ବିହାରରେ ନଦୀ ଗୁଡ଼ିକର ରୌଦ୍ରରୂପ; ବନ୍ୟାରେ ବେହାଲ ୧୩ ଜିଲ୍ଲା, ଶିବହରରେ ଭାଙ୍ଗିଲା ବନ୍ଧ

ନୂଆଦିଲ୍ଲୀ; ନେପାଳରେ ପ୍ରକୃତିର ତାଣ୍ଡବ ଜାରି ରହିଛି । ଲଗାଣ ବର୍ଷା ଏବଂ ଭୁସ୍ଖଳନରେ ବେହାଲ ହୋଇଛି ପାହାଡ଼ି ଦେଶ । ପ୍ରବଳ ବର୍ଷା ଯୋଗୁ ୧୦ଟି ନଦୀରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଆଉ ଏହାର ପ୍ରଭାବ ନେପାଳ ସହିତ ବିହାରରେ ପଡିଛି । ଅଧିକାଂଶ ନଦୀରେ ବଡ଼ ବନ୍ୟା ଆସିଛି । ୧୩ରୁ ଅଧିକ ଜିଲ୍ଲାରେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି । ବଡ଼ ବନ୍ୟାକୁ ଦୃଷ୍ଟିରେ ରଖି ନଦୀ କୂଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ଏସଡିଆରଏଫ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ପ୍ରଭାବିତ ଅଞ୍ଚଳ ଅଭିମୁଖେ ବାହାରିଛନ୍ତି ଏନଡିଆରଏଫ ଟିମ୍ । ନଦୀବଢ଼ୀ ଅଞ୍ଚଳକୁ ତୁରନ୍ତ ଛାଡ଼ିବାକୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଅପିଲ୍ କରାଯାଇଛି । ବନ୍ୟା ପରିସ୍ଥିତି ପାଇଁ ହଜାର ହଜାର ଲୋକ ବେଘର ହୋଇଛନ୍ତି । ରାଜ୍ୟର ଦରଭଙ୍ଗା, ମୋତିହାରୀ, ଶିବହର, ସୀତାମାଢ଼ି, ପୂର୍ବ ଚମ୍ପାରଣ, ପଶ୍ଚିମ ଚମ୍ପାରଣ, ଆରରିୟା, କିଶନଗଞ୍ଜ, ଗୋପାଳଗଞ୍ଜ, ସୁପୌଲ, ସିବାନ, ମାଧେପୁର, ମୁଜାଫରପୁର, ପୁର୍ଣିଆ ଏବଂ ମଧୁବନୀରେ ବନ୍ୟାରେ ବିଶେଷ ଭାବେ ପ୍ରଭାବିତ ହୋଇଛି । ଶିବହର ଜିଲ୍ଲାର ତିରୟାନୀ ଛପରାରେ ବାଗମତୀ ନଦୀ କୂଳ ଲଙ୍ଘିଛି । ଆଡିବନ୍ଧ ଭାଙ୍ଗିଯିବାର ଖବର ସାମ୍ନାକୁ ଆସିଛି । ଦରଭଙ୍ଗା ଜିଲ୍ଲାର କିରତପୁର ପ୍ରଖଣ୍ଡରେ ଭୁଭୌଲରେ ମଧ୍ୟ ଆଡିବନ୍ଧୀ ଭାଙ୍ଗିଛି ।ବନ୍ୟା ଉପରେ ବିହାର ସରକାର ୨୪ଘଣ୍ଟା ନଜର ରଖିଛନ୍ତି । ଜଳସେଚନ ମନ୍

ବିହାରରେ ନଦୀ ଗୁଡ଼ିକର ରୌଦ୍ରରୂପ; ବନ୍ୟାରେ ବେହାଲ ୧୩ ଜିଲ୍ଲା, ଶିବହରରେ ଭାଙ୍ଗିଲା ବନ୍ଧ

ନୂଆଦିଲ୍ଲୀ; ନେପାଳରେ ପ୍ରକୃତିର ତାଣ୍ଡବ ଜାରି ରହିଛି । ଲଗାଣ ବର୍ଷା ଏବଂ ଭୁସ୍ଖଳନରେ ବେହାଲ ହୋଇଛି ପାହାଡ଼ି ଦେଶ । ପ୍ରବଳ ବର୍ଷା ଯୋଗୁ ୧୦ଟି ନଦୀରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଆଉ ଏହାର ପ୍ରଭାବ ନେପାଳ ସହିତ ବିହାରରେ ପଡିଛି । ଅଧିକାଂଶ ନଦୀରେ ବଡ଼ ବନ୍ୟା ଆସିଛି । ୧୩ରୁ ଅଧିକ ଜିଲ୍ଲାରେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି । ବଡ଼ ବନ୍ୟାକୁ ଦୃଷ୍ଟିରେ ରଖି ନଦୀ କୂଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ଏସଡିଆରଏଫ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ପ୍ରଭାବିତ ଅଞ୍ଚଳ ଅଭିମୁଖେ ବାହାରିଛନ୍ତି ଏନଡିଆରଏଫ ଟିମ୍ । ନଦୀବଢ଼ୀ ଅଞ୍ଚଳକୁ ତୁରନ୍ତ ଛାଡ଼ିବାକୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଅପିଲ୍ କରାଯାଇଛି । ବନ୍ୟା ପରିସ୍ଥିତି ପାଇଁ ହଜାର ହଜାର ଲୋକ ବେଘର ହୋଇଛନ୍ତି । 

ରାଜ୍ୟର ଦରଭଙ୍ଗା, ମୋତିହାରୀ, ଶିବହର, ସୀତାମାଢ଼ି, ପୂର୍ବ ଚମ୍ପାରଣ, ପଶ୍ଚିମ ଚମ୍ପାରଣ, ଆରରିୟା, କିଶନଗଞ୍ଜ, ଗୋପାଳଗଞ୍ଜ, ସୁପୌଲ, ସିବାନ, ମାଧେପୁର, ମୁଜାଫରପୁର, ପୁର୍ଣିଆ ଏବଂ ମଧୁବନୀରେ ବନ୍ୟାରେ ବିଶେଷ ଭାବେ ପ୍ରଭାବିତ ହୋଇଛି । ଶିବହର ଜିଲ୍ଲାର ତିରୟାନୀ ଛପରାରେ ବାଗମତୀ ନଦୀ କୂଳ ଲଙ୍ଘିଛି । ଆଡିବନ୍ଧ ଭାଙ୍ଗିଯିବାର ଖବର ସାମ୍ନାକୁ ଆସିଛି । ଦରଭଙ୍ଗା ଜିଲ୍ଲାର କିରତପୁର ପ୍ରଖଣ୍ଡରେ ଭୁଭୌଲରେ ମଧ୍ୟ ଆଡିବନ୍ଧୀ ଭାଙ୍ଗିଛି ।

ବନ୍ୟା ଉପରେ ବିହାର ସରକାର ୨୪ଘଣ୍ଟା ନଜର ରଖିଛନ୍ତି । ଜଳସେଚନ ମନ୍ତ୍ରୀ  ବିଜୟ କୁମାର ଚୌଧୁରୀଙ୍କ ସୂଚନା ମୁତାବକ, ଜଳସେଚନ ବିଭାଗର ୩ ଅଧୀକ୍ଷଣ ଅଧିକାରୀ, ୧୭ ଅଫିସ୍ ଷ୍ଟାଫ୍, ୨୫ ସହାୟକ କର୍ମାଟାରୀ ଏବଂ ୪୫ କନିଷ୍ଠ ସହୟାକଙ୍କୁ ବନ୍ୟା ଉପରେ ୨୪ ଘଣ୍ଟା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।