ବିଜେପିର ବିଜୟରେ ଗଦଗଦ୍ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା, କହିଲେ-ଯମୁନା ହେବ ଦିଲ୍ଲୀର ପରିଚୟ
ନୂଆଦିଲ୍ଲୀ ୮।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ମୁଖ୍ୟାଳୟରେ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିଛନ୍ତି। କହିଛନ୍ତି ଦିଲ୍ଲୀର ‘ଆପ-ଦା’ ଯମୁନା ଆସ୍ଥାର ଅପମାନ କରିଛି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଭାଷଣର ପ୍ରାରମ୍ଭ ‘ଜୟ ଯମୁନା ମୈୟା’ରୁ ଆରମ୍ଭ କରି କହିଛନ୍ତି ଯେ ଯମୁନା ଦିଲ୍ଲୀ ଅସ୍ତିତ୍ୱର ଅଭିନ୍ନ ଅଂଶ। ହେଲେ ଆପ-ଦା ଏହାର ଦୁର୍ଦ୍ଦଶା କରିଥିଲା। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯମୁନାର ସେବା ଓ ତାର ପରିଚୟକୁ ପୁଣି ମଜଭୁତ କରିବେ। ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚନ ପ୍ରଚାର କାଳରେ ଯମୁନା ଦିଲ୍ଲୀର ପରିଚୟ ପାଲଟିବ ବୋଲି ସଂକଳ୍ପ କରିଥିଲେ। ହୁଏତ ଏହା କଠିନ ଓ ଦୀର୍ଘାବଧି କାର୍ଯ୍ୟକ୍ରମ ହୋଇପାରେ ହେଲେ ଏଥି ପାଇଁ ସବୁ ପ୍ରକାରର ଉଦ୍ୟମ କରିବେ ବୋଲି କହିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ଆପ ନେତାଙ୍କ ଉପରେ ବର୍ଷିଛନ୍ତି। କହିଛନ୍ତି ଏମାନେ ରାଜନୀତିରେ ପରିବର୍ତ୍ତନ ଆଣିବେ ବୋଲି ଦାବି କରୁଥିଲେ, ଅନ୍ତତଃ ସେମାନେ ଭ୍ରଷ୍ଟାଚାରୀ ସାବ୍ୟସ୍ତ ହୋଇଛନ୍ତି। मैंने चुनाव प्रचार के दौरान संकल्प लिया है कि हम यमुना जी को दिल्ली की पहचान बनाएंगे।हम मां यमुना की सेवा के लिए हर प्रयास करेंगे, पूरे सेवाभाव से काम करेंगे।- पीएम श्री @narendramodi pic.twitter.com/sLsRUrxeOH— BJP Delhi (@BJP4Delhi) February 8, 2025ପ୍ରଧାନମନ୍
ନୂଆଦିଲ୍ଲୀ ୮।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ମୁଖ୍ୟାଳୟରେ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିଛନ୍ତି। କହିଛନ୍ତି ଦିଲ୍ଲୀର ‘ଆପ-ଦା’ ଯମୁନା ଆସ୍ଥାର ଅପମାନ କରିଛି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଭାଷଣର ପ୍ରାରମ୍ଭ ‘ଜୟ ଯମୁନା ମୈୟା’ରୁ ଆରମ୍ଭ କରି କହିଛନ୍ତି ଯେ ଯମୁନା ଦିଲ୍ଲୀ ଅସ୍ତିତ୍ୱର ଅଭିନ୍ନ ଅଂଶ। ହେଲେ ଆପ-ଦା ଏହାର ଦୁର୍ଦ୍ଦଶା କରିଥିଲା। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯମୁନାର ସେବା ଓ ତାର ପରିଚୟକୁ ପୁଣି ମଜଭୁତ କରିବେ।
ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚନ ପ୍ରଚାର କାଳରେ ଯମୁନା ଦିଲ୍ଲୀର ପରିଚୟ ପାଲଟିବ ବୋଲି ସଂକଳ୍ପ କରିଥିଲେ। ହୁଏତ ଏହା କଠିନ ଓ ଦୀର୍ଘାବଧି କାର୍ଯ୍ୟକ୍ରମ ହୋଇପାରେ ହେଲେ ଏଥି ପାଇଁ ସବୁ ପ୍ରକାରର ଉଦ୍ୟମ କରିବେ ବୋଲି କହିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ଆପ ନେତାଙ୍କ ଉପରେ ବର୍ଷିଛନ୍ତି। କହିଛନ୍ତି ଏମାନେ ରାଜନୀତିରେ ପରିବର୍ତ୍ତନ ଆଣିବେ ବୋଲି ଦାବି କରୁଥିଲେ, ଅନ୍ତତଃ ସେମାନେ ଭ୍ରଷ୍ଟାଚାରୀ ସାବ୍ୟସ୍ତ ହୋଇଛନ୍ତି।
मैंने चुनाव प्रचार के दौरान संकल्प लिया है कि हम यमुना जी को दिल्ली की पहचान बनाएंगे।
हम मां यमुना की सेवा के लिए हर प्रयास करेंगे, पूरे सेवाभाव से काम करेंगे।
- पीएम श्री @narendramodi pic.twitter.com/sLsRUrxeOH— BJP Delhi (@BJP4Delhi) February 8, 2025
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଧାନସଭାର ପ୍ରଥମ ଅଧିବେଶନରେ ସିଏଜି ରିପୋର୍ଟ ଉପସ୍ଥାପନ କରାଯିବ ଓ ପ୍ରତ୍ୟେକ ଭ୍ରଷ୍ଟାଚାରର ଯାଞ୍ଚ କରାଯିବ। ଯିଏବି ଭ୍ରଷ୍ଟାଚାରରେ ଲିପ୍ତ ଥିବା ଧରାପଡିବେ ତାଙ୍କୁ ଆଇନଆଗରେ ଉତ୍ତରଦାୟୀ କରାଯିବ। ଉଲ୍ଲେଖଯୋଗ୍ୟ ଯେ ବିଜେପି ଦିଲ୍ଲୀର ୭୦ଟିରୁ ୪୮ଟି ସିଟ୍ରେ ବିଜୟୀ ହୋଇଛି। ଆମ ଆଦମୀ ପାର୍ଟିର ବିଧାୟକମାନେ ମାତ୍ର ୨୩ଟି ଆସନ ଜିତିବାରେ ସକ୍ଷମ ହୋଇଛନ୍ତି।