ବାଲିପାଟଣା ଥାନାରେ ଥାର୍ଡ ଡିଗ୍ରୀ
ଭୁବନେଶ୍ୱର,୨୫୯ସତ୍ୟଜିତ୍ ରାଉତ): ଭୁବନେଶ୍ୱର ଭରତପୁର ଥାନାରେ ଆର୍ମି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା ସାରା ଦେଶରେ ଓଡ଼ିଶା ପୋଲିସର ଭାବମୂର୍ତ୍ତିକୁ ଲୋକଲୋଚନକୁ ଆଣିଥିବାବେଳେ କମିଶନରେଟ୍ ପୋଲିସର ଆଉ ଏକ ଥାନା ନାଁରେ ଥାର୍ଡ ଡିଗ୍ରୀ ଅଭିଯୋଗ ଆସିଛି। ବାଲିପାଟଣା ପୋଲିସ ଜଣେ ବ୍ୟକ୍ତିଙ୍କୁ ଉଠାଇ ନେଇ ଥାନା ଭିତରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ପୀଡ଼ିତ ତଥା ନୟାଗଡ଼ ଭାପୁର ଅଞ୍ଚଳର ବିଜୟ କୁମାର ଷଡ଼ଙ୍ଗୀ ମଙ୍ଗଳବାର ରାଜ୍ୟ ମାନବାଧିକାର କମିଶନ (ଓଏଚ୍ଆର୍ସି)ଙ୍କ ଦ୍ୱାରସ୍ଥ […] The post ବାଲିପାଟଣା ଥାନାରେ ଥାର୍ଡ ଡିଗ୍ରୀ appeared first on Dharitri Odia News.
ଭୁବନେଶ୍ୱର,୨୫୯ସତ୍ୟଜିତ୍ ରାଉତ): ଭୁବନେଶ୍ୱର ଭରତପୁର ଥାନାରେ ଆର୍ମି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା ସାରା ଦେଶରେ ଓଡ଼ିଶା ପୋଲିସର ଭାବମୂର୍ତ୍ତିକୁ ଲୋକଲୋଚନକୁ ଆଣିଥିବାବେଳେ କମିଶନରେଟ୍ ପୋଲିସର ଆଉ ଏକ ଥାନା ନାଁରେ ଥାର୍ଡ ଡିଗ୍ରୀ ଅଭିଯୋଗ ଆସିଛି। ବାଲିପାଟଣା ପୋଲିସ ଜଣେ ବ୍ୟକ୍ତିଙ୍କୁ ଉଠାଇ ନେଇ ଥାନା ଭିତରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ପୀଡ଼ିତ ତଥା ନୟାଗଡ଼ ଭାପୁର ଅଞ୍ଚଳର ବିଜୟ କୁମାର ଷଡ଼ଙ୍ଗୀ ମଙ୍ଗଳବାର ରାଜ୍ୟ ମାନବାଧିକାର କମିଶନ (ଓଏଚ୍ଆର୍ସି)ଙ୍କ ଦ୍ୱାରସ୍ଥ ହେବା ପରେ ଘଟଣା ପଦାକୁ ଆସିଛି।
ବିଜୟଙ୍କ ଅଭିଯୋଗ ଅନୁଯାୟୀ, ସେପ୍ଟେମ୍ବର ୧ରେ ଏକ ଘଟଣାକୁ କେନ୍ଦ୍ରକରି ସ୍ଥାନୀୟ ଲୋକମାନେ ବାଲିପାଟଣା ଥାନା ଘେରାଉ କରିବାକୁ ମେଳି ବାନ୍ଧିଥିଲେ। ଏହି ସମୟରେ ବିଜୟ ଗୋରୁହାଟ ପାଖରେ ଉତ୍ତ୍ୟକ୍ତ ଲୋକଙ୍କୁ ଥାନା ଘେରାଉ ନ କରିବାକୁ ବୁଝାଉଥିଲେ। ହଠାତ୍ ଏକ ଥାନା ଜିପ୍ରେ ୪ରୁ ୫ ଜଣ ପୋଲିସ ଆସି ତାଙ୍କ ବାହୁଙ୍କୁ ଧରି ଘୋଷାରି ଗାଡିକୁ ନେଇଥିଲେ। ନିଜ କାର୍ ସହ ଡ୍ରାଇଭର ଅଛନ୍ତି, ଥାନାକୁ ଯାଇପାରିବେ ବୋଲି ବିଜୟ କହିଥିଲେ ମଧ୍ୟ ପୋଲିସ କର୍ମଚାରୀ ତାଙ୍କ କଥା ଶୁଣି ନ ଥିଲେ। ତାଙ୍କୁ ଗାଲିଗୁଲଜ କରିବା ସହ ମାଡ ମାରି ଜିପ୍ରେ ଥାନାକୁ ନେଇଯାଇଥିଲେ। ପରେ ତାଙ୍କୁ ଆଇଆଇସିଙ୍କ ଚାମ୍ବରରେ ବସାଇ ଗାଳିଗୁଲଜ ଦିଆଯିବା ସହ ପୁଣି ମାଡ ମରାଯାଇଥିଲା ବୋଲି ବିଜୟ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ପୋଲିସର ଏପରି ମାଡ଼ ଓ ନିର୍ଯାତନା ସଂକ୍ରାନ୍ତରେ ବିଜୟ ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ, ପୋଲିସ ଡିଜି, ପୋଲିସ କମିଶନର, ଡିସିପିଙ୍କୁ ଭେଟି ଅଭିଯୋଗ କରିଥିବା କହିଛନ୍ତି। ତେବେ ଅଭିଯୋଗ ସଂକ୍ରାନ୍ତରେ ଥାନାଧିକାରୀ ସୂର୍ଯ୍ୟାଂଶୁ ଶେଖର ପାଢ଼ୀ କହିଛନ୍ତି, ଏ ନେଇ କିଛି କହିବା ଉଚିତ ହେବ ନାହିଁ। ଏହି ଘଟଣାର ତଦନ୍ତ ହେଲେ ସତ୍ୟତା ଜଣାପଡିଯିବ। ଆମ ପାଖରେ ସବୁ ପ୍ରମାଣ ଅଛି ବୋଲି ସେ କହିଛନ୍ତି। ଜୋନ୍-୪ ଏସିପି ମାନସ ଦେଓଙ୍କ କହିବା କଥା, ସେ ଏହି ଘଟଣା ବିଷୟରେ ଜାଣିନାହାନ୍ତି। ଅଭିଯୋଗ ଆସିଲେ ଅନୁସନ୍ଧାନ ନିଜେ କରିବେ।
The post ବାଲିପାଟଣା ଥାନାରେ ଥାର୍ଡ ଡିଗ୍ରୀ appeared first on Dharitri Odia News.