ବାଲିଗୁଡ଼ାରେ ସଂରକ୍ଷଣ ରାୟକୁ ବିରୋଧ

ବାଲିଗୁଡ଼ା,୨୧ା୮(ସଞ୍ଜୟ କୁମାର ପାଣିଗ୍ରାହୀ): ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସ୍ଥାନ ସଂରକ୍ଷଣ ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ, ସଂଖ୍ୟାଲଘୁ ମିଳିତ କ୍ରିୟାନୁଷ୍ଠାନ କମିଟିର ଆହ୍ବାନ କ୍ରମେ ହୋଇଥିବା ଭାରତ ବନ୍ଦ ଡାକରାର ପ୍ରଭାବ ବାଲିଗୁଡ଼ା ଟାଉନ୍‌ରେ ଦେଖିବାକୁ ମିଳିଛି। ଏଠାରେ ଭାରତ ବନ୍ଦର ଡାକରାକୁ ଦୃଷ୍ଟିରେ ରଖି କେବଳ ଯାତ୍ରୀବାହୀ ବସ୍‌ ଓ ଅଟୋ ଚଳାଚଳ ବନ୍ଦ ରହିଥିଲା। ଦୋକାନ ବଜାର, ସ୍କୁଲ, କଲେଜ ଓ ସରକାରୀ ଓ […] The post ବାଲିଗୁଡ଼ାରେ ସଂରକ୍ଷଣ ରାୟକୁ ବିରୋଧ appeared first on Dharitri Odia News.

ବାଲିଗୁଡ଼ାରେ ସଂରକ୍ଷଣ ରାୟକୁ ବିରୋଧ

ବାଲିଗୁଡ଼ା,୨୧ା୮(ସଞ୍ଜୟ କୁମାର ପାଣିଗ୍ରାହୀ): ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସ୍ଥାନ ସଂରକ୍ଷଣ ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ, ସଂଖ୍ୟାଲଘୁ ମିଳିତ କ୍ରିୟାନୁଷ୍ଠାନ କମିଟିର ଆହ୍ବାନ କ୍ରମେ ହୋଇଥିବା ଭାରତ ବନ୍ଦ ଡାକରାର ପ୍ରଭାବ ବାଲିଗୁଡ଼ା ଟାଉନ୍‌ରେ ଦେଖିବାକୁ ମିଳିଛି। ଏଠାରେ ଭାରତ ବନ୍ଦର ଡାକରାକୁ ଦୃଷ୍ଟିରେ ରଖି କେବଳ ଯାତ୍ରୀବାହୀ ବସ୍‌ ଓ ଅଟୋ ଚଳାଚଳ ବନ୍ଦ ରହିଥିଲା। ଦୋକାନ ବଜାର, ସ୍କୁଲ, କଲେଜ ଓ ସରକାରୀ ଓ ବେସରକାରୀ ଅନୁଷ୍ଠାନ ସବୁ ଖୋଲା ରହିଥିବା ଦେଖିବାକୁ ମିଳିଥିଲା। ଯାତ୍ରୀବାହୀ ବସ୍‌ ଓ ଅଟୋ ଚଳାଚଳ ବନ୍ଦ ରହିଥିବାରୁ ଯାତ୍ରୀ ତଥା ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମଗ୍ର ବାଲିଗୁଡ଼ା ଟାଉନର ପ୍ରତ୍ୟେକ ଛକ ଓ ଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକରେ ଥାନାଧିକାରୀ ସୁଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ପୋଲିସ ମୁତୟନ କରାଯାଇଥିଲା।

The post ବାଲିଗୁଡ଼ାରେ ସଂରକ୍ଷଣ ରାୟକୁ ବିରୋଧ appeared first on Dharitri Odia News.