ବିଦର୍ଭ ଚଳିତ ରଣଜୀ ଚାମ୍ପିଅନ, ତୃତୀୟ ଥର ପାଇଁ ହାସଲ କଲା ମହାମୁକୁଟ

ନୂଆଦିଲ୍ଲୀ: ବିଦର୍ଭ ଚଳିତ ରଣଜୀ ଚାମ୍ପିଅନ। ମାଚ୍ୟ ଡ୍ର ସତ୍ତ୍ୱେ ଅଗ୍ରଣୀ ଭିତ୍ତିରେ ଚାମ୍ପିଅନ୍‌। ତୃତୀୟ ଥର ପାଇଁ ରଣଜୀ ଟ୍ରଫି ବିଜୟ ହାସଲ କରିଛି ବିଦର୍ଭ। ନାଗପୁରର ଭିସିଏ ଷ୍ଟାଡିୟମ୍‌ରେ ଚାଲିଥିବା କେରଳ ବିପକ୍ଷ ଫାଇନାଲ୍‌ର ପଞ୍ଚମ ଦିନ ଦିନ ଡ୍ର ରହିଥିଲା। ପୂର୍ବରୁ ବିଦର୍ଭ ୨୦୧୭-୧୮ ଏବଂ ୨୦୧୮-୧୯ରେ କ୍ରମାଗତ ଦୁଇଟି ସିଜିନରେ ବିଜେତା ହୋଇଥିଲା। ତେବେ ପୁଣି ୬ଟି ସିଜିନ ପରେ ମହାମୁକୁଟ ହାସଲ କରିଛି।ଜାତୀୟ ଦଳରୁ ଉପେକ୍ଷିତ କରୁଣ ନାୟାର ପ୍ରଥମ‌ ଶ୍ରେଣୀ କ୍ରିକେଟ୍‌ରେ ୨୩ତମ ଏବଂ ଚଳିତ ଋତୁରେ ଚତୁର୍ଥ ଶତକ ହାସଲ କରିବା ସହ ଆଉ ଏକ ସଫଳ ଋତୁ ଶେଷ କରିବାକୁ ଯାଉଛନ୍ତି। କିଛି ବର୍ଷ ତଳେ କେରଳ ପାଇଁ ଡାକରା ପାଇଥିବା ଏହି ଖେଳାଳି ଏବେ ସେହି ରାଜ୍ୟ ବିପକ୍ଷରେ ଶତକ ହାସଲ କରିଛନ୍ତି।କେରଳ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବିଦର୍ଭର ଦାନିଶ ମାଲେୱାର ୧୫୩ ସହ ଏକ ଚମତ୍କାର ଶତକ ଏବଂ କରୁଣ ନାୟାରଙ୍କ ୮୬ ରନ୍‌ର ଇନିଂସ ବଳରେ ୩୭୯ ରନ କରିଥିଲା। ଜବାବରେ କେରଳ ସଚିନ ବେବି (୯୮) ଏବଂ ଆଦିତ୍ୟ ସର୍ବତେ (୭୯)ଙ୍କ ଇନିଂସ ଯୋଗୁଁ ୩୪୨ ରନ କରିଥିଲା। ବିଦର୍ଭ ଏଠାରେ ୩୭ ରନର ଲିଡ୍ ପାଇଥିଲା। ତା'ପରେ ଦ୍ୱିତୀୟ ଇନିଂସରେ, କରୁଣ (୧୩୫) ଏବଂ ଦାନିଶ (୭୩)ଙ୍କ ଇନିଂସ ବଳରେ ବିଦର୍ଭ ୩୭୫ ରନ କରିଥିଲା।

ବିଦର୍ଭ ଚଳିତ ରଣଜୀ ଚାମ୍ପିଅନ, ତୃତୀୟ ଥର ପାଇଁ ହାସଲ କଲା ମହାମୁକୁଟ

ନୂଆଦିଲ୍ଲୀ: ବିଦର୍ଭ ଚଳିତ ରଣଜୀ ଚାମ୍ପିଅନ। ମାଚ୍ୟ ଡ୍ର ସତ୍ତ୍ୱେ ଅଗ୍ରଣୀ ଭିତ୍ତିରେ ଚାମ୍ପିଅନ୍‌। ତୃତୀୟ ଥର ପାଇଁ ରଣଜୀ ଟ୍ରଫି ବିଜୟ ହାସଲ କରିଛି ବିଦର୍ଭ। ନାଗପୁରର ଭିସିଏ ଷ୍ଟାଡିୟମ୍‌ରେ ଚାଲିଥିବା କେରଳ ବିପକ୍ଷ ଫାଇନାଲ୍‌ର ପଞ୍ଚମ ଦିନ ଦିନ ଡ୍ର ରହିଥିଲା। ପୂର୍ବରୁ ବିଦର୍ଭ ୨୦୧୭-୧୮ ଏବଂ ୨୦୧୮-୧୯ରେ କ୍ରମାଗତ ଦୁଇଟି ସିଜିନରେ ବିଜେତା ହୋଇଥିଲା। ତେବେ ପୁଣି ୬ଟି ସିଜିନ ପରେ ମହାମୁକୁଟ ହାସଲ କରିଛି।

ଜାତୀୟ ଦଳରୁ ଉପେକ୍ଷିତ କରୁଣ ନାୟାର ପ୍ରଥମ‌ ଶ୍ରେଣୀ କ୍ରିକେଟ୍‌ରେ ୨୩ତମ ଏବଂ ଚଳିତ ଋତୁରେ ଚତୁର୍ଥ ଶତକ ହାସଲ କରିବା ସହ ଆଉ ଏକ ସଫଳ ଋତୁ ଶେଷ କରିବାକୁ ଯାଉଛନ୍ତି। କିଛି ବର୍ଷ ତଳେ କେରଳ ପାଇଁ ଡାକରା ପାଇଥିବା ଏହି ଖେଳାଳି ଏବେ ସେହି ରାଜ୍ୟ ବିପକ୍ଷରେ ଶତକ ହାସଲ କରିଛନ୍ତି।

କେରଳ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବିଦର୍ଭର ଦାନିଶ ମାଲେୱାର ୧୫୩ ସହ ଏକ ଚମତ୍କାର ଶତକ ଏବଂ କରୁଣ ନାୟାରଙ୍କ ୮୬ ରନ୍‌ର ଇନିଂସ ବଳରେ ୩୭୯ ରନ କରିଥିଲା। ଜବାବରେ କେରଳ ସଚିନ ବେବି (୯୮) ଏବଂ ଆଦିତ୍ୟ ସର୍ବତେ (୭୯)ଙ୍କ ଇନିଂସ ଯୋଗୁଁ ୩୪୨ ରନ କରିଥିଲା। ବିଦର୍ଭ ଏଠାରେ ୩୭ ରନର ଲିଡ୍ ପାଇଥିଲା। ତା'ପରେ ଦ୍ୱିତୀୟ ଇନିଂସରେ, କରୁଣ (୧୩୫) ଏବଂ ଦାନିଶ (୭୩)ଙ୍କ ଇନିଂସ ବଳରେ ବିଦର୍ଭ ୩୭୫ ରନ କରିଥିଲା।