ବିବାହ ପୂର୍ବରୁ ଜିମ୍ ଟ୍ରେନରଙ୍କୁ ହତ୍ୟା, ପୁଅକୁ ୧୫ ଥର ଛୁରୀ ଭୁସିଲା ବାପା
ନୂଆଦିଲ୍ଲୀ ୦୮।୦୩: ବର୍ତ୍ତମାନ ଦକ୍ଷିଣ ଦିଲ୍ଲୀରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦେଓଲି ଏକ୍ସଟେନ୍ସନ୍ ଅଞ୍ଚଳରେ ଜଣେ ବାପା ତାଙ୍କ ପୁଅ ତଥା ଜିମ୍ ପ୍ରଶିକ୍ଷକଙ୍କୁ ହତ୍ୟା କରିଥିଲେ। ଗୋଟିଏ ଦିନ ପରେ ମୃତକ ବିବାହ କରିଥାନ୍ତେ। ତାଙ୍କ ମୁହଁ ଓ ଛାତିରେ ୧୫ ଥର ଛୁରୀ ଭୁସାଯାଇଛି। ହତ୍ୟା ଘଟଣା ପରଠାରୁ ମୃତକଙ୍କ ପିତା ଫେରାର୍ ଥିଲେ । ଏବେ ପୋଲିସ ତାଙ୍କୁ ଜୟପୁରରୁ ଧରିଛି। ଏନେଇ ପୋଲିସ ଏହା ନିଶ୍ଚିତ କରିଛି। ଦକ୍ଷିଣ ଦିଲ୍ଲୀର ଡେପୁଟି କମିଶନର କହିଛନ୍ତି ଯେ ରାତି ପ୍ରାୟ ୧୨.୩୦ ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ପାଇଥିଲା। ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଜଣାପଡିଥିଲା ଯେ କେହି ଜଣେ ଗୌରବଙ୍କ ଉପରେ ଛୁରୀରେ ଆକ୍ରମଣ କରିଥିଲେ। ଏହା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ମୃତକଙ୍କ ସମ୍ପର୍କୀୟଙ୍କ ଉପରେ ପୋଲିସ ସନ୍ଦେହ କରିଥିଲା। ବିଳମ୍ବିତ ରାତିରେ ଗୌରବଙ୍କ ପିତା ଜୟପୁରରୁ ଧରିଥିଲେ। ପଚରାଉଚରା ବେଳେ ମୃତକଙ୍କ ପିତା ସମସ୍ତ ଅଭିଯୋଗ ଗ୍ରହଣ କରିଥିଲେ ଏବଂ କହିଥିଲେ ଯେ ତାଙ୍କ ପୁଅକୁ ହତ୍ୟା କରିବାରେ ପରେ ତାଙ୍କର କୌଣସି ଅନୁତାପ ନାହିଁ ବରଂ ସେ ଏହା ବହୁ ପୂର୍ବରୁ କରିବା ଉଚିତ୍ ଥିଲା। କହିବାକୁ ଗଲେ ମୃତକ ତାଙ୍କ ପିତାଙ୍କ ସହ କିଛି ବିବାଦ ଲାଗି ରହିଥିଲା ଏବଂ ଯେଉଁଥିପାଇଁ ସେ ହତ୍ୟା କରିଥିଲେ।
ନୂଆଦିଲ୍ଲୀ ୦୮।୦୩: ବର୍ତ୍ତମାନ ଦକ୍ଷିଣ ଦିଲ୍ଲୀରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦେଓଲି ଏକ୍ସଟେନ୍ସନ୍ ଅଞ୍ଚଳରେ ଜଣେ ବାପା ତାଙ୍କ ପୁଅ ତଥା ଜିମ୍ ପ୍ରଶିକ୍ଷକଙ୍କୁ ହତ୍ୟା କରିଥିଲେ। ଗୋଟିଏ ଦିନ ପରେ ମୃତକ ବିବାହ କରିଥାନ୍ତେ। ତାଙ୍କ ମୁହଁ ଓ ଛାତିରେ ୧୫ ଥର ଛୁରୀ ଭୁସାଯାଇଛି। ହତ୍ୟା ଘଟଣା ପରଠାରୁ ମୃତକଙ୍କ ପିତା ଫେରାର୍ ଥିଲେ । ଏବେ ପୋଲିସ ତାଙ୍କୁ ଜୟପୁରରୁ ଧରିଛି। ଏନେଇ ପୋଲିସ ଏହା ନିଶ୍ଚିତ କରିଛି।
ଦକ୍ଷିଣ ଦିଲ୍ଲୀର ଡେପୁଟି କମିଶନର କହିଛନ୍ତି ଯେ ରାତି ପ୍ରାୟ ୧୨.୩୦ ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ପାଇଥିଲା। ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଜଣାପଡିଥିଲା ଯେ କେହି ଜଣେ ଗୌରବଙ୍କ ଉପରେ ଛୁରୀରେ ଆକ୍ରମଣ କରିଥିଲେ। ଏହା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ମୃତକଙ୍କ ସମ୍ପର୍କୀୟଙ୍କ ଉପରେ ପୋଲିସ ସନ୍ଦେହ କରିଥିଲା। ବିଳମ୍ବିତ ରାତିରେ ଗୌରବଙ୍କ ପିତା ଜୟପୁରରୁ ଧରିଥିଲେ। ପଚରାଉଚରା ବେଳେ ମୃତକଙ୍କ ପିତା ସମସ୍ତ ଅଭିଯୋଗ ଗ୍ରହଣ କରିଥିଲେ ଏବଂ କହିଥିଲେ ଯେ ତାଙ୍କ ପୁଅକୁ ହତ୍ୟା କରିବାରେ ପରେ ତାଙ୍କର କୌଣସି ଅନୁତାପ ନାହିଁ ବରଂ ସେ ଏହା ବହୁ ପୂର୍ବରୁ କରିବା ଉଚିତ୍ ଥିଲା।
କହିବାକୁ ଗଲେ ମୃତକ ତାଙ୍କ ପିତାଙ୍କ ସହ କିଛି ବିବାଦ ଲାଗି ରହିଥିଲା ଏବଂ ଯେଉଁଥିପାଇଁ ସେ ହତ୍ୟା କରିଥିଲେ। ଯେତେବେଳେ ଘର ନିକଟରେ ବାଜା ବାଜୁଥିଲା ସେହି ସମୟରେ ଜିମ୍ ଟ୍ରେନରଙ୍କୁ ହତ୍ୟା କରାଯାଇଥିଲା। ପୋଲିସ ମୃତକଙ୍କ ସାନଭାଇ ଏବଂ ତାଙ୍କ ସମ୍ପର୍କୀୟଙ୍କୁ ଅଧିକ ପଚରାଉଚରା କରୁଛି। ଘଟଣାର ତଦନ୍ତ ପାଇଁ ସିସିଟିଭି କ୍ୟାମେରା ଯାଞ୍ଚ କରାଯାଉଛି। ମୃତକଙ୍କ ନାମ ଗୌରବ ସିଙ୍ଘଲ, ସେ ଜଣେ ଜିମ ପ୍ରଶିକ୍ଷକ ଥିଲେ।
ବ୍ରହ୍ମକୁମାରୀ ଆଶ୍ରମରେ ମହିଳାଙ୍କ ଝୁଲନ୍ତା ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର