ବିନିବେଶ ଲକ୍ଷ୍ୟଠାରୁ ବହୁ ପଛରେ ରହିଗଲେ ସରକାର, FY୨୪ରେ ୧୬,୫୦୭ କୋଟି ଟଙ୍କା କଲେ ସଂଗ୍ରହ
ନୂଆଦିଲ୍ଲୀ: ସରକାର ଆର୍ଥିକ ବର୍ଷ ୨୦୨୩-୨୪ରେ ସେଣ୍ଟ୍ରାଲ୍ ପବ୍ଲିକ୍ ସେକ୍ଟର ଇଣ୍ଟରପ୍ରାଇସେସ୍ (CPSE)ରେ ଅଂଶଧନ ବିକ୍ରି କରି ୧୬,୫୦୭ କୋଟି ଟଙ୍କା ଏକାଠି କରିବାରେ ସଫଳ ହୋଇଛନ୍ତି । ଏହି ରାଶି ସରକାରଙ୍କ ସଂଶୋଧିତ ଅନୁମାନଠାରୁ କମ ଅଛି । କେନ୍ଦ୍ର ସରକାର ବଜେଟରେ ୨୦୨୩-୨୪ ପାଇଁ ବିନିବେଶରୁ ୫୧,୦୦୦ କୋଟି ଟଙ୍କା ହାସଲ କରିବା ପାଇଁ ଅନୁମାନ କରିଥିଲେ ।ସରିଥିବା ଆର୍ଥିକ ବର୍ଷ ୨୦୨୩-୨୪ରେ ସରକାର ବିକ୍ରି ପ୍ରସ୍ତାବ (ଓଏଫଏସ) ଜରିଆରେ ୧୦ କେନ୍ଦ୍ରୀୟ ସାର୍ବଜାନୀନ କ୍ଷେତ୍ରର ଉଦ୍ୟୋଗ (ସିପିଏସଇ)ରେ ଅଂଶଧନ ବିକ୍ରି କରିଛନ୍ତି । ସରକାର କୋଲ୍ ଇଣ୍ଡିଆରେ ଅଂଶଧନ ବିକ୍ରି କରି ୪,୧୮୬ କୋଟି ଟଙ୍କା ମିଳିଛି । ସେହିପରି ଏନଏଚପିସି ଏବଂ ଏନଏଲସି ଇଣ୍ଡିଆରେ ସେୟାର ବିକ୍ରି କରି ଯଥାକ୍ରମେ ୨୪୮୮ କୋଟି ଟଙ୍କା ଏବଂ ୨୧୨୯ କୋଟି ଟଙ୍କା ମିଳିଛି ।ସରକାର ଇରେଡାର ଆଇପିଓରୁ ୮୫୮ କୋଟି ଟଙ୍କା ହାସଲ କରିଛନ୍ତି । ଏହା ବ୍ୟତୀତ ସରକାର ଆରବିଏନଏଲ, ଏସଜେବିଏନ, ଇରକନ ଇଣ୍ଟରନ୍ୟାସନାଲ, ହୁଡକୋରେ ମଧ୍ୟରେ ସେୟାର ବିକ୍ରି କରିଛନ୍ତି ।ପଢନ୍ତୁ:ଏପ୍ରିଲ୍ ୧ରୁ ବଦଳିଲା ୬ଟି ନିୟମ, ଲୋକଙ୍କ ବଜେଟରେ ପଡିବ ପ୍ରଭାବନିବେଶ ଏବଂ ଲୋକ ସମ୍ପତ୍ତି ପ୍ରବନ୍ଧନ ବିଭାଗ (ଦୀପମ)ର ୱେବସାଇଟ୍ ଅନୁସାରେ ୨୦୨୪ ମାର୍ଚ୍ଚ ୩୧ ଶେଷରେ ଓଏଫଏସ ଏବଂ କର୍ମଚାରୀଙ୍କ ସେୟାର ବିକ୍ରି ଜରିଆରେ ଆର୍ଥିକ ବର୍ଷ ୨୦୨୩-୨୪ର ବାସ୍ତବିକ ସଂଗ୍ରହ ୧୬,୫୦୭.୨୯ କୋଟି ଥିଲା ।
ନୂଆଦିଲ୍ଲୀ: ସରକାର ଆର୍ଥିକ ବର୍ଷ ୨୦୨୩-୨୪ରେ ସେଣ୍ଟ୍ରାଲ୍ ପବ୍ଲିକ୍ ସେକ୍ଟର ଇଣ୍ଟରପ୍ରାଇସେସ୍ (CPSE)ରେ ଅଂଶଧନ ବିକ୍ରି କରି ୧୬,୫୦୭ କୋଟି ଟଙ୍କା ଏକାଠି କରିବାରେ ସଫଳ ହୋଇଛନ୍ତି । ଏହି ରାଶି ସରକାରଙ୍କ ସଂଶୋଧିତ ଅନୁମାନଠାରୁ କମ ଅଛି । କେନ୍ଦ୍ର ସରକାର ବଜେଟରେ ୨୦୨୩-୨୪ ପାଇଁ ବିନିବେଶରୁ ୫୧,୦୦୦ କୋଟି ଟଙ୍କା ହାସଲ କରିବା ପାଇଁ ଅନୁମାନ କରିଥିଲେ ।
ସରିଥିବା ଆର୍ଥିକ ବର୍ଷ ୨୦୨୩-୨୪ରେ ସରକାର ବିକ୍ରି ପ୍ରସ୍ତାବ (ଓଏଫଏସ) ଜରିଆରେ ୧୦ କେନ୍ଦ୍ରୀୟ ସାର୍ବଜାନୀନ କ୍ଷେତ୍ରର ଉଦ୍ୟୋଗ (ସିପିଏସଇ)ରେ ଅଂଶଧନ ବିକ୍ରି କରିଛନ୍ତି । ସରକାର କୋଲ୍ ଇଣ୍ଡିଆରେ ଅଂଶଧନ ବିକ୍ରି କରି ୪,୧୮୬ କୋଟି ଟଙ୍କା ମିଳିଛି । ସେହିପରି ଏନଏଚପିସି ଏବଂ ଏନଏଲସି ଇଣ୍ଡିଆରେ ସେୟାର ବିକ୍ରି କରି ଯଥାକ୍ରମେ ୨୪୮୮ କୋଟି ଟଙ୍କା ଏବଂ ୨୧୨୯ କୋଟି ଟଙ୍କା ମିଳିଛି ।
ସରକାର ଇରେଡାର ଆଇପିଓରୁ ୮୫୮ କୋଟି ଟଙ୍କା ହାସଲ କରିଛନ୍ତି । ଏହା ବ୍ୟତୀତ ସରକାର ଆରବିଏନଏଲ, ଏସଜେବିଏନ, ଇରକନ ଇଣ୍ଟରନ୍ୟାସନାଲ, ହୁଡକୋରେ ମଧ୍ୟରେ ସେୟାର ବିକ୍ରି କରିଛନ୍ତି ।
ପଢନ୍ତୁ:ଏପ୍ରିଲ୍ ୧ରୁ ବଦଳିଲା ୬ଟି ନିୟମ, ଲୋକଙ୍କ ବଜେଟରେ ପଡିବ ପ୍ରଭାବ
ନିବେଶ ଏବଂ ଲୋକ ସମ୍ପତ୍ତି ପ୍ରବନ୍ଧନ ବିଭାଗ (ଦୀପମ)ର ୱେବସାଇଟ୍ ଅନୁସାରେ ୨୦୨୪ ମାର୍ଚ୍ଚ ୩୧ ଶେଷରେ ଓଏଫଏସ ଏବଂ କର୍ମଚାରୀଙ୍କ ସେୟାର ବିକ୍ରି ଜରିଆରେ ଆର୍ଥିକ ବର୍ଷ ୨୦୨୩-୨୪ର ବାସ୍ତବିକ ସଂଗ୍ରହ ୧୬,୫୦୭.୨୯ କୋଟି ଥିଲା । ସରକାର ଐତିହାସିକ ରୂପେ ଆର୍ଥିକ ବର୍ଷ ୨୦୧୮-୧୯ ଏବଂ ୨୦୧୭-୧୮କୁ ଛାଡ଼ି ବଜେଟରେ ନିର୍ଦ୍ଧାରିତ ବିନିବେଶ ଲକ୍ଷ୍ୟକୁ ଠାରୁ ପଛରେ ରହୁଛନ୍ତି ।