ବାଲିଚୋରଙ୍କ କବଜାରେ ଋଷିକୁଲ୍ୟା

ପୁରୁଷୋତ୍ତମପୁର,୧୫ା୫(ସୀମାଞ୍ଚଳମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଗ୍ରାମ ଋଷିକୁଲ୍ୟା ନଦୀ ବାଲି ଘାଟରୁ ବେଆଇନ ଭାବରେ ବାଲି ଚୋରାଚାଲାଣ ଦିନକୁ ଦିନ ବଢିଚାଲିଛି। ଏଥିପ୍ରତି ପୋଲିସ, ରାଜସ୍ବ ଓ ଖଣି ବିଭାଗୀୟ ଅଧିକାରୀମାନେ ଆଖିବୁଜି ଦେଇଛନ୍ତି। ବାଲି ମାଫିଆମାନେ ବିନା ଦ୍ୱିଧାରେ ପ୍ରତାପୁର-କେନପୁର ଗ୍ରାମ ମଧ୍ୟସ୍ଥ ଋଷିକୁଲ୍ୟା ନଦୀ ଘାଟକୁ ଖୋଳି ବାଲି ଉଠାଇବାରେ ଲାଗିଛନ୍ତି। ଏଭଳି ମନଇଚ୍ଛା ନଦୀଘାଟ ଖୋଳିବା ଦ୍ୱାରା ବର୍ଷାଦିନେ ଗ୍ରାମକୁ ବନ୍ୟାପାଣି ପଶିବାର ଆଶଙ୍କା ଥିବାରୁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ […] The post ବାଲିଚୋରଙ୍କ କବଜାରେ ଋଷିକୁଲ୍ୟା appeared first on Dharitri Odia News.

ବାଲିଚୋରଙ୍କ କବଜାରେ ଋଷିକୁଲ୍ୟା

ପୁରୁଷୋତ୍ତମପୁର,୧୫ା୫(ସୀମାଞ୍ଚଳମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଗ୍ରାମ ଋଷିକୁଲ୍ୟା ନଦୀ ବାଲି ଘାଟରୁ ବେଆଇନ ଭାବରେ ବାଲି ଚୋରାଚାଲାଣ ଦିନକୁ ଦିନ ବଢିଚାଲିଛି। ଏଥିପ୍ରତି ପୋଲିସ, ରାଜସ୍ବ ଓ ଖଣି ବିଭାଗୀୟ ଅଧିକାରୀମାନେ ଆଖିବୁଜି ଦେଇଛନ୍ତି। ବାଲି ମାଫିଆମାନେ ବିନା ଦ୍ୱିଧାରେ ପ୍ରତାପୁର-କେନପୁର ଗ୍ରାମ ମଧ୍ୟସ୍ଥ ଋଷିକୁଲ୍ୟା ନଦୀ ଘାଟକୁ ଖୋଳି ବାଲି ଉଠାଇବାରେ ଲାଗିଛନ୍ତି। ଏଭଳି ମନଇଚ୍ଛା ନଦୀଘାଟ ଖୋଳିବା ଦ୍ୱାରା ବର୍ଷାଦିନେ ଗ୍ରାମକୁ ବନ୍ୟାପାଣି ପଶିବାର ଆଶଙ୍କା ଥିବାରୁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

ଦେଖାଦେଇଥିବା ବେଳେ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବ କ୍ଷତି ଘଟିବାରେ ଲାଗିଛି। ଏ ନେଇ ଲୋକେ ପୁରୁଷୋତ୍ତମପୁର ପୋଲିସ ଓ ରାଜସ୍ବ ବିଭାଗୀୟ ଅଧିକାରୀଙ୍କଠାରେ ବାରମ୍ବାର ଜଣାଇଥିଲେ ମଧ୍ୟ କେହି ଗୁରୁତ୍ୱ ଦେଉ ନ ଥିବା ଲୋକେ ଅଭିଯୋଗ କରଛନ୍ତି। ପ୍ରଶାସନର ଏଭଳି ନିଷ୍କ୍ରିୟତାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେବା ସହ ପ୍ରଶାସନ ଓ ବାଲିମାଫିଆଙ୍କ ମଧ୍ୟରେ ସଲାସୁତରା ରହିଥିବା ନେଇ ରୋକଠୋକ ଅଭିଯୋଗ କରିଛନ୍ତି। ତୁରନ୍ତ ଏଥିପ୍ରତି ଜିଲା ପ୍ରଶାସନ ଗୁରୁତ୍ୱ ଦେଇ ବାଲି ଚୋରାଚାଲାଣକୁ ବନ୍ଦ ନ କଲେ ଆଗାମୀ ଦିନରେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବା ସହ ଥାନା ଓ ତହସିଲ ଅଫିସକୁ ଘେରାଉ କରିବାକୁ ବାଧ୍ୟହେବେ ବୋଲି ଚେତାବନୀ ଦେଇଛନ୍ତି।

ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଏପରି କୂଳଘାଇକୁ ହାଣିବା ଓ ବାଲିଚୋରି ହେଉଥିବାର ଲୋକେ ବହୁବାର ଅଭିଯୋଗ କରିବା ସହ ପୋଲିସ କର୍ମଚାରୀଙ୍କ ସମ୍ପୃକ୍ତିର ଅଭିଯୋଗ ଆଣିବା ପରେ ପୋଲିସ ନିରୁପାୟ ହୋଇ ଗତ ନଭେମ୍ବର ମାସରେ ଧର୍ମକୁ ଆଖିଠାର ଭଳି ଚଢାଉ କରିଥିଲେ। ମାତ୍ର ଏହି ଚଢାଉ ସମୟରେ ଜଣେ ପୋଲିସ କର୍ମଚାରୀଙ୍କ ସମ୍ପର୍କୀୟଙ୍କ ଟ୍ରାକ୍ଟର ଧରାପଡ଼ିଥିଲା।

ଏହି ଟ୍ରାକ୍ଟରକୁ ଛାଡ଼ିବାଲାଗି ପୋଲିସ ଉଦ୍ୟମ କରିଥିଲେ ମଧ୍ୟ ଲୋକେ ଜଗିରହିଥିବାରୁ ପୋଲିସ ବାଧ୍ୟହୋଇ ନଂ. ୭୨୬/୨୩ରେ ମାମଲା ରୁଜୁ କରି ୫ଟି ଗାଡିକୁ ଜବତ କରିଥିଲା। ଏଥିପ୍ରତି ପୋଲିସ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଗୁରୁତ୍ୱ ଦେବା ଜରୁରୀ ହୋଇପଡିଛି।

The post ବାଲିଚୋରଙ୍କ କବଜାରେ ଋଷିକୁଲ୍ୟା appeared first on Dharitri Odia News.