ବାଲେଶ୍ୱରର ଚାନ୍ଦିପୁରରେ ହାଇ ଆଲର୍ଟ

ବାଲେଶ୍ୱର,୯ା୫(ବାଞ୍ଛାନିଧି ଦେ): ବାଲେଶ୍ୱର ଚାନ୍ଦିପୁରରେ ହାଇ ଆଲର୍ଟ ଜାରି କରିଛି ଓଡ଼ିଶା ପୋଲିସ। ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ସୀମାବର୍ତ୍ତୀ ଇଲାକାକୁ ହାଇ ଆଲର୍ଟରେ ରଖାଯାଇଛି। ଜମ୍ମୁ-କଶ୍ମୀର ପହଲଗାମଠାରେ ଆତଙ୍କୀ ହମଲା ପରେ ଭାରତ-ପାକିସ୍ତାନ ମୁହାଁମୁହିଁ ସ୍ଥିତିରେ ପହଞ୍ଚିଛି। ସମ୍ଭାବ୍ୟ ଯୁଦ୍ଧର ଆଶଙ୍କା ଦେଖାଦେଇଛି। ଅପରେଶନ ସିନ୍ଦୂର ମାଧ୍ୟମରେ ଭାରତ ପ୍ରତିଶୋଧ ନେଇଛି। ଯୁଦ୍ଧ ଭଳି ସ୍ଥିତିରେ ଚାନ୍ଦିପୁର ପ୍ରତିରକ୍ଷା ବିଭାଗର ଡିଆରଡିଓ, ଆଇଟିଆର ଆଦି ପ୍ରତିଷ୍ଠାନ ଥିବାରୁ ଏହା ବେଶ ସମ୍ବେଦନଶୀଳ ଅଞ୍ଚଳ। ଉଭୟ କେନ୍ଦ୍ର […] The post ବାଲେଶ୍ୱରର ଚାନ୍ଦିପୁରରେ ହାଇ ଆଲର୍ଟ appeared first on Dharitri Odia News.

ବାଲେଶ୍ୱରର ଚାନ୍ଦିପୁରରେ ହାଇ ଆଲର୍ଟ

ବାଲେଶ୍ୱର,୯ା୫(ବାଞ୍ଛାନିଧି ଦେ): ବାଲେଶ୍ୱର ଚାନ୍ଦିପୁରରେ ହାଇ ଆଲର୍ଟ ଜାରି କରିଛି ଓଡ଼ିଶା ପୋଲିସ। ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ସୀମାବର୍ତ୍ତୀ ଇଲାକାକୁ ହାଇ ଆଲର୍ଟରେ ରଖାଯାଇଛି। ଜମ୍ମୁ-କଶ୍ମୀର ପହଲଗାମଠାରେ ଆତଙ୍କୀ ହମଲା ପରେ ଭାରତ-ପାକିସ୍ତାନ ମୁହାଁମୁହିଁ ସ୍ଥିତିରେ ପହଞ୍ଚିଛି। ସମ୍ଭାବ୍ୟ ଯୁଦ୍ଧର ଆଶଙ୍କା ଦେଖାଦେଇଛି। ଅପରେଶନ ସିନ୍ଦୂର ମାଧ୍ୟମରେ ଭାରତ ପ୍ରତିଶୋଧ ନେଇଛି। ଯୁଦ୍ଧ ଭଳି ସ୍ଥିତିରେ ଚାନ୍ଦିପୁର ପ୍ରତିରକ୍ଷା ବିଭାଗର ଡିଆରଡିଓ, ଆଇଟିଆର ଆଦି ପ୍ରତିଷ୍ଠାନ ଥିବାରୁ ଏହା ବେଶ ସମ୍ବେଦନଶୀଳ ଅଞ୍ଚଳ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପୂରା ଚାନ୍ଦିପୁରକୁ ନଜରରେ ରଖିଛନ୍ତି। ଚାନ୍ଦିପୁରରେ କ୍ଷେପଣାସ୍ତ୍ର ଘାଟି ଥିବାରୁ ଏଠାରେ ସର୍ବଦା ଶତ୍ରୁପକ୍ଷର ଭୟ ରହିଥାଏ। ଆଉ ଏଠାକୁ ଟାର୍ଗେଟ ବି କରିଥାନ୍ତି ଶତ୍ରୁପକ୍ଷ। ପରିସ୍ଥିତିର କଡ଼ା ମୁକାବିଲା ପାଇଁ ଶୁକ୍ରବାର ଅପରାହ୍ନ ଦୁଇଟା ସମୟରେ ଚାନ୍ଦିପୁର ପିଏକ୍ସଇ କ୍ୟାମ୍ପସ ପରିସରରେ ଏକ ଜରୁରୀକାଳୀନ ବୈଠକ ଆହ୍ବାନ କରିଛନ୍ତି ପୂର୍ବାଞ୍ଚଳ ଡିଆଇଜି। ବୈଠକ ସମ୍ପର୍କରେ ଡିଆଇଜି ଗୁରୁବାର ରାତିରେ ଆଇଟିଆରର ଡାଇରେକ୍ଟର, ପିଏକ୍ସଇର ଡାଇରେକ୍ଟର, ବାଲେଶ୍ୱର ଜିଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି। ବୈଠକରେ ସିକ୍ୟୁରିଟି ଅଫ୍‌ ଡିଫେନ୍ସ ସମ୍ପର୍କରେ ସବିଶେଷ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି।

The post ବାଲେଶ୍ୱରର ଚାନ୍ଦିପୁରରେ ହାଇ ଆଲର୍ଟ appeared first on Dharitri Odia News.