ବିଞ୍ଜ୍ ଇଟିଂ ଡିଜ୍ଅର୍ଡର
ଏହା ଏକ ଏପରି ଇଟିଂ ଡିଜ୍ଅର୍ଡର ଯେଉଁ କାରଣରୁ ଅନେକ ପ୍ରକାର ସମସ୍ୟା ଦେଖାଦେଇଥାଏ । ଏହି ସମସ୍ୟା ହେଲେ ରୋଗୀମାନେ ଖୁବ କମ ସମୟରେ ବହୁତ ଅଧିକ ଖାଦ୍ୟ ଖାଇଥାଆନ୍ତି । ସେମାନେ ଭୋକରେ ନଥିଲେ ମଧ୍ୟ ଅତ୍ୟଧିକ ମାତ୍ରାରେ ଖାଦ୍ୟ ଖାଇଥାଆନ୍ତି, ଯାହା ତାଙ୍କର ସ୍ୱାସ୍ଥ୍ୟ ସମସ୍ୟା ବିଗାଡି ଥାଏ । ସେମାନେ ଖାଇବା ସମୟରେ କୌଣସି ଅନ୍ୟକଥାକୁ ଧ୍ୟାନ ଦିଅନ୍ତି ନାହିଁ । ତେବେ ଏହି ସମସ୍ୟାକୁ ଚିହ୍ନିବା କଷ୍ଟ ହୋଇଥାଏ । […]

ଏହା ଏକ ଏପରି ଇଟିଂ ଡିଜ୍ଅର୍ଡର ଯେଉଁ କାରଣରୁ ଅନେକ ପ୍ରକାର ସମସ୍ୟା ଦେଖାଦେଇଥାଏ । ଏହି ସମସ୍ୟା ହେଲେ ରୋଗୀମାନେ ଖୁବ କମ ସମୟରେ ବହୁତ ଅଧିକ ଖାଦ୍ୟ ଖାଇଥାଆନ୍ତି । ସେମାନେ ଭୋକରେ ନଥିଲେ ମଧ୍ୟ ଅତ୍ୟଧିକ ମାତ୍ରାରେ ଖାଦ୍ୟ ଖାଇଥାଆନ୍ତି, ଯାହା ତାଙ୍କର ସ୍ୱାସ୍ଥ୍ୟ ସମସ୍ୟା ବିଗାଡି ଥାଏ । ସେମାନେ ଖାଇବା ସମୟରେ କୌଣସି ଅନ୍ୟକଥାକୁ ଧ୍ୟାନ ଦିଅନ୍ତି ନାହିଁ । ତେବେ ଏହି ସମସ୍ୟାକୁ ଚିହ୍ନିବା କଷ୍ଟ ହୋଇଥାଏ । ଏହାର ଲକ୍ଷଣ ଖାଦ୍ୟ ସମ୍ବନ୍ଧୀୟ ହୋଇଥିବାରୁ ଜଣା ପଡି ନଥାଏ । ତେବେ କେତେକ ଅଭ୍ୟାସକୁ ଧ୍ୟାନର ସହ ଦେଖିଲେ ଏହି ରୋଗ ବିଷୟରେ ଜଣା ପଡିଥାଏ । ଏହି ସମସ୍ୟାରେ ପୀଡିତମାନେ ଅସାଧାରଣ ଭାବେ ଖାଦ୍ୟ ଖାଇଥାଆନ୍ତି । ଯେତେ ପର୍ଯ୍ୟନ୍ତ ପେଟ ସମ୍ପୁର୍ଣ୍ଣଭାବେ ଭର୍ତ୍ତି ନହୋଇଛି, ସେତେ ପର୍ଯ୍ୟନ୍ତ ଖାଇବା ଛାଡନ୍ତି ନାହିଁ । ଭୋକ ନଲାଗିଲେ ବି ଖାଉଥାଆନ୍ତି । ଅତ୍ୟଧିକ ଖାଉଥିବାରୁ ଏକୁଟିଆ ଖାଇବାକୁ ଆଗ୍ରହ ପ୍ରକାଶ କରନ୍ତି । ତେବେ ଏହାର ସଠିକ କାରଣ ଆଜି ପର୍ଯ୍ୟନ୍ତ ଜଣା ପଡିନାହିଁ । ଏହା କେତେକ କ୍ଷେତ୍ରରେ ଜେନେଟିକ୍ ହୋଇଥାଏ ବୋଲି ବୈଜ୍ଞାନିକ ମତ ପ୍ରକାଶ କରନ୍ତି । ସେହିଭଳି ଏହା ମହିଳାଙ୍କ କ୍ଷେତ୍ରରେ ଅଧିକ ଦେଖିବାକୁ ମିଳିଥାଏ । ଷ୍ଟ୍ରେସ, ମାନସିକ ଅବସାଦ କିମ୍ବା ଚିନ୍ତାରେ ରହୁଥିବା ଲୋକମାନଙ୍କ କ୍ଷେତ୍ରରେ ଏହି ସମସ୍ୟା ବେଶି ଦେଖିବାକୁ ମିଳିଥାଏ । ଯଦି ଏପରି କୌଣସି ଲକ୍ଷଣ ଦେଖୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।