ବିଦ୍ୟୁତ ଆଘାତରେ ଜଣେ ମୃତ
କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦରରେ ଥିବା ଜଗନ୍ନାଥ ସାହିରେ ରହିଆସୁଥିବା ତ୍ରିପାତି ପଟ୍ଟନାୟକ (୫୨)ଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ବିଭିନ୍ନ ଅଞ୍ଚଳରେ ସୋଲାର କାର୍ଯ୍ୟ ଚାଲିଥିଲା । ସୋଲାର ପାଣି ଟାଙ୍କି ମରାମତି କାର୍ଯ୍ୟରେ ଡ୍ରାଇଭର ଭାବରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ମାଳିଗୁବାଙ୍ଗ ପଞ୍ଚାୟତର ସଦରରେ ତ୍ରିପାତି ପଟ୍ଟନାୟକ ଯାଇଥିଲେ। ସେହିଠାରେ ସୋଲାର କାର୍ଯ୍ୟ କରୁଥିବା ବେଳେ ଏକ ପାଇପ ଉଠାଇବା ସମୟରେ ଉପରେ ଯାଇଥିବା ୧୧କେଭି ବିଦ୍ୟୁତ […]

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦରରେ ଥିବା ଜଗନ୍ନାଥ ସାହିରେ ରହିଆସୁଥିବା ତ୍ରିପାତି ପଟ୍ଟନାୟକ (୫୨)ଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ବିଭିନ୍ନ ଅଞ୍ଚଳରେ ସୋଲାର କାର୍ଯ୍ୟ ଚାଲିଥିଲା । ସୋଲାର ପାଣି ଟାଙ୍କି ମରାମତି କାର୍ଯ୍ୟରେ ଡ୍ରାଇଭର ଭାବରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ମାଳିଗୁବାଙ୍ଗ ପଞ୍ଚାୟତର ସଦରରେ ତ୍ରିପାତି ପଟ୍ଟନାୟକ ଯାଇଥିଲେ। ସେହିଠାରେ ସୋଲାର କାର୍ଯ୍ୟ କରୁଥିବା ବେଳେ ଏକ ପାଇପ ଉଠାଇବା ସମୟରେ ଉପରେ ଯାଇଥିବା ୧୧କେଭି ବିଦ୍ୟୁତ ତାରରେ ସଂସ୍ପର୍ଶରେ ଆସି ସର୍ଟସର୍କିଟରେ ତ୍ରିପାତି ପଟ୍ଟନାୟକ ଗୁରୁତର ହୋଇଥିଲେ। ସେହି ଠାରୁ ସ୍ଥାନୀୟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।