ବାଲିମାଫିଆଙ୍କ କବ୍ଜାରେ ଋଷିକୂଲ୍ୟା, ଦିନ ଦ୍ୱିପ୍ରହରରେ ଜେସିବି ଲଗାଇ…
ପୁରୁଷୋତ୍ତମପୁର,୧୦ା୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ପୁଣି ବାଲିମାଫିଆମାନେ ସକ୍ରିୟ ହୋଇଉଠିଛନ୍ତି। ବିନା ଦ୍ୱିଧାରେ ଋଷିକୂଲ୍ୟା ନଦୀର ବିଭିନ୍ନ ସ୍ଥାନରୁ ବାଲି ଚୋରାଇ ନେବାରେ ଲାଗିପଡ଼ିଛନ୍ତ। ଏପରି ବିନା ଦ୍ବିଧାରେ ଖୁଲମ୍ଖୁଲା ଭାବେ ବାଲି ବିକ୍ରି ଉଦ୍ଦେଶ୍ୟରେ କେଏନପୁର ପଞ୍ଚାୟତର ଅଲାଡ଼ି ଗାଁଠାରେ ଋଷିକୂଲ୍ୟା ମଧ୍ୟରେ ରାସ୍ତା ନିର୍ମାଣ କରିବାରେ ଲାଗିପଡ଼ିଥିବା ବେଳେ ପ୍ରଶାସନ ଜଳକା ସାଜିଛି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କାହା ଅନୁମତିରେ ନଦୀ ମଧ୍ୟରେ ରାସ୍ତା […] The post ବାଲିମାଫିଆଙ୍କ କବ୍ଜାରେ ଋଷିକୂଲ୍ୟା, ଦିନ ଦ୍ୱିପ୍ରହରରେ ଜେସିବି ଲଗାଇ… appeared first on Dharitri Odia News.
ପୁରୁଷୋତ୍ତମପୁର,୧୦ା୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ପୁଣି ବାଲିମାଫିଆମାନେ ସକ୍ରିୟ ହୋଇଉଠିଛନ୍ତି। ବିନା ଦ୍ୱିଧାରେ ଋଷିକୂଲ୍ୟା ନଦୀର ବିଭିନ୍ନ ସ୍ଥାନରୁ ବାଲି ଚୋରାଇ ନେବାରେ ଲାଗିପଡ଼ିଛନ୍ତ। ଏପରି ବିନା ଦ୍ବିଧାରେ ଖୁଲମ୍ଖୁଲା ଭାବେ ବାଲି ବିକ୍ରି ଉଦ୍ଦେଶ୍ୟରେ କେଏନପୁର ପଞ୍ଚାୟତର ଅଲାଡ଼ି ଗାଁଠାରେ ଋଷିକୂଲ୍ୟା ମଧ୍ୟରେ ରାସ୍ତା ନିର୍ମାଣ କରିବାରେ ଲାଗିପଡ଼ିଥିବା ବେଳେ ପ୍ରଶାସନ ଜଳକା ସାଜିଛି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କାହା ଅନୁମତିରେ ନଦୀ ମଧ୍ୟରେ ରାସ୍ତା ନିର୍ମାଣ କରାଯାଉଛି ଓ ଏଥିଲାଗି କିଏ ନିର୍ଦ୍ଦେଶ ଦେଇଛି ସେନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଦିନ ଦ୍ୱିପ୍ରହରରେ ଜେସିବି ସାହାଯ୍ୟରେ ନଦୀଘାଟକୁ ଖୋଳି ରାସ୍ତା ନିର୍ମାଣ କରାଯାଉଥିବା ବେଳେ ପ୍ରଶାସନ କିପରି ଚୁପ୍ ରହିଛି ବୋଲି ଜନସାଧାରଣ ପ୍ରଶ୍ନ କରିବା ସହ ଏପରିକି ବାଲିମାଫିଆଙ୍କୁ ପ୍ରଶାସନ ପ୍ରୋତ୍ସାହନ
ଦେଉଛି ବୋଲି ଅଭିଯୋଗ ଆଣିଛନ୍ତି। ବାଲିଘାଟ କରିବାକୁ ବିରୋଧ କରି ଗ୍ରାମବାସୀ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଦାବିପତ୍ର ପଠାଇଛନ୍ତି।
ଏଥିନେଇ ସେମାନେ ଅଭିଯୋଗ କରିଛନ୍ତି ଯେ, ଗ୍ରାମଠାରୁ ପ୍ରାୟ ୨୦ ମିଟର ଦୂରରେ ଋଷିକୂଲ୍ୟା ରହିଛି। ଏହି ନଦୀ ତଟ ନିକଟରେ ଜନବସତି ସହ ଗ୍ରାମ୍ୟ ରାସ୍ତା ମଧ୍ୟ ରହିଛି। ନଦୀରେ ବନ୍ୟା ଆସିଲେ ରାସ୍ତାକୁ ଲାଗି ପାଣି ପ୍ରବାହିତ ହେଉଥିବା ବେଳେ ବେଳେ ଗ୍ରାମ ମଧ୍ୟକୁ ପାଣି ପଶିଆସୁଛି। ଏଣୁ ନଦୀ ଗର୍ଭରେ ଅଲାଡିଗାଁଟି ଲୀନ ହେବା ଆଶଙ୍କା କରି ଜିଲା ପ୍ରଶାସନ ଓ ସରକାରଙ୍କ ଜଳସେଚନ ବିଭାଗ ବିଭିନ୍ନ ପଦକ୍ଷେପ ନେଇଥିଲେ ମଧ୍ୟ ଏଯାବତ୍ ପ୍ରଶସ୍ଥ ନଦୀପଠା ସୃଷ୍ଟି ହୋଇପାରିନାହିଁ। ଏଭଳି ପରିସ୍ଥିତିରେ ବର୍ତ୍ତମାନ ରାସ୍ତା ନିକଟ ନଦୀକୂଳରୁ ବାଲି ଉଠାଇବା ନିମନ୍ତେ ବାଲିଘାଟ ତିଆରି କାର୍ଯ୍ୟ ଆରମ୍ଭ ହୋଇଛି। ଏଠାରେ ବାଲିଘାଟ କଲେ ନଦୀକୂଳ ଗଭୀର ହୋଇ ବନ୍ୟା ସମୟରେ ଗ୍ରାମକୁ ପାଣି ପଶି ସମଗ୍ର ଗ୍ରାମ ପାଣିରେ ଭାସିଯିବାର ଆଶଙ୍କା ରହଛି। ଏଣୁ ଏଠାରେ କରାଯାଉଥିବା ବାଲିଘାଟକୁ ବନ୍ଦକରି ଗ୍ରାମକୁ ସୁରକ୍ଷା ଲାଗି ପଦକ୍ଷେପ ନେବାକୁ ଜନସାଧାରଣ ଦାବି କରିଛନ୍ତି।
ଏଥିନେଇ ବାଲିଆ ରାଜସ୍ବ ନିରୀକ୍ଷକ ବିବେକାନନ୍ଦ ଜାନିଙ୍କ ସହ ଯୋଗାଯୋଗ କରିବାରୁ ନଦୀରେ କେହି ବ୍ୟକ୍ତି ରାସ୍ତା କରିଥିବାର ଖବରପାଇ ଘଟଣାସ୍ଥଳକୁ ଯାଇ ଦେଖିବା ସହ ଏଥିନେଇ ତହସିଲଦାରଙ୍କୁ ଜଣାଇଛି ବୋଲି କହିଥିବା ବେଳେ ବ୍ରହ୍ମପୁର ଖଣି ବିଭାଗୀୟ ଅଧିକାରୀ କୀର୍ତ୍ତିରଞ୍ଜନ ସେଠ୍ଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି, ଅଲାଡ଼ି ଗାଁରେ ଋଷିକୂଲ୍ୟା ନଦୀରେ ବାଲିଉଠାଣ ଲାଗି କୌଣସି ଟେଣ୍ଡର ହୋଇନାହିଁ। ନଦୀରେ ରାସ୍ତା କରୁଥିବା ନେଇ ଆମପାଖରେ ସେମିତି କିଛି ଖବରନାହିଁ। ତୁରନ୍ତ ଘଟଣାସ୍ଥଳକୁ ଯାଇ ଏହାର ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
The post ବାଲିମାଫିଆଙ୍କ କବ୍ଜାରେ ଋଷିକୂଲ୍ୟା, ଦିନ ଦ୍ୱିପ୍ରହରରେ ଜେସିବି ଲଗାଇ… appeared first on Dharitri Odia News.