ବିଧାନସଭା ଆରମ୍ଭରୁ ହଟ୍ଟଗୋଳ, ଚାଲିପାରିଲାନି ଗୃହ: ୧୨ ଯାଏଁ ମୁଲତବୀ
ଭୁବନେଶ୍ଵର : ବଜେଟ୍ ଅଧିବେଶନର ଆଜି ତୃତୀୟ ଦିନ । ପ୍ରଶ୍ନକାଳ ସ୍ଵାଭାବିକ ଭାବେ ଚାଲିବ କି ନୁହେଁ ତାକୁ ନେଇ ଆଶଙ୍କା ଦେଖାଦେଇଥିବାବେଳେ ଗୃହ କାର୍ଯ୍ୟ ଆରମ୍ଭ ରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ଆଜି ବି ଗୃହ ସରଗରମ ରହିଛି। କଟନୀ ଛଟନୀ ଏବଂ ଆଇନ ଶୃଙ୍ଖଳା ପ୍ରସଙ୍ଗ ନେଇ ବିରୋଧୀମାନେ ସରକାରଙ୍କୁ ଘେରିଛନ୍ତି। ଗୃହର ମଧ୍ୟଭାଗକୁ ଯାଇ ଉଭୟ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ପ୍ରବଳ ହୋହାଲ୍ଲା କରିଛନ୍ତି। ଯାହାକୁ ନେଇ […]

ଭୁବନେଶ୍ଵର : ବଜେଟ୍ ଅଧିବେଶନର ଆଜି ତୃତୀୟ ଦିନ । ପ୍ରଶ୍ନକାଳ ସ୍ଵାଭାବିକ ଭାବେ ଚାଲିବ କି ନୁହେଁ ତାକୁ ନେଇ ଆଶଙ୍କା ଦେଖାଦେଇଥିବାବେଳେ ଗୃହ କାର୍ଯ୍ୟ ଆରମ୍ଭ ରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ଆଜି ବି ଗୃହ ସରଗରମ ରହିଛି। କଟନୀ ଛଟନୀ ଏବଂ ଆଇନ ଶୃଙ୍ଖଳା ପ୍ରସଙ୍ଗ ନେଇ ବିରୋଧୀମାନେ ସରକାରଙ୍କୁ ଘେରିଛନ୍ତି। ଗୃହର ମଧ୍ୟଭାଗକୁ ଯାଇ ଉଭୟ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ପ୍ରବଳ ହୋହାଲ୍ଲା କରିଛନ୍ତି। ଯାହାକୁ ନେଇ ଆଜି ୧୨ଟା ଯାଏଁ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି।