ବିଜେପିର ସଦସ୍ୟତା ଅଭିଯାନ-୨୦୨୪ ଶୁଭାରମ୍ଭ

ଭୁବନେଶ୍ଵର: ଭାରତୀୟ ଜନତା ପାର୍ଟିର ପ୍ରତି ୬ ବର୍ଷରେ ଥରେ ପ୍ରାଥମିକ ସଦସ୍ୟତା ଅଭିଯାନ ହୋଇଥାଏ। ସୋମବାର ରାଷ୍ଟ୍ରୀୟସ୍ତରରେ ଏହି ଅଭିଯାନର ଶୁଭାରମ୍ଭ ହୋଇଛି। ଆଜି ରାଜ୍ୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲ ସଦସ୍ୟତା ଅଭିଯାନର ଶୁଭାରମ୍ଭ କରିବେ। ସଦସ୍ୟତା ଅଭିଯାନ-୨୦୨୪ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ମନ୍ତ୍ରୀ ମଣ୍ଡଳର ସମସ୍ତ ସଦସ୍ୟ,ସାଂସଦ, ବିଧାୟକ ଏବଂ ରାଜ୍ୟ ପଦାଧିକାରୀ ଯୋଗଦେବେ। ଉଭୟ […]

ବିଜେପିର ସଦସ୍ୟତା ଅଭିଯାନ-୨୦୨୪ ଶୁଭାରମ୍ଭ
ବିଜେପିର ସଦସ୍ୟତା ଅଭିଯାନ-୨୦୨୪ ଶୁଭାରମ୍ଭ

ଭୁବନେଶ୍ଵର: ଭାରତୀୟ ଜନତା ପାର୍ଟିର ପ୍ରତି ୬ ବର୍ଷରେ ଥରେ ପ୍ରାଥମିକ ସଦସ୍ୟତା ଅଭିଯାନ ହୋଇଥାଏ। ସୋମବାର ରାଷ୍ଟ୍ରୀୟସ୍ତରରେ ଏହି ଅଭିଯାନର ଶୁଭାରମ୍ଭ ହୋଇଛି। ଆଜି ରାଜ୍ୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲ ସଦସ୍ୟତା ଅଭିଯାନର ଶୁଭାରମ୍ଭ କରିବେ। ସଦସ୍ୟତା ଅଭିଯାନ-୨୦୨୪ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ମନ୍ତ୍ରୀ ମଣ୍ଡଳର ସମସ୍ତ ସଦସ୍ୟ,ସାଂସଦ, ବିଧାୟକ ଏବଂ ରାଜ୍ୟ ପଦାଧିକାରୀ ଯୋଗଦେବେ। ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ ମାଧ୍ୟମରେ ସଦସ୍ୟତା ଗ୍ରହଣ କରାଯିବ ବୋଲି ଶ୍ରୀସାମଲ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସଦସ୍ୟତା​‌ ଅଭିଯାନର ରାଜ୍ୟ ସଂଯୋଜକ ରଞ୍ଜନ ପଟେଲ, ସହ ସଂଯୋଜକ ଅଶୋକ କୁମାର ମିଶ୍ର ଏବଂ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲୀକ ପ୍ରମୂଖ ଉପସ୍ଥିତ ଥିଲେ।