ବିପଦ ସଙ୍କେତ ତଳେ ସୁବର୍ଣ୍ଣରେଖା, ୨୧ ହଜାର ଲୋକ ସ୍ଥାନାନ୍ତରିତ
ବାଲେଶ୍ଵର: ଲଗାଣ ବର୍ଷାରେ ବାଲେଶ୍ୱରରେ ବନ୍ୟା ପରିସ୍ଥିତି। ସୁବର୍ଣ୍ଣରେଖା ନଦୀ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ଏବେବି ବନ୍ୟା ପାଣି ଘେରରେ ଅନେକ ଗାଁ। ଜିଲ୍ଲାର ୫ ବ୍ଲକରେ ୧୪୧ ଗାଁ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛି। ଏନେଇ ୨୧ ହଜାର ୮୫ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏନେଇ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।ବନ୍ୟାପ୍ରଭାବିତ ରିଲିଫ କ୍ୟାମ୍ପ କିମ୍ବା ବନ୍ଧ ଉପରେ ଆଶ୍ରୟ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆକାଶ ମାର୍ଗରୁ ବନ୍ୟା ସ୍ଥିତିର ଅନୁଧ୍ୟାନ କରିଛନ୍ତି। ସେପଟେ ଉତ୍ତର ଓଡ଼ିଶାରେ ଆହୁରି ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଗାଁରେ ଆଣ୍ଠୁଏ କିମ୍ବା ଆଣ୍ଟାଏ ଉଚ୍ଚା ପାଣି। ଜଳମଗ୍ନ ହୋଇଯାଇଛି ସାରା ଇଲାକା। ଗାଁ ଭିତରେ ଡଙ୍ଗା ଚାଲୁଛି। କିଛି ସ୍ଥାନରେ ଘର ବୁଡ଼ି ଉବୁଟୁବୁ ଅବସ୍ଥା। ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁଁ ବାଲେଶ୍ବର ଜିଲ୍ଲାରେ ବନ୍ୟା ସ୍ଥିତି ସଙ୍ଗୀନ ହୋଇଛି। ବାଲିଆପାଳ ବ୍ଳକର ଅସ୍ତି, ଜାମକୁଣ୍ଡ, ମଧୁପୁରା, ବାଲିଆପାଳ.ବିଷ୍ଣୁପୁର ଆଦି ୧୦ ଟି ପଞ୍ଚାୟତର ୩୦ରୁ ଅଧିକ ଗାଁରେ ବନ୍ୟା ପାଣି ପଶିଛି। ଜଳେଶ୍ବର ବ୍ଲକର ମାକିଡିଆ, ଖୁଦିଆମାଝିସାହି, ଦଷିଣ ପ୍ରହରାଜପୁର, ଶ୍ରୀରାମପୁର, ପଶ୍ଚିମବାଡ, ଝାଡପିମ୍ପଳ, ବାଇଗଣବାଡିଆ, ଵସ୍ତା ଵ୍ଲକର କାଦରାୟାଁ,ରଘୁନାଥପୁର,ମଧୁପୁରା, ଚୋରମାରା ଆଦି ପ
ବାଲେଶ୍ଵର: ଲଗାଣ ବର୍ଷାରେ ବାଲେଶ୍ୱରରେ ବନ୍ୟା ପରିସ୍ଥିତି। ସୁବର୍ଣ୍ଣରେଖା ନଦୀ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ଏବେବି ବନ୍ୟା ପାଣି ଘେରରେ ଅନେକ ଗାଁ। ଜିଲ୍ଲାର ୫ ବ୍ଲକରେ ୧୪୧ ଗାଁ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛି। ଏନେଇ ୨୧ ହଜାର ୮୫ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏନେଇ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ବନ୍ୟାପ୍ରଭାବିତ ରିଲିଫ କ୍ୟାମ୍ପ କିମ୍ବା ବନ୍ଧ ଉପରେ ଆଶ୍ରୟ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆକାଶ ମାର୍ଗରୁ ବନ୍ୟା ସ୍ଥିତିର ଅନୁଧ୍ୟାନ କରିଛନ୍ତି। ସେପଟେ ଉତ୍ତର ଓଡ଼ିଶାରେ ଆହୁରି ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ଗାଁରେ ଆଣ୍ଠୁଏ କିମ୍ବା ଆଣ୍ଟାଏ ଉଚ୍ଚା ପାଣି। ଜଳମଗ୍ନ ହୋଇଯାଇଛି ସାରା ଇଲାକା। ଗାଁ ଭିତରେ ଡଙ୍ଗା ଚାଲୁଛି। କିଛି ସ୍ଥାନରେ ଘର ବୁଡ଼ି ଉବୁଟୁବୁ ଅବସ୍ଥା। ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁଁ ବାଲେଶ୍ବର ଜିଲ୍ଲାରେ ବନ୍ୟା ସ୍ଥିତି ସଙ୍ଗୀନ ହୋଇଛି।
ବାଲିଆପାଳ ବ୍ଳକର ଅସ୍ତି, ଜାମକୁଣ୍ଡ, ମଧୁପୁରା, ବାଲିଆପାଳ.ବିଷ୍ଣୁପୁର ଆଦି ୧୦ ଟି ପଞ୍ଚାୟତର ୩୦ରୁ ଅଧିକ ଗାଁରେ ବନ୍ୟା ପାଣି ପଶିଛି। ଜଳେଶ୍ବର ବ୍ଲକର ମାକିଡିଆ, ଖୁଦିଆମାଝିସାହି, ଦଷିଣ ପ୍ରହରାଜପୁର, ଶ୍ରୀରାମପୁର, ପଶ୍ଚିମବାଡ, ଝାଡପିମ୍ପଳ, ବାଇଗଣବାଡିଆ, ଵସ୍ତା ଵ୍ଲକର କାଦରାୟାଁ,ରଘୁନାଥପୁର,ମଧୁପୁରା, ଚୋରମାରା ଆଦି ପଞ୍ଚାୟତ ପାଣି ଘେରରେ ରହିଛି। ହଜାର ହଜାର ଚାଷ ଜମିରେ ବନ୍ୟାପାଣି ଲହଡ଼ି ଭାଙ୍ଗୁଛି। ଆସନ୍ତା ୨୨ ତାରିଖରୁ ରାଜ୍ୟରେ ବର୍ଷାର ମାତ୍ର ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।