ବାଲେଶ୍ୱରରୁ ଲଢିବେ ପ୍ରତାପ ଷଡଙ୍ଗୀ, ଘରକୁ ଯାଇ ଶୁଭେଚ୍ଛା ଜଣାଇଲେ ଶୁଭେଚ୍ଛୁ

ନୀଳଗିରି ୨୫।୦୩ : ବାଲେଶ୍ଵର ସଂସଦୀୟ କ୍ଷେତ୍ରରେ ବିଜେପିର କିଏ ସାଂସଦ ଭାବେ ପ୍ରାର୍ଥୀ ହେବ । ସେନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା। ହେଲେ ସବୁ କଳ୍ପନାର ଅନ୍ତ ଘଟି ପୁଣି ପ୍ରତାପ ଷଡ଼ଙ୍ଗୀଙ୍କ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସ୍ଥା ରଖିଛନ୍ତି।   ରବିବାର ପ୍ରତାପ ଷଡଙ୍ଗୀଙ୍କ ନାମ ଘୋଷଣା ପରେ ସୋମବାର ସକାଳୁ ତାଙ୍କ ଘର ଆଗରେ ଭିଡ଼ ଜମିଛି। ପ୍ରଶଂସକ ମାନେ ତାଙ୍କ ବାସଭବନକୁ ଯାଇ ତାଙ୍କୁ ଶୁଭେଛା ଜଣାଇଛନ୍ତି।ସେପଟେ ଶ୍ରୀଯୁକ୍ତ ଷଡ଼ଙ୍ଗୀ  ମଧ୍ୟ ତାଙ୍କର ସେହି ଜୀବନ ଶୈଳୀ ଭିତରେ କାର୍ଯ୍ୟ କରୁଥିବା ବେଳେ ପ୍ରଶଂସକଙ୍କ ସହିତ ବିଶଦ ଆଲୋଚନା କରିଛନ୍ତି। ତେବେ ବିଗତ ବର୍ଷରେ ବାଲେଶ୍ଵରର ବିକାଶକୁ ପାଥେୟ କରି ଲୋକଙ୍କ ପାଖରେ ପୁଣି ପହଁଚିବା ସହିତ ବିଜେଡି ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦୀ ହେବେ  ବୋଲି ସୂଚନା ଦେଇଛନ୍ତି। ଏହାସହ ଆଗେଇ ଚାଲିଥିବା ଉନ୍ନତିମୂଳକ କାମକୁ ଆହୁରି ଆଗକୁ ନେବାକୁ ଚେଷ୍ଟା ମଧ୍ୟ କରିବି । ସ୍ଥାନୀୟ ଅଞ୍ଚଳରେ କିପରି ଲୋକଙ୍କ ବିକାଶ ଆଉ ଅଧିକ ରୋଜଗାର ସୃଷ୍ଟି ହେବ । ସେନେଇ ଉଦ୍ୟମ କରିବି । 

ବାଲେଶ୍ୱରରୁ ଲଢିବେ ପ୍ରତାପ ଷଡଙ୍ଗୀ, ଘରକୁ ଯାଇ ଶୁଭେଚ୍ଛା ଜଣାଇଲେ ଶୁଭେଚ୍ଛୁ

ନୀଳଗିରି ୨୫।୦୩ : ବାଲେଶ୍ଵର ସଂସଦୀୟ କ୍ଷେତ୍ରରେ ବିଜେପିର କିଏ ସାଂସଦ ଭାବେ ପ୍ରାର୍ଥୀ ହେବ । ସେନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା। ହେଲେ ସବୁ କଳ୍ପନାର ଅନ୍ତ ଘଟି ପୁଣି ପ୍ରତାପ ଷଡ଼ଙ୍ଗୀଙ୍କ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସ୍ଥା ରଖିଛନ୍ତି।   ରବିବାର ପ୍ରତାପ ଷଡଙ୍ଗୀଙ୍କ ନାମ ଘୋଷଣା ପରେ ସୋମବାର ସକାଳୁ ତାଙ୍କ ଘର ଆଗରେ ଭିଡ଼ ଜମିଛି। ପ୍ରଶଂସକ ମାନେ ତାଙ୍କ ବାସଭବନକୁ ଯାଇ ତାଙ୍କୁ ଶୁଭେଛା ଜଣାଇଛନ୍ତି।

ସେପଟେ ଶ୍ରୀଯୁକ୍ତ ଷଡ଼ଙ୍ଗୀ  ମଧ୍ୟ ତାଙ୍କର ସେହି ଜୀବନ ଶୈଳୀ ଭିତରେ କାର୍ଯ୍ୟ କରୁଥିବା ବେଳେ ପ୍ରଶଂସକଙ୍କ ସହିତ ବିଶଦ ଆଲୋଚନା କରିଛନ୍ତି। ତେବେ ବିଗତ ବର୍ଷରେ ବାଲେଶ୍ଵରର ବିକାଶକୁ ପାଥେୟ କରି ଲୋକଙ୍କ ପାଖରେ ପୁଣି ପହଁଚିବା ସହିତ ବିଜେଡି ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦୀ ହେବେ  ବୋଲି ସୂଚନା ଦେଇଛନ୍ତି। ଏହାସହ ଆଗେଇ ଚାଲିଥିବା ଉନ୍ନତିମୂଳକ କାମକୁ ଆହୁରି ଆଗକୁ ନେବାକୁ ଚେଷ୍ଟା ମଧ୍ୟ କରିବି । ସ୍ଥାନୀୟ ଅଞ୍ଚଳରେ କିପରି ଲୋକଙ୍କ ବିକାଶ ଆଉ ଅଧିକ ରୋଜଗାର ସୃଷ୍ଟି ହେବ । ସେନେଇ ଉଦ୍ୟମ କରିବି ।