କୁଇସମାଜ ସେବା ସମିତି ତରଫରୁ ଶ୍ରଦ୍ଧାଞ୍ଜଳି ସଭା
ଫୁଲବାଣୀ: କନ୍ଧମାଳ ଜିଲ୍ଲାର କୁଇସମାଜ ସେବା ସମିତି ଫୁଲବାଣୀ ତରଫରୁ କନ୍ଧମାଳ ଜିଲ୍ଲାର ସମାଜ ସେବୀ ଦ୍ୱୟଙ୍କ ପାଇଁ କୁଇସମାଜ ମୁଖ୍ୟ କାର୍ଯ୍ୟାଳୟ ଠାରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ସୂଚନା ପ୍ରକାରେ କୁଇ ସମାଜ ସେବା ସମିତି, ଫୁଲବାଣୀ ପକ୍ଷରୁ କନ୍ଧମାଳ ଜିଲ୍ଲାର ପ୍ରଥମ ଡାକ୍ତର ମେଦିନୀଶ୍ଵର ମଲିକଙ୍କ ପୁତ୍ର ଚକାଡୋଳା ମଲିକ ଏବଂ ବୋହୂ ପ୍ରମିଳା ମଲିକଙ୍କ ପରଲୋକ ହୋଇଯାଇଛି। ସ୍ଵାମୀ ଚକାଡୋଳା ମଲିକ ଜାନୁଆରୀ ୧୨ ତାରିଖ ଶୁକ୍ରବାର ଦିନ ଇହଲୀଳା ସମ୍ବରଣ […]

ଫୁଲବାଣୀ: କନ୍ଧମାଳ ଜିଲ୍ଲାର କୁଇସମାଜ ସେବା ସମିତି ଫୁଲବାଣୀ ତରଫରୁ କନ୍ଧମାଳ ଜିଲ୍ଲାର ସମାଜ ସେବୀ ଦ୍ୱୟଙ୍କ ପାଇଁ କୁଇସମାଜ ମୁଖ୍ୟ କାର୍ଯ୍ୟାଳୟ ଠାରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ସୂଚନା ପ୍ରକାରେ କୁଇ ସମାଜ ସେବା ସମିତି, ଫୁଲବାଣୀ ପକ୍ଷରୁ କନ୍ଧମାଳ ଜିଲ୍ଲାର ପ୍ରଥମ ଡାକ୍ତର ମେଦିନୀଶ୍ଵର ମଲିକଙ୍କ ପୁତ୍ର ଚକାଡୋଳା ମଲିକ ଏବଂ ବୋହୂ ପ୍ରମିଳା ମଲିକଙ୍କ ପରଲୋକ ହୋଇଯାଇଛି। ସ୍ଵାମୀ ଚକାଡୋଳା ମଲିକ ଜାନୁଆରୀ ୧୨ ତାରିଖ ଶୁକ୍ରବାର ଦିନ ଇହଲୀଳା ସମ୍ବରଣ କରିଥିବା ବେଳେ ତାଙ୍କର ସ୍ତ୍ରୀ ପ୍ରମିଳା ମଲିକ ଜାନୁଆରୀ ୧୩ ତାରିଖ ଶନିବାର ଦିନ ଇହଲୀଳା ସମ୍ବରଣ କରିଥିଲେ। ଫୁଲବାଣୀ କୁଇ ସମାଜ ପକ୍ଷରୁ ଉଭୟ ଦମ୍ପତ୍ତିଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଅଛି।