ବିନା ନିମନ୍ତ୍ରଣରେ ବିବାହ ଭୋଜି ଖାଇଲେ ହେବ ଜେଲ! ଏନେଇ କଣ କହୁଛି ଆଇନ୍‌

ଜାନୁଆରୀ ୧୫ରୁ ଶେଷ ହୋଇଛି ଖର ମାସ। ଖର ମାସ ସମାପ୍ତ ହେଉଣୁ ଶୁଭ କାର୍ଯ୍ୟ ଆରମ୍ଭ ହୋଇଛି। ଘରେଘରେ ଲୋକମାନେ ବିବାହ ପ୍ରତ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଯଦି ଏଠାରେ ବିବାହ କଥା ଉଠୁଛି ତେବେ ଭୋଜି କଥା ମଧ୍ୟ ଆଲୋଚନା କରିବା ଉଚିତ୍‌। ବିବାହ ରେ ବନ୍ଧୁ ବାନ୍ଧବଙ୍କ ଛଡା ବହୁ ଦୂର ସମ୍ପର୍କୀୟଙ୍କୁ ନିମନ୍ତ୍ରଣ କରାଯାଇଥାଏ। ବେଳେବେଳେ କିଛି ଲୋକ ଏପରି ଡକରା ନ ହୋଇ ବିବାହ କାର୍ଯ୍ୟକ୍ରମକୁ ଆସିଥାନ୍ତି। ଯେଉଁମାନଙ୍କୁ […] The post ବିନା ନିମନ୍ତ୍ରଣରେ ବିବାହ ଭୋଜି ଖାଇଲେ ହେବ ଜେଲ! ଏନେଇ କଣ କହୁଛି ଆଇନ୍‌ appeared first on Dharitri Odia News.

ବିନା ନିମନ୍ତ୍ରଣରେ ବିବାହ ଭୋଜି ଖାଇଲେ ହେବ ଜେଲ! ଏନେଇ କଣ କହୁଛି ଆଇନ୍‌

ଜାନୁଆରୀ ୧୫ରୁ ଶେଷ ହୋଇଛି ଖର ମାସ। ଖର ମାସ ସମାପ୍ତ ହେଉଣୁ ଶୁଭ କାର୍ଯ୍ୟ ଆରମ୍ଭ ହୋଇଛି। ଘରେଘରେ ଲୋକମାନେ ବିବାହ ପ୍ରତ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଯଦି ଏଠାରେ ବିବାହ କଥା ଉଠୁଛି ତେବେ ଭୋଜି କଥା ମଧ୍ୟ ଆଲୋଚନା କରିବା ଉଚିତ୍‌। ବିବାହ ରେ ବନ୍ଧୁ ବାନ୍ଧବଙ୍କ ଛଡା ବହୁ ଦୂର ସମ୍ପର୍କୀୟଙ୍କୁ ନିମନ୍ତ୍ରଣ କରାଯାଇଥାଏ। ବେଳେବେଳେ କିଛି ଲୋକ ଏପରି ଡକରା ନ ହୋଇ ବିବାହ କାର୍ଯ୍ୟକ୍ରମକୁ ଆସିଥାନ୍ତି। ଯେଉଁମାନଙ୍କୁ ଆପଣ ଜାଣି ବି ନ ଥାନ୍ତି।

ଦେଖାଯାଏ କି, ପାର୍ଟିରେ ନିମନ୍ତ୍ରଣ କରାଯାଇଥିବା ଲୋକଙ୍କ ସଂଖ୍ୟା କମ୍‌ ଥାଏ ଅଧିକାଂଶ ଅଜଣା ଲୋକ ଆସି ପାର୍ଟିରେ ଯୋଗ ଦିଅନ୍ତି। ସେମାନେ ହଷ୍ଟେଲରେ ରହୁଥିବା ବ୍ୟାଚଲର୍ସ କୁହନ୍ତୁ କିମ୍ବା ଆଖପାଖଷର ରହୁଥିବା ଲୋକ। କିନ୍ତୁ ଆପଣ ଜାଣନ୍ତି କି ବିନା ନିମନ୍ତ୍ରଣରେ ବିବାହ ଭୋଜିକୁ ଖାଇବାକୁ ଆସିବା ଅପରାଧ। ଏଥିପାଇଁ ଆପଣଙ୍କୁ ଦୁଇରୁ ସାତ ବର୍ଷ ଜେଲ୍‌ ହୋଇପାରେ।

ନିକଟରେ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଠି ଆଡଗୋକେଟ ତ୍ୟାଗୀ ଏନେଇ କହିଛନ୍ତି। ସେ କହିଛନ୍ତି, ଯଦି ବିନା ନିମନ୍ତ୍ରଣରେ ଭୋଜିଖାଇବାକୁ ଯାଉଛନ୍ତି ତେବେ ଆପଣ ଅପରାଧ କରୁଛନ୍ତି। ଏଥିରେ ଧରାପଡିଲେ

୪୪୨ ଓ ୪୫୨ ଧାରା ଅନୁଯାୟୀ ଆପଣଙ୍କୁ ଦୁଇରୁ ସାତବର୍ଷ ଜେଲ୍‌ ହୋଇପାରେ। ଆପଣଙ୍କ ବିରୋଧରେ ଥାନାରେ ଅପରାଧିକ ମାମଲା ରୁଜୁ ହେବା ସହ ଦୁଇଟି ବିଭାଗ ଅଧିନରେ ଦଣ୍ଡ ମିଳିପାରେ।

The post ବିନା ନିମନ୍ତ୍ରଣରେ ବିବାହ ଭୋଜି ଖାଇଲେ ହେବ ଜେଲ! ଏନେଇ କଣ କହୁଛି ଆଇନ୍‌ appeared first on Dharitri Odia News.