ବିଜୁ ପଟ୍ଟନାୟକଙ୍କୁ ଜରିମାନା କରି ଚର୍ଚ୍ଚାକୁ ଆସିଥିଲେ ମହାରାଜା କଂସ ଗୋପାଳ, ଆଜି ଆରପାରିରେ

ବରଗଡ଼: ପରଲୋକରେ ପୂର୍ବତନ କଂସ ମହାରାଜ ଗୋପାଳ ସାହୁ l  ୭୦ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି l ଶ୍ୱାସ ଓ ମଧୁମେହ ରୋଗରେ ପୀଡ଼ିତ ହୋଇ ଝାରସୁଗୁଡାର ଏକ ହସ୍ପିଟାଲରେ ଭର୍ତ୍ତି ହେଇଥିଲେ l ହେଲେ ଗତକାଲି ବିଳମ୍ୱିତ ରାତିରେ ତାଙ୍କର ଦେହାନ୍ତ ହୋଇଛି l ଦୀର୍ଘ ୨୩ ବର୍ଷ ଧରି ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିଲେ ଗୋପାଳ ସାହୁ l ତାଙ୍କର ବିୟୋଗରେ କଳାକାର ଜଗତ ପାଇଁ ଅପୂରଣୀୟ କ୍ଷତି ଘଟିଛି l ବିଶ୍ଵର ସର୍ବବୃହତ ଖୋଲା ରଙ୍ଗମଞ୍ଚରେ ତାଙ୍କର ଚିତ୍ତାକର୍ଷକ ଓ ଜୀବନ୍ତ ଅଭିନୟ ପାଇଁ ବେଶ୍ ଲୋକପ୍ରିୟ ହୋଇପାରିଥିଲେ ସେ l  ୧୯୯୮ ମସିହାରେ କଂସ ଭୂମିକାରେ ଅଭିନୟ କରୁଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁପଟ୍ଟନାୟକଙ୍କୁ ଜରିମାନା କରି ବେଶ୍ ଚର୍ଚ୍ଚାକୁ ଆସିଥିଲେ l  ଧନୁଯାତ୍ରା ରେ ରାଜାଙ୍କ ଶାସନ ପ୍ରଜାମାନେ ମାନିବାକୁ ବାଧ୍ୟ ଏ ହେଉଛି ଧନୁଯାତ୍ରାର ପରମ୍ପରା ।ସେହି ପରମ୍ପରାକୁ ସମ୍ମାନ ଦେଇଛନ୍ତି ଅନେକ ମନ୍ତ୍ରୀ ନେତା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରସାଶନିକ ଅଧିକାରୀ ।ତାଙ୍କ ବିୟୋଗ ଖବର ବରଗଡ ଜିଲ୍ଲା ବାସୀ ତଥା କଳାକାର ଜଗତରେ ବଡ଼ କ୍ଷତି ଘଟିଛି ଓ ସମସ୍ତଙ୍କୁ ମର୍ମାହତ କରିଛି l ବରପାଲି ଜଗନ୍ନାଥ ନଗରରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି । ବଲାଙ୍ଗୀର ଜିଲ୍ଲାରେ ୧୯୫୫ ମସିହା ଏପ୍ରିଲ ୬ ତାରିଖରେ ଜନ୍ମିତ ଗୋପାଳ ସାହୁ ବରଗଡ ଧନୁଯାତ୍ରାର ସପ୍ତମ କଂସ ଭାବରେ ଅଭିନୟ କରି ନିଜର ସ୍ୱତନ୍ତ୍

ବିଜୁ ପଟ୍ଟନାୟକଙ୍କୁ ଜରିମାନା କରି ଚର୍ଚ୍ଚାକୁ ଆସିଥିଲେ ମହାରାଜା କଂସ ଗୋପାଳ, ଆଜି ଆରପାରିରେ

ବରଗଡ଼: ପରଲୋକରେ ପୂର୍ବତନ କଂସ ମହାରାଜ ଗୋପାଳ ସାହୁ l  ୭୦ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି l ଶ୍ୱାସ ଓ ମଧୁମେହ ରୋଗରେ ପୀଡ଼ିତ ହୋଇ ଝାରସୁଗୁଡାର ଏକ ହସ୍ପିଟାଲରେ ଭର୍ତ୍ତି ହେଇଥିଲେ l ହେଲେ ଗତକାଲି ବିଳମ୍ୱିତ ରାତିରେ ତାଙ୍କର ଦେହାନ୍ତ ହୋଇଛି l ଦୀର୍ଘ ୨୩ ବର୍ଷ ଧରି ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିଲେ ଗୋପାଳ ସାହୁ l ତାଙ୍କର ବିୟୋଗରେ କଳାକାର ଜଗତ ପାଇଁ ଅପୂରଣୀୟ କ୍ଷତି ଘଟିଛି l ବିଶ୍ଵର ସର୍ବବୃହତ ଖୋଲା ରଙ୍ଗମଞ୍ଚରେ ତାଙ୍କର ଚିତ୍ତାକର୍ଷକ ଓ ଜୀବନ୍ତ ଅଭିନୟ ପାଇଁ ବେଶ୍ ଲୋକପ୍ରିୟ ହୋଇପାରିଥିଲେ ସେ l  ୧୯୯୮ ମସିହାରେ କଂସ ଭୂମିକାରେ ଅଭିନୟ କରୁଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁପଟ୍ଟନାୟକଙ୍କୁ ଜରିମାନା କରି ବେଶ୍ ଚର୍ଚ୍ଚାକୁ ଆସିଥିଲେ l  ଧନୁଯାତ୍ରା ରେ ରାଜାଙ୍କ ଶାସନ ପ୍ରଜାମାନେ ମାନିବାକୁ ବାଧ୍ୟ ଏ ହେଉଛି ଧନୁଯାତ୍ରାର ପରମ୍ପରା ।ସେହି ପରମ୍ପରାକୁ ସମ୍ମାନ ଦେଇଛନ୍ତି ଅନେକ ମନ୍ତ୍ରୀ ନେତା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରସାଶନିକ ଅଧିକାରୀ ।

ତାଙ୍କ ବିୟୋଗ ଖବର ବରଗଡ ଜିଲ୍ଲା ବାସୀ ତଥା କଳାକାର ଜଗତରେ ବଡ଼ କ୍ଷତି ଘଟିଛି ଓ ସମସ୍ତଙ୍କୁ ମର୍ମାହତ କରିଛି l ବରପାଲି ଜଗନ୍ନାଥ ନଗରରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି । ବଲାଙ୍ଗୀର ଜିଲ୍ଲାରେ ୧୯୫୫ ମସିହା ଏପ୍ରିଲ ୬ ତାରିଖରେ ଜନ୍ମିତ ଗୋପାଳ ସାହୁ ବରଗଡ ଧନୁଯାତ୍ରାର ସପ୍ତମ କଂସ ଭାବରେ ଅଭିନୟ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ତାଙ୍କ ନାମ ଗୋପାଳ(ଶ୍ରୀକୃଷ୍ଣ) ହେଲେ ବି ତାଙ୍କୁ କଂସ ମହାରାଜ ଭାବରେ ସମସ୍ତେ ଜାଣୁଥିଲେ । 

୧୯୮୪ ମସିହାରୁ ୨୦୦୮ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ବରଗଡ଼ ଧନୁଯାତ୍ରାରେ ସେ ୨୩ ଥର ଅଭିନୟ କରିବାର ସୁଯୋଗ ପାଇଥିଲେ । ପେଶାରେ ସେ ଜଣେ ପୋଲିସ ଅଧିକାରୀ । ହେଲେ ନିଶା ତାଙ୍କର ଅଭିନୟ । ତାଙ୍କ ଅଭିନୟ ଦେଖିବାକୁ ସେ ସମୟରେ କଂସ ଦରବାରରେ ବହୁ ଭିଡ ଜମୁଥିଲା । ନଗର ପରିକ୍ରମା ସମୟରେ ହାତୀ ଉପରେ ବସି ବୁଲି ନିଜ ଉପସ୍ଥିତ ବାକଚାତୁରିରେ ଜରିମାନା ପକାଇ ସେ ଦର୍ଶକଙ୍କ ମନ କିଣୁଥିଲେ । ତାଙ୍କ ସମୟର ଅନେକ କଥା ଆଜି ବି କିମ୍ବଦନ୍ତି ହୋଇ ରହିଛି । ଆଜି ତାଙ୍କର ବିୟୋଗରେ କଳା ଜଗତରେ ଏକ ଅପୂରଣୀୟ କ୍ଷତି ହୋଇଛି । ସମସ୍ତେ ଭାବ ବିହ୍ଵଳିତ ହୋଇ ଆଜି ତାଙ୍କର ଅଭିନୟ ଅଟ୍ଟହାସ୍ୟକୁ ଝୁରି ହେଉଛନ୍ତି ।

ଗୋପାଳଙ୍କ ଅଭିନୟ ପାଇଁ ସେ ଅନେକ ବଡବଡ ଅନୁଷ୍ଠାନ ରାଜ୍ୟ ତଥା ଦେଶ ବିଦେଶରେ ସେ ସମ୍ବର୍ଦ୍ଧିତ ହୋଇଛନ୍ତି । ଆମେରିକାରେ ଉର୍ବଶୀ ପୁରସ୍କାର, ସ୍ପେନରେ ଜୁରୀ ପୁରସ୍କାର, ବର୍ଲିନରେ ଶ୍ରେଷ୍ଠ କଳାକାର ପୁରସ୍କାର, ବେଙ୍ଗାଲୁରୁ ସହିତ ବିଭିନ୍ନ ଅନୁଷ୍ଠାନ ତରଫରୁ ସେ ସମର୍ଦ୍ଧିତ ହୋଇଛନ୍ତି l ଆଜି ତାଙ୍କର ବରପାଲି ସ୍ଥିତ ବାସଭବନରେ ବରଗଡ଼ ଧନୁଯାତ୍ରାର ମହୋତ୍ସବ ସଦସ୍ୟ,କଳାକାର ସହ ବହୁ ଜନ ସାଧାରଣ ତାଙ୍କର ଅନ୍ତିମ ଦର୍ଶନ କରିଛନ୍ତି । ପେଶା ପୋଲିସ ହେଲେ ବି ନିଶା ମୁହଁରେ ରଙ୍ଗ ବୋଳି ଅଭିନୟ ପାଇଁ ଆଜି ଗୋପାଳ ସାହୁ ଆରପାରିରେ। ମାତ୍ର ତାଙ୍କର ଅଭିନୟ ଚାତୁରି, ବିକଟାଳ ଅଟ୍ଟହାସ୍ୟ ସବୁ ଦିନ ଲୋକଙ୍କ ମନରେ ଅଭୁଲା ସ୍ମୃତି ହୋଇ ରହିଥିବ।