ବିଗିଡ଼ିଲା ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲିଙ୍କ ସ୍ବାସ୍ଥ୍ୟାବସ୍ଥା, ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲିଙ୍କ ସ୍ବାସ୍ଥ୍ୟାବସ୍ଥା ପୁଣି ଖରାପ ହୋଇପଡ଼ିଛି। ସ୍ବାସ୍ଥ୍ୟାବସ୍ଥା ଖରାପ ହେବା କାରଣରୁ ତାଙ୍କୁ ଥାନେର ଆକୃତି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି। ଅବଶ୍ୟ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି କିନ୍ତୁ ତଥାପି ବିପଦ ରହିଛି। ହସ୍ପିଟାଲରେ ଚିକିତ୍ସିତ ହେଉଥିବାର ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି। ୫୨ ବର୍ଷୀୟ କାମ୍ବଲି ମଦ୍ୟପାନ ସହ ଜଡ଼ି ଏବଂ ଅନ୍ୟ ସ୍ବାସ୍ଥ୍ୟ ସମସ୍ୟାରେ ପୀଡ଼ିତ। ଖାଲି ସେତିକି ନୁହେଁ ସେ ଆର୍ଥିକ ସଙ୍କଟର ମଧ୍ୟ ସାମ୍ନା କରୁଛନ୍ତି।ଏହି ପୂର୍ବତନ ବାମହାତୀ ବ୍ୟାଟର ଗତ କିଛି ବର୍ଷରୁ ବିଭିନ୍ନ ସ୍ବାସ୍ଥ୍ୟା ସମସ୍ୟାକୁ ନେଇ ସଂଘର୍ଷ କରୁଛନ୍ତି। ୨୦୧୨ରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି ହୋଇଥିଲା। ଏହା ପରେ ୨୦୧୩ରେ ସେ ହାର୍ଟ ଆଟାକର ମଧ୍ୟ ଶିକାର ହୋଇଥିଲେ। ମଦ ନିଶା କାରଣରୁ ତାଙ୍କୁ ଅନେକ ଥର ନିଶାମୁକ୍ତ କେନ୍ଦ୍ରକୁ ମଧ୍ୟ ଯିବାକୁ ପଡ଼ିଥିଲା। ଯାହା ତାଙ୍କ ସ୍ବାସ୍ଥ୍ୟ ଉପରେ ବଡ଼ ପ୍ରଭାବ ପକାଇଛି। କାମ୍ବଲିଙ୍କ କ୍ୟାରିୟର ବିଷୟରେ କହିଲେ ସେ ସ୍କୁଲ ସ୍ତରରେ ସଚିନଙ୍କ ସହ ଐତିହାସିକ ୬୬୪ ରନ୍ର ଅତୁଟ ପାର୍ଟନରସିପ୍ କରିଥିଲେ। ସେହିଭଳି ସଚିନ ଭାରତ ପାଇଁ ୧୯୮୯ ନଭେମ୍ବରରେ ଡେବ୍ୟୁ କରିଥିଲେ, ଯେତେବେଳେକି କାମ୍ବଲି ୧୯୯୧ରେ ପ୍ରଥମ ଇଣ୍ଟରନାସନାଲ ମ୍ୟାଚ ଖେଳିଥିଲେ। କାମ୍ବଲି ନିଜ କ୍ୟ
ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲିଙ୍କ ସ୍ବାସ୍ଥ୍ୟାବସ୍ଥା ପୁଣି ଖରାପ ହୋଇପଡ଼ିଛି। ସ୍ବାସ୍ଥ୍ୟାବସ୍ଥା ଖରାପ ହେବା କାରଣରୁ ତାଙ୍କୁ ଥାନେର ଆକୃତି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି। ଅବଶ୍ୟ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି କିନ୍ତୁ ତଥାପି ବିପଦ ରହିଛି। ହସ୍ପିଟାଲରେ ଚିକିତ୍ସିତ ହେଉଥିବାର ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି। ୫୨ ବର୍ଷୀୟ କାମ୍ବଲି ମଦ୍ୟପାନ ସହ ଜଡ଼ି ଏବଂ ଅନ୍ୟ ସ୍ବାସ୍ଥ୍ୟ ସମସ୍ୟାରେ ପୀଡ଼ିତ। ଖାଲି ସେତିକି ନୁହେଁ ସେ ଆର୍ଥିକ ସଙ୍କଟର ମଧ୍ୟ ସାମ୍ନା କରୁଛନ୍ତି।
ଏହି ପୂର୍ବତନ ବାମହାତୀ ବ୍ୟାଟର ଗତ କିଛି ବର୍ଷରୁ ବିଭିନ୍ନ ସ୍ବାସ୍ଥ୍ୟା ସମସ୍ୟାକୁ ନେଇ ସଂଘର୍ଷ କରୁଛନ୍ତି। ୨୦୧୨ରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି ହୋଇଥିଲା। ଏହା ପରେ ୨୦୧୩ରେ ସେ ହାର୍ଟ ଆଟାକର ମଧ୍ୟ ଶିକାର ହୋଇଥିଲେ। ମଦ ନିଶା କାରଣରୁ ତାଙ୍କୁ ଅନେକ ଥର ନିଶାମୁକ୍ତ କେନ୍ଦ୍ରକୁ ମଧ୍ୟ ଯିବାକୁ ପଡ଼ିଥିଲା। ଯାହା ତାଙ୍କ ସ୍ବାସ୍ଥ୍ୟ ଉପରେ ବଡ଼ ପ୍ରଭାବ ପକାଇଛି।
କାମ୍ବଲିଙ୍କ କ୍ୟାରିୟର ବିଷୟରେ କହିଲେ ସେ ସ୍କୁଲ ସ୍ତରରେ ସଚିନଙ୍କ ସହ ଐତିହାସିକ ୬୬୪ ରନ୍ର ଅତୁଟ ପାର୍ଟନରସିପ୍ କରିଥିଲେ। ସେହିଭଳି ସଚିନ ଭାରତ ପାଇଁ ୧୯୮୯ ନଭେମ୍ବରରେ ଡେବ୍ୟୁ କରିଥିଲେ, ଯେତେବେଳେକି କାମ୍ବଲି ୧୯୯୧ରେ ପ୍ରଥମ ଇଣ୍ଟରନାସନାଲ ମ୍ୟାଚ ଖେଳିଥିଲେ। କାମ୍ବଲି ନିଜ କ୍ୟାରିୟରରେ ୧୦୪ ଦିନିକିଆ ମ୍ୟାଚ ଖେଳି ୨୪୭୭ ରନ୍ କରିଛନ୍ତି। ୧୯୯୩ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ଡେବ୍ୟୁ କରିଥିଲେ। ସେ ୧୭ ଟେଷ୍ଟ ମ୍ୟାଚରେ ୧୦୮୪ ରନ୍ ସଂଗ୍ରହ କରିଥଲେ।
ନିକଟରେ ହିଁ କୋଚ ରମାକାନ୍ତ ଆଚରେକରଙ୍କ ସ୍ମୃତିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତାଙ୍କୁ ଦେଖାଯାଇଥିଲା । ସେଠାରେ ମଧ୍ୟ ସେ ଖୁବ୍ ଦୁର୍ବଳ ଦେଖାଯାଉଥିଲେ। ଏହି କାର୍ଯ୍ୟକମରେ ନିଜ ପିଲାଦିନର ବନ୍ଧୁ ସଚ୍ଚିନ ତେନ୍ଦୁଲକରଙ୍କ ସହ ତାଙ୍କର ସାକ୍ଷାତକାର ମଧ୍ୟ ବେଶ ଚର୍ଚ୍ଚାକୁ ଆସିଥିଲା।