ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ପ୍ରତିବାଦ କଲେ ବଲାଙ୍ଗୀର ଓଏଏସ, ଓଆରଏସ ସଂଘ
ବଲାଙ୍ଗୀର, ୧/୭ (ସୁନିଲ କୁମାର ମହାନ୍ତି): ଭୁବନେଶ୍ବର ମହାନଗର ନିଗମ (ବିଏମସି) କାର୍ଯ୍ୟାଳୟରେ ସୋମବାର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦ କରି ମଙ୍ଗଳବାର ବଲାଙ୍ଗୀର ଓଏଏସ ଓ ଓଆରଏସ ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ କରାଯାଇଛି। ସଂଘ ସଭାପତି ତଥା ଏଡିଏମ ପବିତ୍ର ବେହେରାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍କିଟ ହାଉସ ଠାରେ ଏକ ପ୍ରତିବାଦ ସଭା କରାଯାଇ ବିଏମସି ଅତିରିକ୍ତ କମିଶନର ସାହୁଙ୍କୁ ଆକ୍ରମଣ ଘଟଣାର ନିନ୍ଦା କରାଯାଇଛି। ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ […] The post ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ପ୍ରତିବାଦ କଲେ ବଲାଙ୍ଗୀର ଓଏଏସ, ଓଆରଏସ ସଂଘ appeared first on Dharitri Odia News.
ବଲାଙ୍ଗୀର, ୧/୭ (ସୁନିଲ କୁମାର ମହାନ୍ତି): ଭୁବନେଶ୍ବର ମହାନଗର ନିଗମ (ବିଏମସି) କାର୍ଯ୍ୟାଳୟରେ ସୋମବାର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦ କରି ମଙ୍ଗଳବାର ବଲାଙ୍ଗୀର ଓଏଏସ ଓ ଓଆରଏସ ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ କରାଯାଇଛି। ସଂଘ ସଭାପତି ତଥା ଏଡିଏମ ପବିତ୍ର ବେହେରାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍କିଟ ହାଉସ ଠାରେ ଏକ ପ୍ରତିବାଦ ସଭା କରାଯାଇ ବିଏମସି ଅତିରିକ୍ତ କମିଶନର ସାହୁଙ୍କୁ ଆକ୍ରମଣ ଘଟଣାର ନିନ୍ଦା କରାଯାଇଛି। ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏହି ସଭାରେ ବଲାଙ୍ଗୀର ଜିଲାର ସମସ୍ତ ଓଏଏସ ଓ ଓଆରଏସ ଯୋଗଦାନ କରିଥିଲେ। ସଭାରେ ଅତିରିକ୍ତ ଜିଲାପାଳ ଡ଼ ବିଜୟାନନ୍ଦ ସିଂହ ସେଠୀ, ଜିଲା ପରିଷଦ ସିଡିଓ ପ୍ରଭାତ କୁମାର ମହାପାତ୍ର, ବଲାଙ୍ଗୀର ଉପଜିଲାପାଳ ଆଲୋକ ପଟେଲଙ୍କ ସହ ବିଭିନ୍ନ ବ୍ଳକର ବିଡ଼ିଓ, ତହସିଲଦାର ଓ ଓଆରଏସ ଅଧିକାରୀ ଯୋଗଦାନ କରିଥିଲେ।
The post ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ପ୍ରତିବାଦ କଲେ ବଲାଙ୍ଗୀର ଓଏଏସ, ଓଆରଏସ ସଂଘ appeared first on Dharitri Odia News.