‘ବିଧାନସଭା ଭିତରେ ଓ ବାହାରେ ବଳ ପ୍ରୟୋଗ; ଶାସନ ଚଳାଇବା ଜାଣିନାହାନ୍ତି ସରକାର’
ଭୁବନେଶ୍ବର: ପ୍ରତିହିଂସା ପରାୟଣ ହେଉଛି ବିଜେପି । ଶାସନ ଚଳାଇବା ଠିକ୍ ଭାବେ ଜାଣିନାହାନ୍ତି ସରକାର । ବିଧାନସଭା ଭିତରେ ଓ ବାହାରେ ବଳ ପ୍ରୟୋଗ କରୁଛନ୍ତି । ଏଥିରେ କଂଗ୍ରେସ ସଦସ୍ୟ ଓ ବିଜେଡି ସଦସ୍ୟ ଆହତ ହୋଇଛନ୍ତି । ସରକାର ଭାବୁଛନ୍ତି ପୋଲିସ ଦ୍ୱାରା ଦମନ କରିବେ, ହେଲେ ତାହା ସମ୍ଭବ ନୁହେଁ । କଂଗ୍ରେସର ବିଧାନସଭା ଘେରାଉକୁ ନେଇ ଏଭଳି କିଛି ପ୍ରତିକ୍ରିୟା ଦେଇଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ସେ ଆହୁରି ମଧ୍ୟ କହିଛନ୍ତି, ବିଧାନସଭା ସମ୍ମୁଖରେ ଯେପରି ପୋଲିସ ଛାଉଣୀ ହୋଇଛି, ଲାଗୁଛି ଏଠାରେ ରୁଷ-ୟୁକ୍ରେନ କିମ୍ବା ପାଲେଷ୍ଟାଇନ-ଇସ୍ରାଏଲର ଲଢେଇ ଚାଲିଛି । ଶାନ୍ତି ପ୍ରିୟ ରାଜ୍ୟକୁ ଅଶାନ୍ତ କରିବାରେ ବିଜେପିର ହାତ ରହିଛି ବୋଲି ଅରୁଣ ସାହୁ କହିଛନ୍ତି । ଭୁବନେଶ୍ବର ଲୋୟର ପିଏମ୍ଜିରେ ଗର୍ଜିଲା କଂଗ୍ରେସ । ନାରୀ ସୁରକ୍ଷା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । ଲୋୟର ପିଏମ୍ଜିରେ ବ୍ୟାରିକେଡ୍ ଭାଙ୍ଗି ଧସେଇ ପଶିଥିଲେ କଂଗ୍ରେସ କର୍ମୀ । ବ୍ୟାରିକେଡ୍ ଭାଙ୍ଗି ବିଧାନସଭା ଅଭିମୁଖେ ଅଗ୍ରସର ବେଳେ ପୋଲିସ ସହ କଂଗ୍ରେସ ନେତା ଓ କର୍ମୀ ଧସ୍ତାଧସ୍ତି ଓ ଠେଲାପେଲା ହୋଇଥିଲେ । ପୋଲିସ ଲାଠି ଚାର୍ଜ ବନାମ କଂଗ୍ରେସର ଚେୟାର ମାଡ଼ ହୋଇଥିଲା । ଉତ୍ତ୍ୟକ୍ତ କଂଗ୍ରେସକର୍ମୀ ପୋଲିସ ଉପରକୁ ପାଣି ବୋତଲ ଫିଙ୍ଗା ଥିଲେ । ସେପଟେ କଂଗ୍ରେସ ନେତା ଓ କର୍ମୀଙ୍କୁ ଗୋଡ଼ାଇ ଗୋ
ଭୁବନେଶ୍ବର: ପ୍ରତିହିଂସା ପରାୟଣ ହେଉଛି ବିଜେପି । ଶାସନ ଚଳାଇବା ଠିକ୍ ଭାବେ ଜାଣିନାହାନ୍ତି ସରକାର । ବିଧାନସଭା ଭିତରେ ଓ ବାହାରେ ବଳ ପ୍ରୟୋଗ କରୁଛନ୍ତି । ଏଥିରେ କଂଗ୍ରେସ ସଦସ୍ୟ ଓ ବିଜେଡି ସଦସ୍ୟ ଆହତ ହୋଇଛନ୍ତି । ସରକାର ଭାବୁଛନ୍ତି ପୋଲିସ ଦ୍ୱାରା ଦମନ କରିବେ, ହେଲେ ତାହା ସମ୍ଭବ ନୁହେଁ । କଂଗ୍ରେସର ବିଧାନସଭା ଘେରାଉକୁ ନେଇ ଏଭଳି କିଛି ପ୍ରତିକ୍ରିୟା ଦେଇଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ସେ ଆହୁରି ମଧ୍ୟ କହିଛନ୍ତି, ବିଧାନସଭା ସମ୍ମୁଖରେ ଯେପରି ପୋଲିସ ଛାଉଣୀ ହୋଇଛି, ଲାଗୁଛି ଏଠାରେ ରୁଷ-ୟୁକ୍ରେନ କିମ୍ବା ପାଲେଷ୍ଟାଇନ-ଇସ୍ରାଏଲର ଲଢେଇ ଚାଲିଛି । ଶାନ୍ତି ପ୍ରିୟ ରାଜ୍ୟକୁ ଅଶାନ୍ତ କରିବାରେ ବିଜେପିର ହାତ ରହିଛି ବୋଲି ଅରୁଣ ସାହୁ କହିଛନ୍ତି ।
ଭୁବନେଶ୍ବର ଲୋୟର ପିଏମ୍ଜିରେ ଗର୍ଜିଲା କଂଗ୍ରେସ । ନାରୀ ସୁରକ୍ଷା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । ଲୋୟର ପିଏମ୍ଜିରେ ବ୍ୟାରିକେଡ୍ ଭାଙ୍ଗି ଧସେଇ ପଶିଥିଲେ କଂଗ୍ରେସ କର୍ମୀ । ବ୍ୟାରିକେଡ୍ ଭାଙ୍ଗି ବିଧାନସଭା ଅଭିମୁଖେ ଅଗ୍ରସର ବେଳେ ପୋଲିସ ସହ କଂଗ୍ରେସ ନେତା ଓ କର୍ମୀ ଧସ୍ତାଧସ୍ତି ଓ ଠେଲାପେଲା ହୋଇଥିଲେ । ପୋଲିସ ଲାଠି ଚାର୍ଜ ବନାମ କଂଗ୍ରେସର ଚେୟାର ମାଡ଼ ହୋଇଥିଲା । ଉତ୍ତ୍ୟକ୍ତ କଂଗ୍ରେସକର୍ମୀ ପୋଲିସ ଉପରକୁ ପାଣି ବୋତଲ ଫିଙ୍ଗା ଥିଲେ । ସେପଟେ କଂଗ୍ରେସ ନେତା ଓ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲା ପୋଲିସ । ଏହା ସହିତ ପାଣି ମାଡ଼ ମଧ୍ୟ କରିଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଟିୟର ଗ୍ୟାସ୍ ପ୍ରୟୋଗ କରିଛି ପୋଲିସ । କଂଗ୍ରେସର ଏହି ଆନ୍ଦୋଳନରେ ଅନେକ କର୍ମୀ, ପୋଲିସ, ସାମ୍ବାଦିକ ଆହତ ହୋଇଛନ୍ତି । ଏହାକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ବିଜେପି ଉପରେ ବର୍ଷିଛନ୍ତି । ରାଜ୍ୟ ଶାସନ ଚଳାଇବା ଜାଣି ନାହାନ୍ତି ବୋଲି କହିଛନ୍ତି । ସରକାର କୌଣସି ବାଟ ନପାଇ ପୋଲିସ ଦ୍ବାରା ଦମନ ଲିଳା ଚଳାଇଛି ବୋଲି ବିଜେଡି ବିଧାୟକ କହିଛନ୍ତି ।