ବାଲେଶ୍ୱର ସିମୁଳିଆ ବିଡିଓ ବିଶ୍ୱରଂଜନ ମହାନ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସିମୁଳିଆ,୧୧।୧: ବାଲେଶ୍ୱର ସିମୁଳିଆ ବ୍ଲକ ଉନ୍ନୟନ ଅଧିକାରୀ(ବିଡିଓ) ବିଶ୍ୱରଂଜନ ମହାନ୍ତିଙ୍କ ଝୁଲନ୍ତା ମୃତଦେହ କରାଯାଇଛି । ସରକାରୀ କ୍ୱାଟର୍ସରେ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ସିମୁଳିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଯଦିଓ ବିଶ୍ୱରଜନ ମହାନ୍ତିଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡି ନାହିଁ, ତଥାପି ତାଙ୍କ ମୃତଦେହ ତାଙ୍କ ସରକାରୀ ବାସଭବନରେ ଝୁଲୁଥିବାରୁ ଘରର କବାଟ ଭିତର ପଟୁ ବନ୍ଦ ଥିବାରୁ ସେ ଆତ୍ମହତ୍ୟା […] The post ବାଲେଶ୍ୱର ସିମୁଳିଆ ବିଡିଓ ବିଶ୍ୱରଂଜନ ମହାନ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର appeared first on Dharitri Odia News.

ବାଲେଶ୍ୱର ସିମୁଳିଆ ବିଡିଓ ବିଶ୍ୱରଂଜନ ମହାନ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସିମୁଳିଆ,୧୧।୧: ବାଲେଶ୍ୱର ସିମୁଳିଆ ବ୍ଲକ ଉନ୍ନୟନ ଅଧିକାରୀ(ବିଡିଓ) ବିଶ୍ୱରଂଜନ ମହାନ୍ତିଙ୍କ ଝୁଲନ୍ତା ମୃତଦେହ କରାଯାଇଛି । ସରକାରୀ କ୍ୱାଟର୍ସରେ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ସିମୁଳିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଯଦିଓ ବିଶ୍ୱରଜନ ମହାନ୍ତିଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡି ନାହିଁ, ତଥାପି ତାଙ୍କ ମୃତଦେହ ତାଙ୍କ ସରକାରୀ ବାସଭବନରେ ଝୁଲୁଥିବାରୁ ଘରର କବାଟ ଭିତର ପଟୁ ବନ୍ଦ ଥିବାରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ରିପୋର୍ଟ ଅନୁଯାୟୀ ମହାନ୍ତି ତାଙ୍କ କାର୍ଯ୍ୟାଳୟକୁ ୧୧ ଟା’ରେ ଯାଇଥିଲେ କିନ୍ତୁ କୌଣସି ଅଜଣା କାରଣରୁ ଶୀଘ୍ର ଅଫିସ୍ ଛାଡି ତାଙ୍କ ସରକାରୀ ବାସଭବନକୁ ଫେରି ଆସିଥିଲେ। ସେ ଅଫିସକୁ ଫେରି ନ ଥିବାରୁ କିଛି କର୍ମଚାରୀ ତାଙ୍କ ବାସଭବନକୁ ଯାଇ ତାଙ୍କ ବିଷୟରେ ପଚାରି ବୁଝିଥିଲେ। ସେମାନେ ବାରମ୍ବାର ତାଙ୍କ ମୋବାଇଲକୁ ଫୋନ୍ କରିଥିଲେ ମଧ୍ୟ ସେ କୌଣସି ଉତ୍ତର ନ ଦେବାରୁ ସେମାନେ ପୋଲିସକୁ ସୂଚନା ଦେଇଥିଲେ।

ଖବର ପାଇ ତୁରନ୍ତ ସିମୁଳିଆ ଥାନାରୁ ପୋଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି କବାଟ ଖୋଲି ବିଶ୍ୱରଜନଙ୍କ ଶବ ଝୁଲନ୍ତା ଅବସ୍ଥାରେ ପାଇଥିଲେ। ଏହାପରେ ସେମାନେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ତେବେ ସେ କେଉଁ ପରିସ୍ଥିତିରେ ଏହି କଠୋର ପଦକ୍ଷେପ ନେଇଛନ୍ତି କିମ୍ବା ଘଟଣା ପଛରେ ଅନ୍ୟ କିଛି କାରଣ ରହିଛି ତାହା ଜାଣିବା ପାଇଁ ପୋଲିସ ଅଧିକ ତଦନ୍ତ ଚଳାଇଛି।

The post ବାଲେଶ୍ୱର ସିମୁଳିଆ ବିଡିଓ ବିଶ୍ୱରଂଜନ ମହାନ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର appeared first on Dharitri Odia News.