ବିନା ନମ୍ୱର ପ୍ଲେଟ୍‌ରେ ଚାଲୁଥିଲା ରେସିଂ ବାଇକ, ପୋଲିସ ଅଟକାଇବାରୁ ଛୁ ମାରିଲେ ଚାଳକ

ଭୁବନେଶ୍ୱର ୨୬/୦୬: ବିନା ନମ୍ବର୍ ପ୍ଲେଟ୍‌ରେ ଚାଲୁଥିଲା ରେସିଂ ବାଇକ୍। ପୋଲିସ୍ ଅଟକାଇବା ବେଳେ ବାଇକ୍ ଛାଡ଼ି ଛୁ ହେଲେ ଚାଳକ। ଶେଷରେ ଗାଡ଼ି ଠେଲି ଠେଲି ଥାନାକୁ ଆଣିଲା ମୈତ୍ରୀ ବିହାର ଥାନା ପୋଲିସ୍ । ପୋଲିସ୍ ଗୋଟିଏ କେଟିଏମ୍ ଗାଡ଼ିକୁ ଠେଲି ଠେଲି ଥାନାକୁ ଆଣିଛି । କାରଣ ବାଇକ୍ ଚାଳକ ପୋଲିସ୍‌କୁ ଦେଖିବା ମାତ୍ରେ ଚାବି ନେଇ ସେଠାରୁ ଫେରାର ହୋଇଯାଇଥିଲା । ସୂଚନା ଥାଉକି, ରାଜଧାନୀରେ ଏବେ ଆକ୍ସନ ମୋଡ଼ରେ କମିଶନରେଟ ପୋଲିସ୍। ବିନା ନମ୍ବର୍ ତଥା ଫୋଲ୍ଡେଡ ନମ୍ବର୍ ପ୍ଲେଟ୍ ଥିବା ଗାଡ଼ି ଦେଖିବା ମାତ୍ରେ ଏବେ ଉଠାଇ ନେଉଛି ପୋଲିସ୍ । ରାଜଧାନୀରେ ରେସିଂ ବାଇକ୍ ଉପରେ କଡା ନଜର ରଖିଛି ପୋଲିସ୍ ।  ବିଶେଷ କରି ମୈତ୍ରୀ ବିହାର,ଚନ୍ଦ୍ରଶେଖରପୁର, ଖଣ୍ଡଗିରି, ମଞ୍ଚେଶ୍ୱର୍, ସହିଦ୍ ନଗର ଏବଂ କ୍ୟାପିଟାଲ ଥାନା ଅଂଚଳରେ ଅପରାଧିକ କାର୍ଯ୍ୟକଳାପ ରୋକିବା ସହ ଅପରାଧୀଙ୍କୁ ସାବାଡ କରିବା ପାଇଁ ଏପରି ପଦକ୍ଷେପ ନେଇଛି ପୋଲିସ୍ । 

ବିନା ନମ୍ୱର ପ୍ଲେଟ୍‌ରେ ଚାଲୁଥିଲା ରେସିଂ ବାଇକ, ପୋଲିସ ଅଟକାଇବାରୁ ଛୁ ମାରିଲେ ଚାଳକ

ଭୁବନେଶ୍ୱର ୨୬/୦୬: ବିନା ନମ୍ବର୍ ପ୍ଲେଟ୍‌ରେ ଚାଲୁଥିଲା ରେସିଂ ବାଇକ୍। ପୋଲିସ୍ ଅଟକାଇବା ବେଳେ ବାଇକ୍ ଛାଡ଼ି ଛୁ ହେଲେ ଚାଳକ। ଶେଷରେ ଗାଡ଼ି ଠେଲି ଠେଲି ଥାନାକୁ ଆଣିଲା ମୈତ୍ରୀ ବିହାର ଥାନା ପୋଲିସ୍ । ପୋଲିସ୍ ଗୋଟିଏ କେଟିଏମ୍ ଗାଡ଼ିକୁ ଠେଲି ଠେଲି ଥାନାକୁ ଆଣିଛି । କାରଣ ବାଇକ୍ ଚାଳକ ପୋଲିସ୍‌କୁ ଦେଖିବା ମାତ୍ରେ ଚାବି ନେଇ ସେଠାରୁ ଫେରାର ହୋଇଯାଇଥିଲା । 

ସୂଚନା ଥାଉକି, ରାଜଧାନୀରେ ଏବେ ଆକ୍ସନ ମୋଡ଼ରେ କମିଶନରେଟ ପୋଲିସ୍। ବିନା ନମ୍ବର୍ ତଥା ଫୋଲ୍ଡେଡ ନମ୍ବର୍ ପ୍ଲେଟ୍ ଥିବା ଗାଡ଼ି ଦେଖିବା ମାତ୍ରେ ଏବେ ଉଠାଇ ନେଉଛି ପୋଲିସ୍ । ରାଜଧାନୀରେ ରେସିଂ ବାଇକ୍ ଉପରେ କଡା ନଜର ରଖିଛି ପୋଲିସ୍ ।  ବିଶେଷ କରି ମୈତ୍ରୀ ବିହାର,ଚନ୍ଦ୍ରଶେଖରପୁର, ଖଣ୍ଡଗିରି, ମଞ୍ଚେଶ୍ୱର୍, ସହିଦ୍ ନଗର ଏବଂ କ୍ୟାପିଟାଲ ଥାନା ଅଂଚଳରେ ଅପରାଧିକ କାର୍ଯ୍ୟକଳାପ ରୋକିବା ସହ ଅପରାଧୀଙ୍କୁ ସାବାଡ କରିବା ପାଇଁ ଏପରି ପଦକ୍ଷେପ ନେଇଛି ପୋଲିସ୍ ।