ମିର୍ଜାପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ଟ୍ରାକ୍ଟର-ଟ୍ରଲିକୁ ଧକ୍କା ଦେଲା ଟ୍ରକ, ୧୦ ଶ୍ରମିକ ମୃତ
ନୂଆଦିଲ୍ଲୀ ୦୪।୧୦: ଉତ୍ତରପ୍ରଦେଶର ମିର୍ଜାପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା । ଦ୍ରୁତଗତିରେ ଆସୁଥିବା ଟ୍ରକ୍ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟର-ଟ୍ରଲିକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ୧୦ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ବାରଣାସୀର ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଭଦୋହିର ମହାରାଜଗଞ୍ଜ ଏବଂ ମିର୍ଜାପୁରର କଟକା ସୀମାରେ ଏହି ଦୁର୍ଘଟଣା ଘଟିଛି। ଟ୍ରାକ୍ଟରରେ ସମୁଦାୟ ୧୩ଜଣ ଲୋକ ଯାତ୍ରା କରୁଥିଲେ। ସମସ୍ତ ଶ୍ରମିକମାନେ କାମ ସାରିବା ପରେ ଘରକୁ ଫେରୁଥିଲେ। ଦୁର୍ଘଟଣା ଯୋଗୁଁ ଘଟଣାସ୍ଥଳରେ ୧୦ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଗ୍ରାମବାସୀ ରାଜପଥ ଅବରୋଧ କରିଥିଲେ। ଘଟଣାସ୍ଥଳରେ ଉତ୍ତେଜିତ ଲୋକଙ୍କୁ ପ୍ରଶାସନିକ ଅଧିକାରୀ ଶାନ୍ତ କରିଥିଲା ।ଏନେଇ ପୋଲିସ କହିଛି ଯେ ଭଦୋହିରୁ ବାରଣାସୀକୁ ଯାଉଥିବା ଟ୍ରାକ୍ଟର-ଟ୍ରଲି ପଛରୁ ଆସୁଥିବା ଏକ ବସ୍କୁ ଧକ୍କା ଦେଇଥିଲା। ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୂର୍ବରୁ ଗ୍ରାମବାସୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତ ଓ ମୃତମାନଙ୍କୁ ଡାକ୍ତରଖାନା ପଠାଯାଇଛି। ଏହି ମାମଲାରେ ଏଫ୍ଆଇଆର୍ ପଞ୍ଜିକରଣ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।
ନୂଆଦିଲ୍ଲୀ ୦୪।୧୦: ଉତ୍ତରପ୍ରଦେଶର ମିର୍ଜାପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା । ଦ୍ରୁତଗତିରେ ଆସୁଥିବା ଟ୍ରକ୍ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟର-ଟ୍ରଲିକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ୧୦ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ବାରଣାସୀର ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ଭଦୋହିର ମହାରାଜଗଞ୍ଜ ଏବଂ ମିର୍ଜାପୁରର କଟକା ସୀମାରେ ଏହି ଦୁର୍ଘଟଣା ଘଟିଛି। ଟ୍ରାକ୍ଟରରେ ସମୁଦାୟ ୧୩ଜଣ ଲୋକ ଯାତ୍ରା କରୁଥିଲେ। ସମସ୍ତ ଶ୍ରମିକମାନେ କାମ ସାରିବା ପରେ ଘରକୁ ଫେରୁଥିଲେ। ଦୁର୍ଘଟଣା ଯୋଗୁଁ ଘଟଣାସ୍ଥଳରେ ୧୦ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଗ୍ରାମବାସୀ ରାଜପଥ ଅବରୋଧ କରିଥିଲେ। ଘଟଣାସ୍ଥଳରେ ଉତ୍ତେଜିତ ଲୋକଙ୍କୁ ପ୍ରଶାସନିକ ଅଧିକାରୀ ଶାନ୍ତ କରିଥିଲା ।
ଏନେଇ ପୋଲିସ କହିଛି ଯେ ଭଦୋହିରୁ ବାରଣାସୀକୁ ଯାଉଥିବା ଟ୍ରାକ୍ଟର-ଟ୍ରଲି ପଛରୁ ଆସୁଥିବା ଏକ ବସ୍କୁ ଧକ୍କା ଦେଇଥିଲା। ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୂର୍ବରୁ ଗ୍ରାମବାସୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତ ଓ ମୃତମାନଙ୍କୁ ଡାକ୍ତରଖାନା ପଠାଯାଇଛି। ଏହି ମାମଲାରେ ଏଫ୍ଆଇଆର୍ ପଞ୍ଜିକରଣ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।