ବିବାହର ଦୁଇ ବର୍ଷ ପରେ ପରସ୍ପରକୁ ଛାଡପତ୍ର ଦେଲେ ଏହି ସେଲିବ୍ରିଟି ଦମ୍ପତି

ଜେନିଫର୍‌ ଲୋପେଜ ଏବଂ ବେନ ଆଫ୍ଲେକ ଛାଡପତ୍ର ଚର୍ଚ୍ଚା ଶେଷରେ ସତରେ ପରିଣତ ହୋଇଛି। ବିବାହର ମାତ୍ର ଦୁଇ ବର୍ଷ ପରେ ଉଭୟ ଛାଡପତ୍ର ନେଉଛନ୍ତି। ଅଗଷ୍ଟ ୨୦ ଜେନିଫର ଲୋପେଜ ଏଲ୍‌ଏ କାଉଣ୍ଟି ସୁପିରିୟର୍‌ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ଜେନିଫର୍‌ ଲୋପେଜ ଏବଂ ବେନ ଆଫ୍ଲେକ ହଲିଉଡର ପ୍ରସିଦ୍ଧ ଦମ୍ପତିମାନଙ୍କ ମଧ୍ୟରୁ ଅନ୍ୟତମ। ୨୦୨୨ରେ ଉଭୟ ୨ଥର ବିବାହ କରିଥିଲେ। ସେହି ବର୍ଷ ସେ ପ୍ରଥମ ଥର ଜୁଲାଇ ୨୦୨୨ରେ ଲାସ ଭେଗାସରେ […] The post ବିବାହର ଦୁଇ ବର୍ଷ ପରେ ପରସ୍ପରକୁ ଛାଡପତ୍ର ଦେଲେ ଏହି ସେଲିବ୍ରିଟି ଦମ୍ପତି appeared first on Dharitri Odia News.

ବିବାହର ଦୁଇ ବର୍ଷ ପରେ ପରସ୍ପରକୁ ଛାଡପତ୍ର ଦେଲେ ଏହି ସେଲିବ୍ରିଟି ଦମ୍ପତି

ଜେନିଫର୍‌ ଲୋପେଜ ଏବଂ ବେନ ଆଫ୍ଲେକ ଛାଡପତ୍ର ଚର୍ଚ୍ଚା ଶେଷରେ ସତରେ ପରିଣତ ହୋଇଛି। ବିବାହର ମାତ୍ର ଦୁଇ ବର୍ଷ ପରେ ଉଭୟ ଛାଡପତ୍ର ନେଉଛନ୍ତି। ଅଗଷ୍ଟ ୨୦ ଜେନିଫର ଲୋପେଜ ଏଲ୍‌ଏ କାଉଣ୍ଟି ସୁପିରିୟର୍‌ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି।
ଜେନିଫର୍‌ ଲୋପେଜ ଏବଂ ବେନ ଆଫ୍ଲେକ ହଲିଉଡର ପ୍ରସିଦ୍ଧ ଦମ୍ପତିମାନଙ୍କ ମଧ୍ୟରୁ ଅନ୍ୟତମ। ୨୦୨୨ରେ ଉଭୟ ୨ଥର ବିବାହ କରିଥିଲେ। ସେହି ବର୍ଷ ସେ ପ୍ରଥମ ଥର ଜୁଲାଇ ୨୦୨୨ରେ ଲାସ ଭେଗାସରେ ବିବାହ କରିଥିଲେ। ଏହା ପରେ, ସେମାନେ ଜର୍ଜିଆରେ ଅଗଷ୍ଟ ୨୦୨୨ରେ ବଡ଼ ଆଡମ୍ବରରେ ଦ୍ୱିତୀୟ ଥର ବିବାହ କରିଥିଲେ।
ବେନ ଆଫ୍ଲେକ ଏବଂ ଜେନିଫର୍‌ ଲୋପେଜ ଏକାଠି ଦୁଇଟି ଚଳଚ୍ଚିତ୍ର କରିଥିଲେ। ୨୦୦୩ରେ, ଉଭୟଙ୍କୁ ମାର୍ଟିନ ବ୍ରେଷ୍ଟଙ୍କ ବହୁ ଚର୍ଚ୍ଚିତ ରୋମାଣ୍ଟିକ ଚଳଚ୍ଚିତ୍ର ଗିଗଲି ଏବଂ ୨୦୦୪ରେ କେଭିନ ସ୍ମିଥଙ୍କ କମେଡି ଫିଲ୍ମ ଜର୍ସିରେ ଏକାଠି ଦେଖିବାକୁ ମିଳିଥିଲା।

The post ବିବାହର ଦୁଇ ବର୍ଷ ପରେ ପରସ୍ପରକୁ ଛାଡପତ୍ର ଦେଲେ ଏହି ସେଲିବ୍ରିଟି ଦମ୍ପତି appeared first on Dharitri Odia News.