ବିଜେଡିରେ ମିଶିଲେ ମନ୍ମଥ ରାଉତରାୟ, ଜଟଣୀ ଆସନରୁ ଲଢ଼ିବା ନେଇ ଚର୍ଚ୍ଚା !
ଭୁବନେଶ୍ୱର,୨୭।୩: ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ବୁଧବାର ଶଙ୍ଖ ଭବନରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ବିଜେଡି ଏମ୍ପି ମାନସ ମଙ୍ଗରାଜ, ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟ, ଏମ୍ପି ସସ୍ମିତ ପାତ୍ର, ସୁଲତା ଦେଓ ପ୍ରମୁଖ ଉପସ୍ଥିତ ରହିଥିଲେ। ତେବେ ଶହ ଶହ ସଂଖ୍ୟାରେ ସମର୍ଥକଙ୍କ ସହ ରାଲିରେ ଶଙ୍ଖ ଭବନ ଆସି ସେ ବିଜେଡିରେ ମିଶିଛନ୍ତି। ବିଜେଡିରେ ଯୋଗଦେବା ନେଇ […] The post ବିଜେଡିରେ ମିଶିଲେ ମନ୍ମଥ ରାଉତରାୟ, ଜଟଣୀ ଆସନରୁ ଲଢ଼ିବା ନେଇ ଚର୍ଚ୍ଚା ! appeared first on Dharitri Odia News.
ଭୁବନେଶ୍ୱର,୨୭।୩: ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ବୁଧବାର ଶଙ୍ଖ ଭବନରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ବିଜେଡି ଏମ୍ପି ମାନସ ମଙ୍ଗରାଜ, ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟ, ଏମ୍ପି ସସ୍ମିତ ପାତ୍ର, ସୁଲତା ଦେଓ ପ୍ରମୁଖ ଉପସ୍ଥିତ ରହିଥିଲେ। ତେବେ ଶହ ଶହ ସଂଖ୍ୟାରେ ସମର୍ଥକଙ୍କ ସହ ରାଲିରେ ଶଙ୍ଖ ଭବନ ଆସି ସେ ବିଜେଡିରେ ମିଶିଛନ୍ତି।
ବିଜେଡିରେ ଯୋଗଦେବା ନେଇ ମନ୍ମଥ କହିଛନ୍ତି, ନବୀନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛି। ଏହା ମୋ ପାଇଁ ଗର୍ବର ମୁହୂର୍ତ୍ତ। ଓଡ଼ିଶାର ଏକ ନମ୍ବର ଦଳ ମୋତେ ଚୟନ କରିଛି। ଏଣୁ ଯାହା ବି ଦାୟିତ୍ୱ ମିଳିବ ତାହାକୁ ତୁଲାଇବି। ନିର୍ବାଚନ ଲଢ଼ିବି କି ନାହିଁ ତାହା ଦଳ ନିଷ୍ପତ୍ତି ନେବ। ଜଣେ ଶୃଙ୍ଖଳିତ କର୍ମୀ ଭାବେ କାମ କରିବି। ବାପା ସୁର ରାଉତରାୟ ଏବଂ ବିଜେଡି ସୁପ୍ରିମୋ ନବୀନଙ୍କ ପ୍ରେରଣାରେ ଆଗକୁ ବଢ଼ିବି। ବିଜେଡିରେ ସାମିଲ ହେବେ ତାଙ୍କ ଏକା ନିଷ୍ପତ୍ତି ନୁହେଁ। ଏହା ତାଙ୍କ ପରିବାରର ନିଷ୍ପତ୍ତି ବୋଲି ସେ କହିଛନ୍ତି।
ପ୍ରକାଶ ଯେ, ରାଜନୀତିର ଜଣେ ଚର୍ଚ୍ଚିତ ଚେହେରା ହେଉଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ। ବୟସାଧିକ କାରଣରୁ ବିଧାନସଭାକୁ ବିଦାୟ କହିବା ପରେ ଏବେ ତାଙ୍କ ବଡ଼ ପୁଅ ସିଦ୍ଧାର୍ଥ ଏବଂ ସାନ ପୁଅ ମନ୍ମଥ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ପ୍ରଥମେ ସେ ପୁଅ କଂଗ୍ରେସରୁ ଲଢ଼ିବ ବୋଲି କହୁଥିବା ବେଳେ ଏବେ ମନ୍ମଥ ବିଜେଡିରେ ଯୋଗଦେଇ ଚର୍ଚ୍ଚାକୁ ବିରାମ ଦେଇଛନ୍ତି। ତେବେ ବିଧାୟକ ହେଲେ ଜଟଣୀ ଏବଂ ଏମ୍ପି ପ୍ରାର୍ଥୀ ହେଲେ ତାଙ୍କୁ ଭୁବନେଶ୍ୱରରୁ ଟିକେଟ ମିଳିପାରେ ବୋଲି ଚର୍ଚ୍ଚା ହେଉଛି।
The post ବିଜେଡିରେ ମିଶିଲେ ମନ୍ମଥ ରାଉତରାୟ, ଜଟଣୀ ଆସନରୁ ଲଢ଼ିବା ନେଇ ଚର୍ଚ୍ଚା ! appeared first on Dharitri Odia News.