ବିଜେଡି ଛାଡିଲେ ପୂର୍ବତନ ଉପ-ବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଦଳ ସୁପ୍ରିମୋଙ୍କୁ ପଠାଇଲେ ଇସ୍ତଫା ପତ୍ର

ବ୍ରହ୍ମପୁର ୦୪।୦୪: ନିର୍ବାଚନ ପୂର୍ବରୁ ବିଜେଡିକୁ ଆଉ ଏକ ଝଟ୍‌କା । ବିଜୁ ଜନତା ଦଳ ଛାଡିଲେ ପୂର୍ବତନ ଉପ-ବାଚସ୍ପଚି ରାମଚନ୍ଦ୍ର ପଣ୍ଡା । ଦଳ ସୁପ୍ରିମୋଙ୍କୁ ପଠାଇଲେ ଇସ୍ତଫା ପତ୍ର । ୧୯୪୯ ମସିହା ଜୁନ ୧୫ ତାରିଖରେ ଗଞ୍ଜାମରେ ରାମଚନ୍ଦ୍ର ପଣ୍ଡାଙ୍କ ଜନ୍ମ । ୨୦୧୩-୧୫ ପର୍ଯ୍ୟନ୍ତ ବିଜେପି କିଷାନ ମୋର୍ଚ୍ଚାରେ ଉପ-ସଭାପତି ଭାବେ କାର୍ଯ୍ୟ କରିଥିଲେ । ୨୦୦୦ ନିର୍ବାଚନରେ ବିଜେପି ଟିକେଟ୍‌ରୁ ଛତ୍ରପୁର ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ । ଏହାପରେ ତାଙ୍କ ଉପ-ବାଚସ୍ପତି ଭାବେ ଦାୟିତ୍ୱ ଦିଆଯାଇଥିଲା । ୨୭ ମାର୍ଚ୍ଚ ୨୦୦୦ରୁ ୬ ଫେବୃଆରୀ ୨୦୦୪ ପର୍ଯ୍ୟନ୍ତ ଉପ-ବାଚସ୍ପତି ଭାବେ ଦାୟିତ୍ୱ ତୁଲାଇଥିଲେ । ପରେ ୨୦୧୭ ମସିହା ଜାନୁଆରୀ ୧୨ ତାରିଖ ଦିନ ବିଜେଡିରେ ଯୋଗଦାନ କରିଥିଲେ ରାମଚନ୍ଦ୍ର ପଣ୍ଡା । ହେଲେ ଏବେ ରାମଚନ୍ଦ୍ର ପଣ୍ଡା ବିଜେଡିରୁ ଇସ୍ତଫା ଦେଇଛନ୍ତି । 

ବିଜେଡି ଛାଡିଲେ ପୂର୍ବତନ ଉପ-ବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଦଳ ସୁପ୍ରିମୋଙ୍କୁ ପଠାଇଲେ ଇସ୍ତଫା ପତ୍ର

ବ୍ରହ୍ମପୁର ୦୪।୦୪: ନିର୍ବାଚନ ପୂର୍ବରୁ ବିଜେଡିକୁ ଆଉ ଏକ ଝଟ୍‌କା । ବିଜୁ ଜନତା ଦଳ ଛାଡିଲେ ପୂର୍ବତନ ଉପ-ବାଚସ୍ପଚି ରାମଚନ୍ଦ୍ର ପଣ୍ଡା । ଦଳ ସୁପ୍ରିମୋଙ୍କୁ ପଠାଇଲେ ଇସ୍ତଫା ପତ୍ର । 

୧୯୪୯ ମସିହା ଜୁନ ୧୫ ତାରିଖରେ ଗଞ୍ଜାମରେ ରାମଚନ୍ଦ୍ର ପଣ୍ଡାଙ୍କ ଜନ୍ମ । ୨୦୧୩-୧୫ ପର୍ଯ୍ୟନ୍ତ ବିଜେପି କିଷାନ ମୋର୍ଚ୍ଚାରେ ଉପ-ସଭାପତି ଭାବେ କାର୍ଯ୍ୟ କରିଥିଲେ । ୨୦୦୦ ନିର୍ବାଚନରେ ବିଜେପି ଟିକେଟ୍‌ରୁ ଛତ୍ରପୁର ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ । ଏହାପରେ ତାଙ୍କ ଉପ-ବାଚସ୍ପତି ଭାବେ ଦାୟିତ୍ୱ ଦିଆଯାଇଥିଲା । ୨୭ ମାର୍ଚ୍ଚ ୨୦୦୦ରୁ ୬ ଫେବୃଆରୀ ୨୦୦୪ ପର୍ଯ୍ୟନ୍ତ ଉପ-ବାଚସ୍ପତି ଭାବେ ଦାୟିତ୍ୱ ତୁଲାଇଥିଲେ । ପରେ ୨୦୧୭ ମସିହା ଜାନୁଆରୀ ୧୨ ତାରିଖ ଦିନ ବିଜେଡିରେ ଯୋଗଦାନ କରିଥିଲେ ରାମଚନ୍ଦ୍ର ପଣ୍ଡା । ହେଲେ ଏବେ ରାମଚନ୍ଦ୍ର ପଣ୍ଡା ବିଜେଡିରୁ ଇସ୍ତଫା ଦେଇଛନ୍ତି ।