ବିଗ୍‌ବସ୍ ବିଜେତା ମୁନୱର ଫାରୁକିଙ୍କୁ ଅଣ୍ଡାମାଡ୍, ଭିଡିଓ ଭାଇରାଲ

ମୁମ୍ଵାଇ ୧୧।୦୪: ବିଗ୍ ବସ୍ ୧୭ ବିଜେତା ମୁନୱର ଫାରୁକି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଗତକାଲି ରାତିରେ ଏକ ଅପ୍ରୀତିକର ଘଟଣା ଘଟିଛି। ଯାହା ପରେ ଅଭିନେତା ଖୁବ୍‌ ରାଗିଯାଇଛନ୍ତି। କ୍ୟାମେରା ଆଗରେ ମୁନୱର କ୍ରୋଧିତ ଥିବା ମଧ୍ୟ ଜଣାପଡିଥିଲା। ଇଫତାର ପାର୍ଟୀରେ ଯୋଗଦେବାକୁ ଆସିବା ପରେ ମୁନାୱର କାହିଁକି ରାଗିଗଲେ ଆସନ୍ତୁ ଜାଣିବା।ଗତକାଲି ରାତିରେ ମୁନୱର ଏକ ଇଫତାର ପାର୍ଟି ପାଇଁ ମୁମ୍ବାଇର ମହମ୍ମଦ ଅଲି ରୋଡରେ ପହଞ୍ଚିଥିଲେ। ଅଭିନେତାଙ୍କୁ ଦେଖିବା ମାତ୍ରେ ବହୁ ସଂଖ୍ୟାରେ ଲୋକ ତାଙ୍କୁ ଘେରି ଯାଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ସବୁକିଛି ଠିକ ଥିଲା । କିନ୍ତୁ ତା’ପରେ ହଠାତ୍ ମାହୋଲ ଖରାପ ହେଲା ଯେତେବେଳେ ରେଷ୍ଟୁରାଣ୍ଟ ମାଲିକ ରାଗିକି ମୁନୱର ଉପରେ ଅଣ୍ଡା ଫିଙ୍ଗିଥିଲେ। ଖବର ଅନୁଯାୟୀ, ସେହି ରେଷ୍ଟୁରାଣ୍ଟର ମାଲିକ ଏବଂ ୫ ଜଣ ଷ୍ଟାଫ୍‌ କର୍ମଚାରୀଙ୍କୁ ଏବେ ଗିରଫ କରାଯାଇଛି। ସୂତ୍ରରୁ ପ୍ରକାଶ ଯେ ଅଭିଯୁକ୍ତ (ରେଷ୍ଟୁରାଣ୍ଟ ମାଲିକ) ତାଙ୍କ ରେଷ୍ଟୁରାଣ୍ଟରେ ଇଫ୍‌ତାର ପାଇଁ ମୁନୱରଙ୍କୁ ନିମନ୍ତ୍ରଣ କରିଥିଲେ। କିନ୍ତୁ ମୁନୱର ତାଙ୍କ ରେଷ୍ଟୁରାଣ୍ଟ ଛାଡି ଅନ୍ୟ ଏକ ଦୋକାନକୁ ଗଲେ। ଏହା ଦେଖି ସେ ରାଗିଗଲେ ଏବଂ ଅଭିନେତା ଉପରେ ଅଣ୍ଡା ଫିଙ୍ଗିବା ଆରମ୍ଭ କଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍‌ ଭାଇରାଲ ହେଉଛି । ଯେଉଁଥିରେ ଅଭିନେତା ରାଗିଥିବାର ନଜର ଆସିଛନ୍ତି। ଏହା ପରେ ତାଙ୍କ ସୁରକ୍ଷା କବଳରେ ସେଠାରୁ ନିଆଯାଇ

ବିଗ୍‌ବସ୍ ବିଜେତା ମୁନୱର ଫାରୁକିଙ୍କୁ ଅଣ୍ଡାମାଡ୍, ଭିଡିଓ ଭାଇରାଲ

ମୁମ୍ଵାଇ ୧୧।୦୪: ବିଗ୍ ବସ୍ ୧୭ ବିଜେତା ମୁନୱର ଫାରୁକି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଗତକାଲି ରାତିରେ ଏକ ଅପ୍ରୀତିକର ଘଟଣା ଘଟିଛି। ଯାହା ପରେ ଅଭିନେତା ଖୁବ୍‌ ରାଗିଯାଇଛନ୍ତି। କ୍ୟାମେରା ଆଗରେ ମୁନୱର କ୍ରୋଧିତ ଥିବା ମଧ୍ୟ ଜଣାପଡିଥିଲା। ଇଫତାର ପାର୍ଟୀରେ ଯୋଗଦେବାକୁ ଆସିବା ପରେ ମୁନାୱର କାହିଁକି ରାଗିଗଲେ ଆସନ୍ତୁ ଜାଣିବା।

ଗତକାଲି ରାତିରେ ମୁନୱର ଏକ ଇଫତାର ପାର୍ଟି ପାଇଁ ମୁମ୍ବାଇର ମହମ୍ମଦ ଅଲି ରୋଡରେ ପହଞ୍ଚିଥିଲେ। ଅଭିନେତାଙ୍କୁ ଦେଖିବା ମାତ୍ରେ ବହୁ ସଂଖ୍ୟାରେ ଲୋକ ତାଙ୍କୁ ଘେରି ଯାଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ସବୁକିଛି ଠିକ ଥିଲା । କିନ୍ତୁ ତା’ପରେ ହଠାତ୍ ମାହୋଲ ଖରାପ ହେଲା ଯେତେବେଳେ ରେଷ୍ଟୁରାଣ୍ଟ ମାଲିକ ରାଗିକି ମୁନୱର ଉପରେ ଅଣ୍ଡା ଫିଙ୍ଗିଥିଲେ। ଖବର ଅନୁଯାୟୀ, ସେହି ରେଷ୍ଟୁରାଣ୍ଟର ମାଲିକ ଏବଂ ୫ ଜଣ ଷ୍ଟାଫ୍‌ କର୍ମଚାରୀଙ୍କୁ ଏବେ ଗିରଫ କରାଯାଇଛି।

 

ସୂତ୍ରରୁ ପ୍ରକାଶ ଯେ ଅଭିଯୁକ୍ତ (ରେଷ୍ଟୁରାଣ୍ଟ ମାଲିକ) ତାଙ୍କ ରେଷ୍ଟୁରାଣ୍ଟରେ ଇଫ୍‌ତାର ପାଇଁ ମୁନୱରଙ୍କୁ ନିମନ୍ତ୍ରଣ କରିଥିଲେ। କିନ୍ତୁ ମୁନୱର ତାଙ୍କ ରେଷ୍ଟୁରାଣ୍ଟ ଛାଡି ଅନ୍ୟ ଏକ ଦୋକାନକୁ ଗଲେ। ଏହା ଦେଖି ସେ ରାଗିଗଲେ ଏବଂ ଅଭିନେତା ଉପରେ ଅଣ୍ଡା ଫିଙ୍ଗିବା ଆରମ୍ଭ କଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍‌ ଭାଇରାଲ ହେଉଛି । ଯେଉଁଥିରେ ଅଭିନେତା ରାଗିଥିବାର ନଜର ଆସିଛନ୍ତି। ଏହା ପରେ ତାଙ୍କ ସୁରକ୍ଷା କବଳରେ ସେଠାରୁ ନିଆଯାଇଥିଲା। ପୁରା ଘଟଣା ଉପରେ ମୁନୱରଙ୍କ ପ୍ରତିକ୍ରିୟା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ।