ବିଧାୟକ ପଦ ରଦ୍ଦ ହେବା ପରେ ଆଇନର ଆଶ୍ରୟ ନେବେ ଅରବିନ୍ଦ ଢାଲି

ଭୁବନେଶ୍ୱର,୧୩।୪: ବିଧାୟକ ପଦ ରଦ୍ଦ ହେବା ପରେ ପୂର୍ବତନ ବିଜେଡି ବିଧାୟକ ତଥା ବର୍ତ୍ତମାନର ଜୟଦେବ ବିଧାନସଭା ଆସନର ଭାଜପା ପ୍ରାର୍ଥୀ ଅରବିନ୍ଦ ଢାଲି ଆଇନର ଆଶ୍ରୟ ନେବେ। ଭୁବନେଶ୍ୱରରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ସେ ଏହା କହିଛନ୍ତି । ସେ କହିଛନ୍ତି, ଜାଣିଶୁଣି ମୋ ବିଧାନସଭା ପଦକୁ ରଦ୍ଦ କରାଯାଇଛି। ଯେଉଁମାନେ ବିଜେଡିରୁ ଭାଜପାକୁ ଆସିଛନ୍ତି, ସେମାନଙ୍କର ହିଁ ବିଧାୟକ ପଦ ରଦ୍ଦ କରାଯାଇଛି।ଅନ୍ୟମାନଙ୍କର କାହିଁକି ନୁହଁ ବୋଲି ସେ ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ, […] The post ବିଧାୟକ ପଦ ରଦ୍ଦ ହେବା ପରେ ଆଇନର ଆଶ୍ରୟ ନେବେ ଅରବିନ୍ଦ ଢାଲି appeared first on Dharitri Odia News.

ବିଧାୟକ ପଦ ରଦ୍ଦ ହେବା ପରେ ଆଇନର ଆଶ୍ରୟ ନେବେ ଅରବିନ୍ଦ ଢାଲି

ଭୁବନେଶ୍ୱର,୧୩।୪: ବିଧାୟକ ପଦ ରଦ୍ଦ ହେବା ପରେ ପୂର୍ବତନ ବିଜେଡି ବିଧାୟକ ତଥା ବର୍ତ୍ତମାନର ଜୟଦେବ ବିଧାନସଭା ଆସନର ଭାଜପା ପ୍ରାର୍ଥୀ ଅରବିନ୍ଦ ଢାଲି ଆଇନର ଆଶ୍ରୟ ନେବେ। ଭୁବନେଶ୍ୱରରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ସେ ଏହା କହିଛନ୍ତି ।

ସେ କହିଛନ୍ତି, ଜାଣିଶୁଣି ମୋ ବିଧାନସଭା ପଦକୁ ରଦ୍ଦ କରାଯାଇଛି। ଯେଉଁମାନେ ବିଜେଡିରୁ ଭାଜପାକୁ ଆସିଛନ୍ତି, ସେମାନଙ୍କର ହିଁ ବିଧାୟକ ପଦ ରଦ୍ଦ କରାଯାଇଛି।ଅନ୍ୟମାନଙ୍କର କାହିଁକି ନୁହଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ଦଳ ବଦଳ ନିୟମ ଅନୁସାରେ ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ବିଧାୟକ ପଦକୁ ବାଚସ୍ପତି ପ୍ରମିଳା ମଲ୍ଲିକ ରଦ୍ଦ କରିଥିଲେ। ବିଧାନସଭା ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

The post ବିଧାୟକ ପଦ ରଦ୍ଦ ହେବା ପରେ ଆଇନର ଆଶ୍ରୟ ନେବେ ଅରବିନ୍ଦ ଢାଲି appeared first on Dharitri Odia News.