ବିଜୁଳି ସ୍ମାର୍ଟ ମିଟର ପ୍ରସଙ୍ଗରେ ଗର୍ଜିଲା ଆପ୍

ନନ୍ଦିଘୋଷ ବ୍ୟୁରୋ: ସ୍ମାର୍ଟ ମିଟର ଲଗାଇବା ଓ ୩ ଶହ ୟୁନିଟ ବିଜୁଳି ମାଗଣା ପ୍ରଦାନ ନେଇ ବିଜେପିକୁ ଜବାବ... The post ବିଜୁଳି ସ୍ମାର୍ଟ ମିଟର ପ୍ରସଙ୍ଗରେ ଗର୍ଜିଲା ଆପ୍ appeared first on .

ବିଜୁଳି ସ୍ମାର୍ଟ ମିଟର ପ୍ରସଙ୍ଗରେ ଗର୍ଜିଲା ଆପ୍

ନନ୍ଦିଘୋଷ ବ୍ୟୁରୋ: ସ୍ମାର୍ଟ ମିଟର ଲଗାଇବା ଓ ୩ ଶହ ୟୁନିଟ ବିଜୁଳି ମାଗଣା ପ୍ରଦାନ ନେଇ ବିଜେପିକୁ ଜବାବ ମାଗିଛି ଆମ୍ ଆଦମୀ ପାର୍ଟି। ଦଳ ଅଭିଯୋଗ କରିଛି, ରାଜ୍ୟ ସରକାର ସ୍ମାର୍ଟ ମିଟର ଲଗେଇବା କଥା କହୁଛନ୍ତି। ଏଥିପାଇଁ ପ୍ରତି ମାସ ମିଟର ପିଛା ୫୭୬୦ ଟଙ୍କା ଦେବାକୁ ପଡ଼ିବ। ଜଣେ ଖାଉଟି ଯଦି କିଛି ଦିନ ତଳେ ୨୪୦୦ ଟଙ୍କା ଦେଇକି ମିଟର ଲଗେଇଥିବେ ସେମାନେ ପୁଣି କାହିଁକି ନୂଆ ମିଟର ଲଗେଇବେ। ସ୍ମାର୍ଟ୍ ମିଟର ପ୍ରିପେଡ ଭଳିଆ ଆଗେ ପଇସା ପକେଇବ ତାପରେ ବିଦ୍ୟୁତ ବ୍ୟବହାର କରିବେ। ଓଡ଼ିଶାର କେତେ ଲୋକଙ୍କ ପାଖରେ ସ୍ମାର୍ଟ ଫୋନ ଅଛି। ଏହି ବ୍ୟବସ୍ଥା ପାଇଁ ଆପ ମାଧ୍ୟମରେ ଜଣେ ଦେଖି ପାରିବେ ତାଙ୍କର କେତେ ବକେୟା ଟଙ୍କା ଅଛି। ସାଧାରଣ ଗରିବ ଖଟିଖିଆ ଲୋକଟେ ଏହି ବ୍ୟବସ୍ଥାରେ ହଇରାଣ ହେବ। ଯାହାର ଫୋନ ନାହିଁ ସେ ନେଟ କାଫେ ଉପରେ ନିର୍ଭର କରିବେ। ଏହି ସବୁ ବ୍ୟବସ୍ଥା କେବଳ ଲୋକଙ୍କୁ ଲୁଟ କରିବା ପାଇଁ। ରାଜ୍ଯ ସରକାର ଓ କମ୍ପାନୀ ର ମଧୁ ଚନ୍ଦ୍ରିକା ରେ ଓଡିଶା ବାସୀଙ୍କୁ ଲୁଟିବା ର ଯୋଜନା କରାଯାଇଛି । ଏହି ସ୍ମାର୍ଟ ମିଟର ବ୍ୟବସ୍ଥା ଦୁର୍ନୀତି ବ୍ୟତୀତ ଆଉ କିଛି ନୁହେଁ ବୋଲି ଅଭିଯୋଗ କରିଛି ଆପ୍ । ମାଗଣା ବିଜୁଳି ପ୍ରତିଶୃତିକୁ ନେଇ ମଧ୍ୟ ବର୍ଷିଛି ଦଳ।

The post ବିଜୁଳି ସ୍ମାର୍ଟ ମିଟର ପ୍ରସଙ୍ଗରେ ଗର୍ଜିଲା ଆପ୍ appeared first on .