ବିଜୟରୁ ଅଭିଯାନ ଆରମ୍ଭ କଲା ଇଣ୍ଡିଆ: ଅଭିଷେକ ଶର୍ମାଙ୍କ ଧୂଆଁଦାର ବ୍ୟାଟିଂ
କୋଲକାତା: ବିଜୟରୁ ଅଭିଯାନ ଆରମ୍ଭ କଲା ଟିମ ଇଣ୍ଡିଆ। କୋଲକାତାର ଇଡେନ ଗାର୍ଡେନରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳା ଯାଉଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଭାରତ ଜିତି ନେଇଛି। ଭାରତର ନିମନ୍ତ୍ରଣ କ୍ରମେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୧୩୨ ରନ୍ କରିଥିଲା। ଜବାବରେ ଟିମ୍ ଇଣ୍ଡିଆ ୩ ୱିକେଟ୍ ହରାଇ ୧୨.୫ ଓଭର ୧୩୩ ରନ୍ କରି ମ୍ୟାଚ୍ ଜିତି ନେଇଛି। ଭାରତ ପକ୍ଷରୁ ଅଭିଷେକ ଶର୍ମା ସର୍ବାଧିକ ୭୯ ରନ୍ କରିଥିବା ବେଳେ ତାଙ୍କ ପଛକୁ ସଞ୍ଜୁ ସାମସନ ୨୬ ରନ୍ କରିଥିଲେ। ହେଲେ କ୍ୟାପ୍ଟେନ୍ ସୂର୍ଯ୍ୟ କୁମାର ଯାଦବ କିନ୍ତୁ ଖାତା ଖୋଲିପାରି ନଥିଲେ। ସେପଟେ ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚର ସର୍ବାଧିକ ୨ଟି ୱିକେଟ୍ ନେଇଥିବା ବେଳେ ଆଦିଲ ରଶିଦ ଗୋଟିଏ ୱିକେଟ୍ ନେଇଥିଲେ। ଇଂଲଣ୍ଡର ୧୩୨ ରନ୍ ଟାର୍ଗେଟ୍ ନେଇ ମୈଦାନକୁ ଓହ୍ଲାଇଥିବା ଭାରତ ପକ୍ଷରୁ ଅଭିଷେକ ଶର୍ମା ଓ ସଞ୍ଜୁ ସାମସନ ଭଲ ଆରମ୍ଭ କରିଥିଲେ। ହେଲେ ୪.୨ ଓଭର ବେଳକୁ ଦଳୀୟ ସ୍କୋର ୪୧ ବେଳେ ସଞ୍ଜୁ ସାମନଙ୍କ ୱିକେଟ ଯାଇଥିଲା। ସେ ମାତ୍ର ୨୦ ବଲ୍ରେ ୨୬ ରନ୍ କରି ଆଉଟ ହୋଇଥିଲେ। ଏହାପରେ ସେହି ଓଭରରେ ବ୍ୟାଟିଂ ଆସିଥିବା କ୍ୟାପ୍ଟେନ ସୂର୍ଯ୍ୟକୁମାର ଯାଦବଙ୍କ ୱିକେଟ ମଧ୍ୟ ଯାଇଥିଲା। ସେ ଖାତା ଖୋଲିପାରି ନଥିଲେ। ???? ???????????????????????????????????????? ???????????????? ???????? ???????????? ???????????????? ?????????????????
କୋଲକାତା: ବିଜୟରୁ ଅଭିଯାନ ଆରମ୍ଭ କଲା ଟିମ ଇଣ୍ଡିଆ। କୋଲକାତାର ଇଡେନ ଗାର୍ଡେନରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳା ଯାଉଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଭାରତ ଜିତି ନେଇଛି। ଭାରତର ନିମନ୍ତ୍ରଣ କ୍ରମେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୧୩୨ ରନ୍ କରିଥିଲା। ଜବାବରେ ଟିମ୍ ଇଣ୍ଡିଆ ୩ ୱିକେଟ୍ ହରାଇ ୧୨.୫ ଓଭର ୧୩୩ ରନ୍ କରି ମ୍ୟାଚ୍ ଜିତି ନେଇଛି।
ଭାରତ ପକ୍ଷରୁ ଅଭିଷେକ ଶର୍ମା ସର୍ବାଧିକ ୭୯ ରନ୍ କରିଥିବା ବେଳେ ତାଙ୍କ ପଛକୁ ସଞ୍ଜୁ ସାମସନ ୨୬ ରନ୍ କରିଥିଲେ। ହେଲେ କ୍ୟାପ୍ଟେନ୍ ସୂର୍ଯ୍ୟ କୁମାର ଯାଦବ କିନ୍ତୁ ଖାତା ଖୋଲିପାରି ନଥିଲେ। ସେପଟେ ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚର ସର୍ବାଧିକ ୨ଟି ୱିକେଟ୍ ନେଇଥିବା ବେଳେ ଆଦିଲ ରଶିଦ ଗୋଟିଏ ୱିକେଟ୍ ନେଇଥିଲେ।
ଇଂଲଣ୍ଡର ୧୩୨ ରନ୍ ଟାର୍ଗେଟ୍ ନେଇ ମୈଦାନକୁ ଓହ୍ଲାଇଥିବା ଭାରତ ପକ୍ଷରୁ ଅଭିଷେକ ଶର୍ମା ଓ ସଞ୍ଜୁ ସାମସନ ଭଲ ଆରମ୍ଭ କରିଥିଲେ। ହେଲେ ୪.୨ ଓଭର ବେଳକୁ ଦଳୀୟ ସ୍କୋର ୪୧ ବେଳେ ସଞ୍ଜୁ ସାମନଙ୍କ ୱିକେଟ ଯାଇଥିଲା। ସେ ମାତ୍ର ୨୦ ବଲ୍ରେ ୨୬ ରନ୍ କରି ଆଉଟ ହୋଇଥିଲେ। ଏହାପରେ ସେହି ଓଭରରେ ବ୍ୟାଟିଂ ଆସିଥିବା କ୍ୟାପ୍ଟେନ ସୂର୍ଯ୍ୟକୁମାର ଯାଦବଙ୍କ ୱିକେଟ ମଧ୍ୟ ଯାଇଥିଲା। ସେ ଖାତା ଖୋଲିପାରି ନଥିଲେ।
???? ???????????????????????????????????????? ???????????????? ???????? ???????????? ???????????????? ????????????????????????????! ???? ????#TeamIndia off to a flying start in the T20I series, sealing a 7⃣-wicket win! ???? ????
Follow The Match ▶️ https://t.co/4jwTIC5zzs#INDvENG | @IDFCFIRSTBank pic.twitter.com/hoUcLWCEIP— BCCI (@BCCI) January 22, 2025
ସେପଟେ ଅଭିଷେକ ଶର୍ମା ବିସ୍ଫୋରକ ଇନିଂସ୍ ଖେଳି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। କ୍ୟାପ୍ଟେନ୍ଙ୍କ ଆଉଟ୍ ହେବା ପରେ ଅଭିଷେକଙ୍କୁ ସହଯୋଗ କରିବାକୁ ଆସିଥିଲେ ତିଲକ ବର୍ମା। ହେଲେ ୧୧.୫ ଓଭର ବେଳକୁ ଅଭିଷେକ ଆଉଟ ହୋଇ ପାଭିଲିଅନ ଫେରିଥିଲେ। ସେ ମାତ୍ର ୩୪ ବଲ୍ରେ ୭୯ ରନ୍ କରିଥିଲେ। ଯେଉଁଥିରେ ସେ ୫ଟି ଚୌକା ଓ ୮ଟି ଛକ୍କା ମାରିଥିଲେ।
ଅନ୍ୟପଟେ ଭାରତୀୟ ବୋଲରଙ୍କ ପରି ଆଜି କମାଲ ଦେଇଖାପାରି ନଥିଲେ ଇଂଲଣ୍ଡ ବୋଲର। ଜୋଫ୍ରା ଆର୍ଚ୍ଚର ସର୍ବାଧିକ ୨ ୱିକେଟ୍ ନେଇଥିବା ବେଳେ ଆଦିଲ ରଶିଦ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ। ବାକି ସମସ୍ତ ବୋଲର ଟିମ୍ ପାଇଁ ୱିକେଟ ନେବାର ବିଫଳ ହୋଇଥିଲେ। ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ଗସ ଆଟ୍କିନସନ। ସେ ୨ ଓଭର କରି ୩୮ ରନ୍ ଦେଇଥିବା ବେଳେ ୱିକେଟ୍ ନେଇ ପାରି ନଥିଲେ।