ବିଦ୍ୟୁତତାର ସଂସ୍ପର୍ଶରେ ଆସି ୩ ଛାତ୍ର ଆହତ

ବ୍ରାହ୍ମଣୀଗାଁ,୮ା୧୧(ମନୋରଞ୍ଜନ ରଣା): ବିଦ୍ୟୁତତାର ସଂସ୍ପର୍ଶରେ ଆସି ୩ ଛାତ୍ର ଆହତ ହୋଇଛନ୍ତି। କନ୍ଧମାଳ ଜିଲା ସୀମାନ୍ତ ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ କଟାମା ପଞ୍ଚାୟତର ଡନିଗାଁରେ ଏପରି ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଆହତ ଛାତ୍ରମାନେ ହେଲେ ଉକ୍ତ ଗ୍ରାମର ପିଟର ସୁଆନ ସିଂ(୯), ରିଙ୍କୁ ପରିଚ୍ଛା (୧୫), ସିଦ୍ଧାର୍ଥ ନାୟକ(୭)। ଶୀତଦିନ ହୋଇଥିବାରୁ ଛାତ୍ରମାନେ ଛାତ ଉପରେ କଅଁଳ ଖରାରେ ପାଠ ପଢୁଥିବାବେଳେ ଏହି ଘଟଣା ଘଟିଛି। ଆହତମାନଙ୍କୁ ପରିବାର ଲୋକେ ତୁରନ୍ତ ବ୍ରାହ୍ମଣୀଗାଁସ୍ଥିତ […] The post ବିଦ୍ୟୁତତାର ସଂସ୍ପର୍ଶରେ ଆସି ୩ ଛାତ୍ର ଆହତ appeared first on Dharitri Odia News.

ବିଦ୍ୟୁତତାର ସଂସ୍ପର୍ଶରେ ଆସି ୩ ଛାତ୍ର ଆହତ

ବ୍ରାହ୍ମଣୀଗାଁ,୮ା୧୧(ମନୋରଞ୍ଜନ ରଣା): ବିଦ୍ୟୁତତାର ସଂସ୍ପର୍ଶରେ ଆସି ୩ ଛାତ୍ର ଆହତ ହୋଇଛନ୍ତି। କନ୍ଧମାଳ ଜିଲା ସୀମାନ୍ତ ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ କଟାମା ପଞ୍ଚାୟତର ଡନିଗାଁରେ ଏପରି ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଆହତ ଛାତ୍ରମାନେ ହେଲେ ଉକ୍ତ ଗ୍ରାମର ପିଟର ସୁଆନ ସିଂ(୯), ରିଙ୍କୁ ପରିଚ୍ଛା (୧୫), ସିଦ୍ଧାର୍ଥ ନାୟକ(୭)। ଶୀତଦିନ ହୋଇଥିବାରୁ ଛାତ୍ରମାନେ ଛାତ ଉପରେ କଅଁଳ ଖରାରେ ପାଠ ପଢୁଥିବାବେଳେ ଏହି ଘଟଣା ଘଟିଛି। ଆହତମାନଙ୍କୁ ପରିବାର ଲୋକେ ତୁରନ୍ତ ବ୍ରାହ୍ମଣୀଗାଁସ୍ଥିତ ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ଆଣିଥିଲେ। ଡାକ୍ତର ଆହତ ଛାତ୍ରଙ୍କୁ ବିଶେଷ କିଛି ହୋଇ ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇଥିଲେ।

ରିଙ୍କୁଙ୍କ ବାପା ବିପ୍ର ପରିଚ୍ଛାଙ୍କ ପ୍ରତିକ୍ରିୟାରୁ ଯାହା ଜଣାପଡ଼ିଛି, ସେ ଅନେକ ଦିନରୁ ବିଦ୍ୟୁତ୍‌ ବିଭାଗର କର୍ମଚାରୀମାନଙ୍କୁ ନିଜ ଘର ଉପରେ ଯାଇଥିବା ବିଦ୍ୟୁତତାରକୁ ଅନ୍ୟ ଜାଗାକୁ ଘୁଞ୍ଚାଇବା ପାଇଁ କହିଥିଲେ କିନ୍ତୁ ଏହାକୁ କର୍ମଚାରୀମାନେ ଗୁରୁତ୍ୱ ଭାବେ ନେଇ ନ ଥିବା କହିଛନ୍ତି। ଏପରିକି ବିଦ୍ୟୁତ୍‌ତାର ଘୁଞ୍ଚାଇବାକୁ ହେଲେ ସେମାନଙ୍କୁ କିଛି ଟଙ୍କା ଦେବାକୁ ପଡ଼ିବ ବୋଲି କର୍ମଚାରୀମାନେ କହିଥିବା ନେଇ ବିପ୍ର କହିଛନ୍ତି। ଉକ୍ତ କର୍ମଚାରୀଙ୍କୁ ଦେବା ପାଇଁ ବିପ୍ରଙ୍କ ପାଖରେ ଅର୍ଥ ନ ଥିବା ବେଳେ ଅକାଳରେ ଏପରି ଘଟଣା ଘଟିଥିବା ନେଇ ବିଦ୍ୟୁତ୍‌ ବିଭାଗକୁ ଦାୟୀ କରିଛନ୍ତି। ଅଞ୍ଚଳବାସୀ ଏହି ଘଟଣାରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତୁରନ୍ତ ବିଦ୍ୟୁତ ବିଭାଗ ଏହା ଉପରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

The post ବିଦ୍ୟୁତତାର ସଂସ୍ପର୍ଶରେ ଆସି ୩ ଛାତ୍ର ଆହତ appeared first on Dharitri Odia News.