ବିବାହର ୬ ବର୍ଷ ପରେ ମା’ ହେବାକୁ ଯାଉଛନ୍ତି ଦୀପିକା
ବଲିଉଡର ଲୋକପ୍ରିୟ ଦମ୍ପତି ଦୀପିକା ପାଦୁକୋନ ଏବଂ ରଣବୀର ସିଂଙ୍କ ପ୍ରଶଂସକଙ୍କୁ ଏକ ଖୁସି ଖବର ଦେଇଛନ୍ତି। ଦୀପିକା ଖୁବ୍ଶୀଘ୍ର ମା’ ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ସେ ଗର୍ଭବତୀ ଥିବା ଘୋଷଣା କରିଛନ୍ତି। ସେପ୍ଟେମ୍ବରରେ ସେ ଏକ ସନ୍ତାନ ପ୍ରସବ କରିବେ ବୋଲି ଦୀପିକା ଏହି ପୋଷ୍ଟରେ କହିଛନ୍ତି। ଏହି ପୋଷ୍ଟ ଶେୟାର କରିବାବେଳେ ଦୀପିକା ଲେଖିଛନ୍ତି, ସେପ୍ଟେମ୍ବର ୨୦୨୪, ଦୀପିକା-ରଣବୀର। ଏହି ଫଟୋରେ ପିଲାମାନଙ୍କର ପୋଷାକ, ଜୋତା, ବେଲୁନ […] The post ବିବାହର ୬ ବର୍ଷ ପରେ ମା’ ହେବାକୁ ଯାଉଛନ୍ତି ଦୀପିକା appeared first on Dharitri Odia News.
ବଲିଉଡର ଲୋକପ୍ରିୟ ଦମ୍ପତି ଦୀପିକା ପାଦୁକୋନ ଏବଂ ରଣବୀର ସିଂଙ୍କ ପ୍ରଶଂସକଙ୍କୁ ଏକ ଖୁସି ଖବର ଦେଇଛନ୍ତି। ଦୀପିକା ଖୁବ୍ଶୀଘ୍ର ମା’ ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ସେ ଗର୍ଭବତୀ ଥିବା ଘୋଷଣା କରିଛନ୍ତି। ସେପ୍ଟେମ୍ବରରେ ସେ ଏକ ସନ୍ତାନ ପ୍ରସବ କରିବେ ବୋଲି ଦୀପିକା ଏହି ପୋଷ୍ଟରେ କହିଛନ୍ତି।
ଏହି ପୋଷ୍ଟ ଶେୟାର କରିବାବେଳେ ଦୀପିକା ଲେଖିଛନ୍ତି, ସେପ୍ଟେମ୍ବର ୨୦୨୪, ଦୀପିକା-ରଣବୀର। ଏହି ଫଟୋରେ ପିଲାମାନଙ୍କର ପୋଷାକ, ଜୋତା, ବେଲୁନ ଚିତ୍ରିତ ହୋଇଛି। ୨୦୧୮ରେ ଦୀପିକା-ରଣବୀର ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।
The post ବିବାହର ୬ ବର୍ଷ ପରେ ମା’ ହେବାକୁ ଯାଉଛନ୍ତି ଦୀପିକା appeared first on Dharitri Odia News.