‘ସାବରମତୀ ଏକ୍ସପ୍ରେସ୍’
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ, କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀଗଣ ଓ ସାଂସଦମାନେ ବହୁ ଚର୍ଚ୍ଚିତ ସାବରମତୀ ଏକ୍ସପ୍ରେସ୍ରେ ୫୯ଜଣ ‘କରସେବକ’ଙ୍କୁ ପୋଡ଼ିବା ଓ ପରବର୍ତ୍ତୀ ଦଙ୍ଗା ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ର ‘ସାବରମତୀ ଏକ୍ସପ୍ରେସ୍’କୁ ଦେଖିଛନ୍ତି। ସଂସଦ ଭବନର ଗ୍ରନ୍ଥାଗାରରେ ଥିବା ବାଲାୟୋଗି ଅଡିଟରିୟମ୍ରେ ଏହି ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ଏହି ସମୟରେ ଉପସ୍ଥିତ ଥିବା ବରିଷ୍ଠ ଅଭିନେତା ଜିତେନ୍ଦ୍ର ଓ ରାଶି ଖାନ୍ନା କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସେମାନେ ସାକ୍ଷାତ କରିଥିଲେ। ମୋଦୀ ସେମାନଙ୍କୁ ଚଳଚ୍ଚିତ୍ରରେ ନିଖୁଣ […]

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ, କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀଗଣ ଓ ସାଂସଦମାନେ ବହୁ ଚର୍ଚ୍ଚିତ ସାବରମତୀ ଏକ୍ସପ୍ରେସ୍ରେ ୫୯ଜଣ ‘କରସେବକ’ଙ୍କୁ ପୋଡ଼ିବା ଓ ପରବର୍ତ୍ତୀ ଦଙ୍ଗା ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ର ‘ସାବରମତୀ ଏକ୍ସପ୍ରେସ୍’କୁ ଦେଖିଛନ୍ତି। ସଂସଦ ଭବନର ଗ୍ରନ୍ଥାଗାରରେ ଥିବା ବାଲାୟୋଗି ଅଡିଟରିୟମ୍ରେ ଏହି ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ଏହି ସମୟରେ ଉପସ୍ଥିତ ଥିବା ବରିଷ୍ଠ ଅଭିନେତା ଜିତେନ୍ଦ୍ର ଓ ରାଶି ଖାନ୍ନା କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସେମାନେ ସାକ୍ଷାତ କରିଥିଲେ। ମୋଦୀ ସେମାନଙ୍କୁ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ ପାଇଁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ ଚଳଚ୍ଚିତ୍ର ଦର୍ଶନ ବୋଲି କହିଥିଲେ। ଚଳଚ୍ଚିତ୍ରର ପ୍ରଧାନ ଚରିତ୍ର ଭୂମିକାରେ ଅଭିନୟ କରିଥିବା ବିକ୍ରାନ୍ତ ମେସି କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଏକତ୍ରିତ ବସି ଚଳଚ୍ଚିତ୍ର ଦେଖିବା ଏକ ଭିନ୍ନ ଅନୁଭୂତି। ଏହାକୁ ଭାଷାରେ ବର୍ଣ୍ଣନା କରିହେବନାହିଁ। ଏହା ତାଙ୍କ ଅଭିନୟ ଜୀବନରେ ସବୁଠାରୁ ବଡ଼ ଉପଲବ୍ଧି। ପରେ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏହି ଚଳଚ୍ଚିତ୍ର ଦେଖା ପ୍ରସଙ୍ଗକୁ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚିତ କରିଛନ୍ତି। ସେ କହିଛନ୍ତି, ସେ ନିଜର ସାଥୀ ସାଂସଦଙ୍କ ସହ ସାବରମତୀ ଏକ୍ସପ୍ରେସ୍ ଦେଖିଛନ୍ତି। ସେ ଚଳଚ୍ଚିତ୍ରର ନିର୍ମାତାଙ୍କ ଉଦ୍ୟମକୁ ପ୍ରଶଂସା କରୁଛନ୍ତି।