ବାଲିଗୁଡ଼ା ରେ ଦେବର୍ଷି ନାରଦ ଜୟନ୍ତୀ ପାଳିତ

ବାଲିଗୁଡା,ତା, ୨୫/୦୫: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ଶିକ୍ଷା ନିକେତନ ପରିସର ମଧ୍ୟରେ ଦେବର୍ଷି ନାରଦଙ୍କ ଜୟନ୍ତୀ ମହୋତ୍ସବ ରବିବାର ପାଳିତ ହୋଇଯାଇଛି l ଖବରଦାତା ପ୍ରମୋଦ କୁମାର ଦଣ୍ଡସେନାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ସାହୁ, ସମ୍ମାନିତ ଅତିଥି ଭାବେ ରାଷ୍ଟ୍ରୀୟ ସ୍ଵଂୟ ସେବକ ସଂଘର ବ୍ୟବସ୍ଥା ପ୍ରମୁଖ […] The post ବାଲିଗୁଡ଼ା ରେ ଦେବର୍ଷି ନାରଦ ଜୟନ୍ତୀ ପାଳିତ appeared first on Odisha.News.

ବାଲିଗୁଡ଼ା ରେ ଦେବର୍ଷି ନାରଦ ଜୟନ୍ତୀ ପାଳିତ

ବାଲିଗୁଡା,ତା, ୨୫/୦୫: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ଶିକ୍ଷା ନିକେତନ ପରିସର ମଧ୍ୟରେ ଦେବର୍ଷି ନାରଦଙ୍କ ଜୟନ୍ତୀ ମହୋତ୍ସବ ରବିବାର ପାଳିତ ହୋଇଯାଇଛି l ଖବରଦାତା ପ୍ରମୋଦ କୁମାର ଦଣ୍ଡସେନାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ସାହୁ, ସମ୍ମାନିତ ଅତିଥି ଭାବେ ରାଷ୍ଟ୍ରୀୟ ସ୍ଵଂୟ ସେବକ ସଂଘର ବ୍ୟବସ୍ଥା ପ୍ରମୁଖ କାଳିନ୍ଦୀ ଚରଣ ପଣ୍ଡା, ଶିକ୍ଷା ନିକେତନର ପ୍ରତିଷ୍ଠାତା ରାଜ କିଶୋର ପାଢ଼ୀ, ଅବସର ପ୍ରାପ୍ତ ଶିକ୍ଷକ ତଥା ଏକଲ ବିଦ୍ୟାଳୟର ଉପଦେଷ୍ଟା କୈଳାସ ଚନ୍ଦ୍ର ବେହେରା ,ଶିକ୍ଷକ ତୀର୍ଥବାସୀ ଘଡେ଼ଇ ପ୍ରମୁଖ ଯୋଗଦେଇ ଦେବର୍ଷି ନାରଦଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ଦୀପ ଧୂପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା l ଦେବର୍ଷି ନାରଦ ନିର୍ଭିକ ଓ ସତ୍ୟନିଷ୍ଠ ଥିଲେ l ସତ୍ୟ, ତ୍ରେତୟା, ଦ୍ୱାପର ଯୁଗରେ ତ୍ରିଭୁବନର ସବୁ ସ୍ଥାନରେ ମନଯାନରେ ପରିଭ୍ରମଣ କରି ଦେବ, ଦାନଵ ସମସ୍ତଙ୍କ ଠାରେ ପହଞ୍ଚି ଖବର ପରିବେଷଣ କରୁଥିଲେ l ଦେବର୍ଷି ନାରଦ ହେଉଛନ୍ତି ଆଦ୍ୟ ସାମ୍ବାଦିକ l ତେଣୁ ସେ ହେଉଛନ୍ତି ସାମ୍ବାଦିକତାର ପ୍ରତୀକ ତଥା ସାମ୍ବାଦିକଙ୍କ ଆଦର୍ଶ ଅଟନ୍ତି l ତେଣୁ ଦେବର୍ଷି ନାରଦଙ୍କ ଆଦର୍ଶରେ ଅନୁ୍ପ୍ରାଣିତ ହୋଇ ସମସ୍ତ ସାମ୍ବାଦିକ କାର୍ଯ୍ୟ କରିବାକୁ ଅତିଥି ମାନେ ପରାମର୍ଶ ଦେଇଥିଲେ l ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷକ ତିର୍ଥବାସୀ ଘଡେ଼ଇ ସଂଯୋଜନା କରିଥିଲେ l

The post ବାଲିଗୁଡ଼ା ରେ ଦେବର୍ଷି ନାରଦ ଜୟନ୍ତୀ ପାଳିତ appeared first on Odisha.News.