ବିଧାନସଭାରେ ଉଠିଲା ମୋ ବସ୍ ପ୍ରସଙ୍ଗ: ଘଣ୍ଟାପ୍ରତି ଏତିକି ବେଗରେ ଚାଲିବ ବସ୍
ଭୁବନେଶ୍ୱର,୧୧।୩: ମୋ ବସ୍ ଗୋଟିଏ ପରେ ଗୋଟିଏ ଜୀବନ ନେବା ପରେ ମଙ୍ଗଳବାର ବିଧାନସଭାରେ ଉଠିଛି ମୋ ବସ୍ କଥା । ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା ମୋ ବସ୍ ସଂକ୍ରାନ୍ତରେ ବିଧାନସଭାରେ ପ୍ରଶ୍ନ କରିଥିଲେ। ଏହାର ଉତ୍ତର ରଖିଥିଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ବିଜେଡି ବିଧାୟକ ଅନନ୍ତ ପ୍ରଶ୍ନ କରି ପଚାରିଥିଲେ, ମୋ ବସ୍ରେ ବେଗ ନିୟନ୍ତ୍ରଣ ଯନ୍ତ୍ର ଲାଗିଛି କି?। ମୋ ବସ୍ ଧକ୍କାରେ ମୃତ୍ୟୁବରଣ […] The post ବିଧାନସଭାରେ ଉଠିଲା ମୋ ବସ୍ ପ୍ରସଙ୍ଗ: ଘଣ୍ଟାପ୍ରତି ଏତିକି ବେଗରେ ଚାଲିବ ବସ୍ appeared first on Dharitri Odia News.
ଭୁବନେଶ୍ୱର,୧୧।୩: ମୋ ବସ୍ ଗୋଟିଏ ପରେ ଗୋଟିଏ ଜୀବନ ନେବା ପରେ ମଙ୍ଗଳବାର ବିଧାନସଭାରେ ଉଠିଛି ମୋ ବସ୍ କଥା । ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା ମୋ ବସ୍ ସଂକ୍ରାନ୍ତରେ ବିଧାନସଭାରେ ପ୍ରଶ୍ନ କରିଥିଲେ। ଏହାର ଉତ୍ତର ରଖିଥିଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।
ବିଜେଡି ବିଧାୟକ ଅନନ୍ତ ପ୍ରଶ୍ନ କରି ପଚାରିଥିଲେ, ମୋ ବସ୍ରେ ବେଗ ନିୟନ୍ତ୍ରଣ ଯନ୍ତ୍ର ଲାଗିଛି କି?। ମୋ ବସ୍ ଧକ୍କାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ କେତେ ଠଙ୍କା କ୍ଷତିପୂରଣ ଦିଆଯାଇଛି ବୋଲି ପ୍ରଶ୍ନ କରିଥିଲେ।
ଉତ୍ତରରେ ମନ୍ତ୍ରୀ କହିଥିଲେ, ଭୁବନେଶ୍ୱର ମହାନଗର ନିଗମ ଏବଂ ଏହାର ଆଖପାଖ ଅଞ୍ଚଳରେ କ୍ରୁଟ ପକ୍ଷରୁ ପରିଚାଳିତ ୩୭୫ଟି ମୋ ବସ୍ ଚଳାଚଳ କରୁଛି । ମୋ ବସ ଦୁର୍ଘଟଣାରେ ୧୬ଜଣ ପ୍ରାଣ ହରାଇଥିବା କହିଥିଲେ।
ଅନ୍ୟପକ୍ଷେ ଇଲେକ୍ଟ୍ରି ମୋ ବସ ପାଇଁ ସହର ଭିତରେ ଘଣ୍ଟାପ୍ରତି ବେଗ ୩୫ କିମି ରହିଥିବା ବେଳେ, ଡିଜେଲ ବସ୍ ପାଇଁ ଘଣ୍ଟାପ୍ରତି ବେଗ ୪୦ କିମି ରଖାଯାଇଛି । ଏପରିକି ଜାତୀୟ ରାଜପଥରେ ଚାଲୁଥିବା ବସ୍ ପାଇଁ ଘଣ୍ଟାପ୍ରତି ବେଗ ୫୦ କିମି ଧାର୍ୟ୍ୟ କରାଯାଇଛି ବୋଲି ମନ୍ତ୍ରୀ କହିଥିଲେ।
The post ବିଧାନସଭାରେ ଉଠିଲା ମୋ ବସ୍ ପ୍ରସଙ୍ଗ: ଘଣ୍ଟାପ୍ରତି ଏତିକି ବେଗରେ ଚାଲିବ ବସ୍ appeared first on Dharitri Odia News.