ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟିଲା କାର୍, ଗାଡ଼ିରୁ ମିଳିଲା ଏକ ବନ୍ଧୁକ

ବିନିକା ୨୬।୦୫ : ସୋନପୁର ଜିଲ୍ଲା ଉଲୁଣ୍ଡା ଥାନା ମାଟିଖାଇ ନୂଆବସ୍ତି ନିକଟରେ ଦୁର୍ଘଟଣା । ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟିଲା କାର୍‌ । ଯାହାଫଳରେ କାର୍‌ରେ ଥିବା ତିନି ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ଉଲୁଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଛି ।ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତି ସମୟରେ କାର୍‌ଟି ସୋନପୁରରୁ ସମ୍ବଲପୁର ପଟକୁ ଆସୁଥିଲା । ମାଟିଖାଇ ନୂଆବସ୍ତି ନିକଟରେ କାର୍‌ଟି ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡିଥିଲା ।ଯାହାଫଳରେ କାର୍‌ଟି ଭାଙ୍ଗି ଚୁର୍‌ମାର୍‌ ହୋଇଯାଇଛି । ସେପଟେ ଖବର ପାଇ ଅଗ୍ନିଶମ ବାହିନୀ  ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ତିନି ଜଣ ଗୁରୁତରଙ୍କୁ ଉଦ୍ଧାର କରି ଉଲୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ହେଲେ ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି କି, ଦୁର୍ଘଟଣାଗ୍ରସ୍ତ କାର୍‌ରୁ ଏକ ବନ୍ଧୁକ ଜବତ କରି ପୋଲିସ । ତେବେ କାର୍‌ ଭିତରକୁ ବନ୍ଧୁକ କେମିତି ଆସିଲା, ତାକୁ ନେଇ ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ ।  

ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟିଲା କାର୍, ଗାଡ଼ିରୁ ମିଳିଲା ଏକ ବନ୍ଧୁକ

ବିନିକା ୨୬।୦୫ : ସୋନପୁର ଜିଲ୍ଲା ଉଲୁଣ୍ଡା ଥାନା ମାଟିଖାଇ ନୂଆବସ୍ତି ନିକଟରେ ଦୁର୍ଘଟଣା । ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟିଲା କାର୍‌ । ଯାହାଫଳରେ କାର୍‌ରେ ଥିବା ତିନି ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ଉଲୁଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତି ସମୟରେ କାର୍‌ଟି ସୋନପୁରରୁ ସମ୍ବଲପୁର ପଟକୁ ଆସୁଥିଲା । ମାଟିଖାଇ ନୂଆବସ୍ତି ନିକଟରେ କାର୍‌ଟି ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡିଥିଲା ।ଯାହାଫଳରେ କାର୍‌ଟି ଭାଙ୍ଗି ଚୁର୍‌ମାର୍‌ ହୋଇଯାଇଛି । ସେପଟେ ଖବର ପାଇ ଅଗ୍ନିଶମ ବାହିନୀ  ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ତିନି ଜଣ ଗୁରୁତରଙ୍କୁ ଉଦ୍ଧାର କରି ଉଲୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ହେଲେ ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି କି, ଦୁର୍ଘଟଣାଗ୍ରସ୍ତ କାର୍‌ରୁ ଏକ ବନ୍ଧୁକ ଜବତ କରି ପୋଲିସ । ତେବେ କାର୍‌ ଭିତରକୁ ବନ୍ଧୁକ କେମିତି ଆସିଲା, ତାକୁ ନେଇ ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ ।