ବିବାହ କରିବାକୁ ଯାଉଛନ୍ତି କି? ଜୀବନସାଥୀଙ୍କ ବିଷୟରେ ଏହି ୫ କଥା ଜାଣିନିଅନ୍ତୁ , ନଚେତ…
ମହାନ ରାଜନେତା ତଥା କୂଟନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ବାଳକ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ଭାରତର ସମ୍ରାଟ କରିଥିଲେ। ତାଙ୍କର ନୀତି ମନୁଷ୍ୟ ଜୀବନକୁ ସରସ ସୁନ୍ଦର କରିବା ଲାଗି ମଧ୍ୟ ବହୁତ ସହାୟକ ହୋଇଥାଏ। ଚାଣକ୍ୟ ନୀତିରେ ଗୃହସ୍ଥ ଜୀବନର ଛୋଟରୁ ବଡ଼ ସମସ୍ୟା ଓ ତାର ନିରାକରଣ ବିଷୟ ବର୍ଣ୍ଣନା କରାଯାଇଛି। ଏହାଛଡ଼ା ନୀତିଶାସ୍ତ୍ରରେ ଜୀବନସାଥୀ ବାଛିବାକୁ ନେଇ ଅନେକ କଥା ଉଲ୍ଲେଖ ରହିଛି। ଆସନ୍ତୁ ଜାଣିବା ସେହି ନୀତିଗୁଡିକ ବିଷୟରେ … – ଜଣେ ଆଭିମୁଖ୍ୟବାଦୀ […] The post ବିବାହ କରିବାକୁ ଯାଉଛନ୍ତି କି? ଜୀବନସାଥୀଙ୍କ ବିଷୟରେ ଏହି ୫ କଥା ଜାଣିନିଅନ୍ତୁ , ନଚେତ… appeared first on Dharitri Odia News.
ମହାନ ରାଜନେତା ତଥା କୂଟନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ବାଳକ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ଭାରତର ସମ୍ରାଟ କରିଥିଲେ। ତାଙ୍କର ନୀତି ମନୁଷ୍ୟ ଜୀବନକୁ ସରସ ସୁନ୍ଦର କରିବା ଲାଗି ମଧ୍ୟ ବହୁତ ସହାୟକ ହୋଇଥାଏ। ଚାଣକ୍ୟ ନୀତିରେ ଗୃହସ୍ଥ ଜୀବନର ଛୋଟରୁ ବଡ଼ ସମସ୍ୟା ଓ ତାର ନିରାକରଣ ବିଷୟ ବର୍ଣ୍ଣନା କରାଯାଇଛି। ଏହାଛଡ଼ା ନୀତିଶାସ୍ତ୍ରରେ ଜୀବନସାଥୀ ବାଛିବାକୁ ନେଇ ଅନେକ କଥା ଉଲ୍ଲେଖ ରହିଛି। ଆସନ୍ତୁ ଜାଣିବା ସେହି ନୀତିଗୁଡିକ ବିଷୟରେ …
– ଜଣେ ଆଭିମୁଖ୍ୟବାଦୀ ଝିଇ ଅସୁନ୍ଦର ହୋଇଥିଲେ ହେଁ ଜଣେ ପଣ୍ଡିତ ଏବଂ ଜ୍ଞାନୀ ବ୍ୟକ୍ତିଙ୍କ ପାଇଁ ସର୍ବୋତ୍ତମ। ଏଣୁ ବ୍ୟକ୍ତିଙ୍କୁ ସମାନ ଆଭିଜାତ୍ୟ ଦେଖି ବିବାହ କରିବା ଉଚିତ। ସର୍ବଦା ସମାନ ସ୍ତର ଏବଂ ଗୁଣ ଥିବା ଝିଅକୁ ବିବାହ କରିବା ଉଚିତ୍ ବୋଲି ଚାଣକ୍ୟ କହିଛନ୍ତି।
-ଚାଣକ୍ୟ କୁହନ୍ତି, କେବଳ ସାଥୀକୁ ନୁହେଁ, ତାଙ୍କ ପରିବାର, ଗୁଣ ଏବଂ ଚରିତ୍ର ଆଧାରରେ ଜୀବନସାଥୀ ଚୟନ କରାଯିବା ଉଚିତ। ଏହା ଝିଅମାନଙ୍କ ପାଇଁ ମଧ୍ୟ ସମାନ ଭାବେ ପ୍ରଯୁଜ୍ୟ। ସେମାନେ ପୁଅର ଗୁଣ, ଚରିତ୍ର ଏବଂ ପରିବାର ଦେଖିବା ପରେ ବିବାହ କରିବା ଉଚିତ।
– ଚାଣକ୍ୟ କହିଛନ୍ତି, ଜୀବନସାଥୀଙ୍କ ମଧ୍ୟରେ ଧୌର୍ଯ୍ୟ ଭଳି ଗୁଣ ରହିବା ଜରୁରୀ। ସ୍ବାମୀ ଏବଂ ସ୍ତ୍ରୀ ମଧ୍ୟରେ ଧୌର୍ଯ୍ୟ ଥିଲେ ଜୀବନ ଅଧିକ ଖୁସି ହୋଇଯାଏ। ଏହି ଗୁଣ ଯୋଗୁ ଦୁହେଁ କଠିନ ପରିସ୍ଥିତିରେ ମଧ୍ୟ ପରସ୍ପର ସହିତ ରହି ଅସୁବିଧାରୁ ମୁକ୍ତି ପାଇପାରିବେ।
– ଯେଉଁ ବ୍ୟକ୍ତି ଯିଏ ଧର୍ମ ଏବଂ କର୍ମରେ ବିଶ୍ୱାସ କରେ ସେ ଭଲ। ବିବାହ ପୂର୍ବରୁ, ଏହା ମଧ୍ୟ ଜାଣିବା ଉଚିତ୍ ଯେ ଜୀବନସାଥୀଙ୍କ ଧର୍ମ ଉପରେ କେତେ ବିଶ୍ୱାସ ଅଛି। କାରଣ ଚାଣକ୍ୟଙ୍କ ଅନୁଯାୟୀ ପରିବାରକୁ ସଠିକ ଦିଗ ଦେବା ପାଇଁ ମନୁଷ୍ୟର ଧର୍ମ ଏବଂ କର୍ମ ଉପରେ ବିଶ୍ୱାସ ରହିବା ଆବଶ୍ୟକ।
-ଶ୍ଲୋକ ଶେଷରେ ଚାଣକ୍ୟ କୁହନ୍ତି ରାଗ ମଣିଷକୁ ଶେଷ କରିଦିଏ। ଏଣୁ ଜୀବନସାଥୀ ରାଗି ହୋଇଥିଲେ ଜୀବନ ସୁଖମୟ ହେବା କଠିନ ହୋଇପଡେ। ଏଣୁ ବିବାହ ପୂର୍ବରୁ ବ୍ୟକ୍ତିଙ୍କୁ ଜୀବନସାଥୀ କେତେ ରାଗି ସେ ବିଷୟରେ ଜାଣିନେବା ଉଚିତ। କାରଣ ରାଗ ପରିବାରପାଇଁ ବେଶ କ୍ଷତିକାରକ।
The post ବିବାହ କରିବାକୁ ଯାଉଛନ୍ତି କି? ଜୀବନସାଥୀଙ୍କ ବିଷୟରେ ଏହି ୫ କଥା ଜାଣିନିଅନ୍ତୁ , ନଚେତ… appeared first on Dharitri Odia News.