ବିଜେପି, ଜନସେନା,ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଆସନ ବୁଝାମଣା ଚୂଡ଼ାନ୍ତ

ନୂଆଦିଲ୍ଲୀ : ବିଜେପି, ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଏବଂ ପୱନ କଲ୍ୟାଣଙ୍କ ଜନସେନା ଆଗାମୀ ଲୋକସଭା ଏବଂ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଏକ ଆସନ ବୁଝାମଣା ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତିରେ ପହଞ୍ଚିଥିବା ଜଣାପଡ଼ିଛି। ଖୁବଶୀଘ୍ର ଏନେଇ ଘୋଷଣଶ ହୋଇପାରେ। ଶୁକ୍ରବାର ମଧ୍ୟରାତ୍ରିରେ ହୋଇଥିାବ ବୈଠକରେ ଆସନା ବୁଝାମଣା ଚୂଡ଼ାନ୍ତ ହୋଇଛି। ବୁଝାମଣା ଅନୁଯାୟୀ ଆନ୍ଧ୍ରପ୍ରଦେଶରେ ୨୫ ଲୋକସଭା ଆସନରୁ ଜନସେନା ଏବଂ ବିଜେପି ପାଖାପାଖି ୮ଟି ଆସନ ପାଇବେ । ବାକି […]

ବିଜେପି, ଜନସେନା,ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଆସନ ବୁଝାମଣା ଚୂଡ଼ାନ୍ତ

ନୂଆଦିଲ୍ଲୀ : ବିଜେପି, ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଏବଂ ପୱନ କଲ୍ୟାଣଙ୍କ ଜନସେନା ଆଗାମୀ ଲୋକସଭା ଏବଂ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଏକ ଆସନ ବୁଝାମଣା ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତିରେ ପହଞ୍ଚିଥିବା ଜଣାପଡ଼ିଛି। ଖୁବଶୀଘ୍ର ଏନେଇ ଘୋଷଣଶ ହୋଇପାରେ। ଶୁକ୍ରବାର ମଧ୍ୟରାତ୍ରିରେ ହୋଇଥିାବ ବୈଠକରେ ଆସନା ବୁଝାମଣା ଚୂଡ଼ାନ୍ତ ହୋଇଛି। ବୁଝାମଣା ଅନୁଯାୟୀ ଆନ୍ଧ୍ରପ୍ରଦେଶରେ ୨୫ ଲୋକସଭା ଆସନରୁ ଜନସେନା ଏବଂ ବିଜେପି ପାଖାପାଖି ୮ଟି ଆସନ ପାଇବେ । ବାକି ଆସନରେ ଟିଡିପି ଲଢ଼ିବ। ଅନ୍ୟପକ୍ଷେ ରାଜ୍ୟ ବିଧାନସଭା ପାଇଁ ଉଭୟ ବିଜେପି ଏବଂ ଜନସେନା ୨୮ ଏବଂ ୩୨ ଆସନ ପାଇପାରନ୍ତି। ଟିଡିପି ବାକି ଆସନରେ ନିର୍ବାଚନ ଲଢ଼ିବ। ଆନ୍ଧ୍ରପ୍ରଦେଶରେ ବିଧାନସଭା ଆସନ ସଂଖ୍ୟା ୧୭୫। ପ୍ରାଥମିକ ସ୍ତରରେ ଆଲୋଚନା ଶେଷ ହୋଇଥିବା ଜଣାପଡ଼ିଛି। ଇତି ମଧ୍ୟରେ ବରିଷ୍ଠ ଟିଡିପି ନେତା କିଞ୍ଜରପୁ ଆଚାନାଇଡ଼ୁ କହିଛନ୍ତି,ବିଜେପି ନେତାଙ୍କ ନିମନ୍ତ୍ରଣ କ୍ରମେ ନାଇଡ଼ୁ ଦିଲ୍ଲୀରେ ଆସି ପହଞ୍ଚିଛନ୍ତି। ପ୍ରାଥମିକ ଆଲୋଚନା ଶେଷ ହୋଇଛି। ଟିଡିପି, ବିଜେପି ଏବଂ ଜନସେନା ଏକାଠି ନିର୍ବାଚନ ଲଢ଼ିବାପାଇଁ ନିଷ୍ପତ୍ତି ନେଇଛନ୍ତି। ତେବେ ନାଇଡ଼ୁ ବିଜେପି ନେତାମାନଙ୍କୁ ଭେଟିବାପରେ କିଏ କେଉଁ ଆସନରୁ ଲଢ଼ିବେ ତାହା ସ୍ଥିର ହେବ ବୋଲି ସେ କହିଛନ୍ତି।