ବିଚାରାଧୀନ କଏଦୀଙ୍କ ସନ୍ଦେହ ଜନକ ମୃତ୍ୟୁ ,ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ
ଆଠଗଡ଼ : ଜେଲ ଭିତରେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । କଟକ ଜିଲ୍ଲା ଆଠଗଡ ଖୁଣ୍ଟୁଣୀ ମହାଲକ୍ଷ୍ମୀପୁର ରାଣୀବଣିଆ ଆଦର୍ଶ କାରାଗାରରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ମୃତ କଏଦୀ ଜଣକ ହେଲେ ତିଗିରିଆ ଥାନା ଅନ୍ତର୍ଗତ ପଙ୍କାଳ ଗାଁର ତୟାବ ଖାଁ । ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାରଲୋକେ ଅଭିଯୋଗ କରି ୬୫ ନମ୍ବର ରାଜ୍ୟ ରାଜପଥର ପଙ୍କାଳ ଛକ ନିକଟରେ ରାସ୍ତା ଅବରୋଧ […]

ଆଠଗଡ଼ : ଜେଲ ଭିତରେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । କଟକ ଜିଲ୍ଲା ଆଠଗଡ ଖୁଣ୍ଟୁଣୀ ମହାଲକ୍ଷ୍ମୀପୁର ରାଣୀବଣିଆ ଆଦର୍ଶ କାରାଗାରରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ମୃତ କଏଦୀ ଜଣକ ହେଲେ ତିଗିରିଆ ଥାନା ଅନ୍ତର୍ଗତ ପଙ୍କାଳ ଗାଁର ତୟାବ ଖାଁ । ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାରଲୋକେ ଅଭିଯୋଗ କରି ୬୫ ନମ୍ବର ରାଜ୍ୟ ରାଜପଥର ପଙ୍କାଳ ଛକ ନିକଟରେ ରାସ୍ତା ଅବରୋଧ କରିଛନ୍ତି ।
ସୂଚନାନୁସାରେ,ଗତ ଡିସେମ୍ବର ମାସରୁ ଖୁଣ୍ଟୁଣୀ ମହାଲକ୍ଷ୍ମୀପୁର ଜେଲରେ ତୟାବ ଖାଁ ବିଚାରାଧୀନ କଏଦୀ ଭାବେ ଥିଲେ । ମଙ୍ଗଳବାର ଦିନ ସେ ଘର ଲୋକଙ୍କ ସହ କଥା ହୋଇଥିଲା । ଆଉ ଦୁଇ ଦିନ ପରେ ବେଲ୍ ପାଇବ ବୋଲି ମଧ୍ୟ କହିଥିଲା । ହେଲେ ବୁଧବାର ଦିନ ସକାଳୁ ପରିବାର ଲୋକଙ୍କୁ ଫୋନ୍ ଆସିଲା କି ତୟାବଙ୍କ ମୃତଦେହ ଆଠଗଡ଼ ମେଡିକାଲରେ ଅଛି, ଆପଣମାନେ ତୁରନ୍ତ ଆସନ୍ତୁ । ଏହି ଘଟଣାକୁ ସହଜରେ ବିଶ୍ୱାସ କରିପାରିନଥିଲେ ପରିବାର ଲୋକେ । ଘଟଣା ପ୍ରଚାରିତ ହେବାପରେ ତାତିଥିଲେ ସ୍ଥାନୀୟ ଗ୍ରାମବାସୀ । ପରିବାର ଏବଂ ଗାଁ ଲୋକଙ୍କ ପକ୍ଷରୁ ଖୁଣ୍ଟୁଣୀ ନରସିଂହପୁର ୬୫ ନମ୍ବର ରାଜ୍ୟ ରାଜପଥର ପଙ୍କାଳ ଛକ ନିକଟରେ ରାସ୍ତା ରୋକ କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ତିଗିରିଆ ପୁଲିସ୍ ପହଞ୍ଚି ଉତ୍ତ୍ୟକ୍ତ ଲୋକ ବୁଝାସୁଝା କରିବା ସହ ଅଧିକ ତଦନ୍ତ ଜାରି ରଖିଛି।