ବିଏମ୍‌ଡବ୍ଲୁ ହିଟ୍ ଆଣ୍ଡ ରନ୍ ମାମଲା: ଦେଢ଼ କିମି ଯାଏ ଘୋଷାରି ନେବା ପରେ ପୁଣିଥରେ ଗାଡ଼ି ଚଢ଼ାଇଥିଲା ଅଭିଯୁକ୍ତ

ମୁମ୍ବାଇ: ମୁମ୍ବାଇ ବିଏମ୍‌ଡବ୍ଲୁ ହିଟ୍ ଆଣ୍ଡ ରନ୍ ମାମଲାରେ ପୁଲିସ ଚାଞ୍ଚଲ୍ୟକର ତଥ୍ୟ ଦେଇଛି। ଅଭିଯୁକ୍ତ ମିହିର ଶାହ ମୃତା କାଭେରୀ ନଖୱାଙ୍କୁ ଦେଢ଼ କିମି ପର୍ଯ୍ୟନ୍ତ ଘୋଷାରି ନେବା ପରେ ତାଙ୍କ ଉପରେ ପୁଣିଥରେ ତାଙ୍କ ଉପରେ ଗାଢ଼ି ଚଢ଼ାଇ ଦେଇଥିଲେ ବୋଲି ପୁଲିସ କହିଛି। ଏହି ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଛି ବୋଲି ପୁଲିସଲ କୋର୍ଟରେ ଦେଇଥିବା ରିମାଣ୍ଡ ଆବେଦନରେ କହିଛି। ପୁଲିସ ଅନୁସାରେ, ଶିବସେନା ନେତା ରାଜେଶ ଶାହଙ୍କ ୨୪ ବର୍ଷୀୟ ପୁଅ ମିହିର ଶାହ ମହିଳାଙ୍କ ମୃତଦେହ କାର୍‌ରୁ ବାହାରିଯିବା ପରେ ବି ସେ ପୁଣିଥରେ ତାଙ୍କ ଉପରେ କାର୍ ଚଢ଼ାଇ ଦେଇଥିଲେ ବୋଲି ପୁଲିସ କହିଛି। ଘଟଣା ଘଟାଇବା ପରେ ଫେରାର୍ ଥିବା ମିହିରକୁ ପୁଲିସ ମଙ୍ଗଳବାର ଗିରଫ କରିଥିଲା। ସେପଟେ ବାପା ରାଜେଶକୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବହିଷ୍କାର କରିଛନ୍ତି। ମିହିରକୁ କଷ୍ଟୁଡିରେ ନେବା ପାଇଁ  ପୁଲିସ କୋର୍ଟକୁ କରିଥିବା ଆବେଦନରେ କହିଛି ଯେ ଘଟଣା ରବିବାର ପାଖାପାଖି ସକାଳ ୫.୨୫ରେ ଘଟିଥିଲା। ମିହିର କାର୍ ଚଳାଉଥିବା ବେଳେ ପୀଡ଼ତଙ୍କ ସ୍କୁଟରକୁ ଧକ୍କା ଦେଇଥିଲା। ଏହାପରେ କାବେରୀ ନଖୱାଙ୍କୁ ପାଖାପାଖି ଦେଢ଼ କିମି ପର୍ଯ୍ୟନ୍ତ ଟାଣି ନେଇଥିଲା। ଏହାପରେ ଓରିଲ ସିଏ ଲିଙ୍କରେ ଅଟକିଥିଲା।ମିହିର ଓ ତାଙ୍କ ଡ୍ରାଇଭର ରାଜ୍ରିଶ ବିଦାୱତ ଦୁହେଁ ଗାଡ଼ିରୁ ଓହ୍ଲାଇ କାର୍‌କୁ ଚେକ୍ କରିଥିଲେ। ପରେ ପରିବାରକୁ ଫୋନ୍ କରିବା ପରେ ଦୁଇଜଣ ସିଟ୍ ବଦଳ କରିଥିଲେ। ଡ୍

ବିଏମ୍‌ଡବ୍ଲୁ ହିଟ୍ ଆଣ୍ଡ ରନ୍ ମାମଲା: ଦେଢ଼ କିମି ଯାଏ ଘୋଷାରି ନେବା ପରେ ପୁଣିଥରେ ଗାଡ଼ି ଚଢ଼ାଇଥିଲା ଅଭିଯୁକ୍ତ

ମୁମ୍ବାଇ: ମୁମ୍ବାଇ ବିଏମ୍‌ଡବ୍ଲୁ ହିଟ୍ ଆଣ୍ଡ ରନ୍ ମାମଲାରେ ପୁଲିସ ଚାଞ୍ଚଲ୍ୟକର ତଥ୍ୟ ଦେଇଛି। ଅଭିଯୁକ୍ତ ମିହିର ଶାହ ମୃତା କାଭେରୀ ନଖୱାଙ୍କୁ ଦେଢ଼ କିମି ପର୍ଯ୍ୟନ୍ତ ଘୋଷାରି ନେବା ପରେ ତାଙ୍କ ଉପରେ ପୁଣିଥରେ ତାଙ୍କ ଉପରେ ଗାଢ଼ି ଚଢ଼ାଇ ଦେଇଥିଲେ ବୋଲି ପୁଲିସ କହିଛି। ଏହି ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଛି ବୋଲି ପୁଲିସଲ କୋର୍ଟରେ ଦେଇଥିବା ରିମାଣ୍ଡ ଆବେଦନରେ କହିଛି। 

ପୁଲିସ ଅନୁସାରେ, ଶିବସେନା ନେତା ରାଜେଶ ଶାହଙ୍କ ୨୪ ବର୍ଷୀୟ ପୁଅ ମିହିର ଶାହ ମହିଳାଙ୍କ ମୃତଦେହ କାର୍‌ରୁ ବାହାରିଯିବା ପରେ ବି ସେ ପୁଣିଥରେ ତାଙ୍କ ଉପରେ କାର୍ ଚଢ଼ାଇ ଦେଇଥିଲେ ବୋଲି ପୁଲିସ କହିଛି। ଘଟଣା ଘଟାଇବା ପରେ ଫେରାର୍ ଥିବା ମିହିରକୁ ପୁଲିସ ମଙ୍ଗଳବାର ଗିରଫ କରିଥିଲା। ସେପଟେ ବାପା ରାଜେଶକୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବହିଷ୍କାର କରିଛନ୍ତି। 

ମିହିରକୁ କଷ୍ଟୁଡିରେ ନେବା ପାଇଁ  ପୁଲିସ କୋର୍ଟକୁ କରିଥିବା ଆବେଦନରେ କହିଛି ଯେ ଘଟଣା ରବିବାର ପାଖାପାଖି ସକାଳ ୫.୨୫ରେ ଘଟିଥିଲା। ମିହିର କାର୍ ଚଳାଉଥିବା ବେଳେ ପୀଡ଼ତଙ୍କ ସ୍କୁଟରକୁ ଧକ୍କା ଦେଇଥିଲା। ଏହାପରେ କାବେରୀ ନଖୱାଙ୍କୁ ପାଖାପାଖି ଦେଢ଼ କିମି ପର୍ଯ୍ୟନ୍ତ ଟାଣି ନେଇଥିଲା। ଏହାପରେ ଓରିଲ ସିଏ ଲିଙ୍କରେ ଅଟକିଥିଲା।

ମିହିର ଓ ତାଙ୍କ ଡ୍ରାଇଭର ରାଜ୍ରିଶ ବିଦାୱତ ଦୁହେଁ ଗାଡ଼ିରୁ ଓହ୍ଲାଇ କାର୍‌କୁ ଚେକ୍ କରିଥିଲେ। ପରେ ପରିବାରକୁ ଫୋନ୍ କରିବା ପରେ ଦୁଇଜଣ ସିଟ୍ ବଦଳ କରିଥିଲେ। ଡ୍ରାଇଭର ବିଦାୱତ ଗାଡ଼ି ଚଲାଇଥିଲେ। ଏହାପରେ ସେ ମଧ୍ୟ ରିଭର୍ସ ଯାଇ ଛିଟିକି ପଡ଼ିଥିବା କାବେରୀଙ୍କ ଉପରେ ପୁଣିଥରେ କାର୍ ଚଢ଼ାଇ ଦେଇଥିଲେ ବୋଲି ପୁଲିସ ତା ରିମାଣ୍ଡ ଆବେଦନରେ କହିଛି।

ଦୁର୍ଘଟଣା ପରେ ମିହିର ଫେରାର ହୋଇଯାଇଥିଲା। ତାକୁ ଧରିବାକୁ ୧୧ ଜଣିଆ ଟିମ୍ ଗଠନ କରାଯାଇଥିଲା। ଲୁକ୍ ଆଉଟ୍ ସରକୁଲାର ବି ଜାରି ହୋଇଥିଲା। ଏହାପରେ ମଙ୍ଗଳବାର ତାକୁ ମୁମ୍ବାଇ ନିକଟସ୍ଥ ବିରାରେ ଗିରଫ କରାଯାଇଥିଲା। ମିହିର ସାଂଗରେ ରାଜ୍ରିସ ବିଦାୱତ ପୁଲିସ କଷ୍ଟୁଡିରେ ରହିଛି। ରିମାଣ୍ଡ ଅବଧି ଜୁଲାଇ ୧୬ ପର୍ଯ୍ୟନ୍ତ ବଢ଼ାଯାଇଛି। ସେପଟେ ପୀଡ଼ିତ ପରିବାରକୁ ଆଦିତ୍ୟ ଠାକ୍‌ରେ ଭେଟି ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।