ବିଜେଡି ପାଇଁ କାମ କରି ଫସିଲେଣି ଗଣ୍ଡାଗଣ୍ଡା ଅଫିସର !
ବିଜେଡି ମାର୍କା ବାବୁଙ୍କ ମୁଣ୍ଡରେ ଝୁଲୁଛି ଖଣ୍ଡା ! କେତେ ବେଳେ କାହା ଉପରେ ବି ହୋଇପାରେ ଆକ୍ସନ! କୁଟ୍ଟେ ଆଉ ଆଶିଷ ସିଂଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପରେ ବିଜେଡି ହାତବାରିସୀ ବାବୁଙ୍କ ଛାତି ଧଡ଼ଧଡ଼।
ସାବାଡ୍ ହେବେ ବିଜେଡି ମାର୍କା ବାବୁ। କୁଟ୍ଟେ ଏବଂ ଆଶିଷ ସିଂଙ୍କ ଉପରେ ଆକ୍ସନ ପରେ ବିଜେଡି ମାର୍କା ବାବୁଙ୍କ ମନରେ ଏବେ କୋକୁଆ ଭୟ। ଗତକାଲି ଦିଲ୍ଲୀ ଆବାସିକ କମିଶନଙ୍କ କାର୍ଯ୍ୟାଳୟରେ ରିପୋର୍ଟ କରିଛନ୍ତି ନିଲମ୍ବିତ ଆଇପିଏସ୍ ଡି.ଏସ୍. କୁଟ୍ଟେ। ଆଉ ଏପଟେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ଭୁବନେଶ୍ୱର ଏମ୍ସରେ ଆଶିଷ ସିଂଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ସେପଟେ ପୁଣି ଗତକାଲି ସୁଜାତା କାର୍ତ୍ତିକେୟନଙ୍କ ;ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେପି। ତେଣୁ ଆଗକୁ କାହା ପାଳି ପଡୁଛି ତାକୁ ନେଇ ଅନେକ ଚର୍ଚ୍ଚା।