‘ମୋ କଲେଜ’କୁ ‘ସ୍କଚ୍‌’ ସମ୍ମାନ

ଭୁବନେଶ୍ୱର,୧୧।୨(ଅସମାପିକା ସାହୁ): ‘ମୋ କଲେଜ’ ଅଭିଯାନ ପରିଚାଳନା ସଂଗଠନକୁ ‘ସ୍କଚ୍‌’ ସମ୍ମାନରେ ସମ୍ମାନିତ କରାଯାଇଛି। ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ସଫଳ ଯୋଗଦାନ ନେଇ ସଂଗଠନ ଏହି ଆୱାର୍ଡ଼ ଜିତିଛି। ବିଶେଷ କରି କଲେଜ ଓ ବିଶ୍ୱବିଦ୍ୟାଳୟ ସହ ପୁରାତନ ବିଦ୍ୟାର୍ଥୀଙ୍କୁ ଯୋଡ଼ିବା, ଛାତ୍ରୀଛାତ୍ରଙ୍କ ପାଇଁ ଅତ୍ୟାଧୁନିକ ଶୈକ୍ଷିକ ପରିସର ପ୍ରଦାନ କରିବା, ଆତ୍ମନିଯୁକ୍ତି ନେଇ ତାଲିମ ଓ କର୍ମଶାଳା ଏବଂ ଶିକ୍ଷାନୁଷ୍ଠାନରେ ଭିତ୍ତିଭୂମିର ବିକାଶ ନିମନ୍ତେ ସ୍ବତନ୍ତ୍ର ଯୋଜନା ଲାଗୁ ନେଇ ସଂଗଠନ ଶ୍ରେଷ୍ଠ ବିବେଚିତ ହୋଇଛି। […] The post ‘ମୋ କଲେଜ’କୁ ‘ସ୍କଚ୍‌’ ସମ୍ମାନ appeared first on Dharitri Odia News.

‘ମୋ କଲେଜ’କୁ ‘ସ୍କଚ୍‌’ ସମ୍ମାନ

ଭୁବନେଶ୍ୱର,୧୧।୨(ଅସମାପିକା ସାହୁ): ‘ମୋ କଲେଜ’ ଅଭିଯାନ ପରିଚାଳନା ସଂଗଠନକୁ ‘ସ୍କଚ୍‌’ ସମ୍ମାନରେ ସମ୍ମାନିତ କରାଯାଇଛି। ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ସଫଳ ଯୋଗଦାନ ନେଇ ସଂଗଠନ ଏହି ଆୱାର୍ଡ଼ ଜିତିଛି। ବିଶେଷ କରି କଲେଜ ଓ ବିଶ୍ୱବିଦ୍ୟାଳୟ ସହ ପୁରାତନ ବିଦ୍ୟାର୍ଥୀଙ୍କୁ ଯୋଡ଼ିବା, ଛାତ୍ରୀଛାତ୍ରଙ୍କ ପାଇଁ ଅତ୍ୟାଧୁନିକ ଶୈକ୍ଷିକ ପରିସର ପ୍ରଦାନ କରିବା, ଆତ୍ମନିଯୁକ୍ତି ନେଇ ତାଲିମ ଓ କର୍ମଶାଳା ଏବଂ ଶିକ୍ଷାନୁଷ୍ଠାନରେ ଭିତ୍ତିଭୂମିର ବିକାଶ ନିମନ୍ତେ ସ୍ବତନ୍ତ୍ର ଯୋଜନା ଲାଗୁ ନେଇ ସଂଗଠନ ଶ୍ରେଷ୍ଠ ବିବେଚିତ ହୋଇଛି। ଏନେଇ ନୂଆଦିଲ୍ଲୀ ସ୍ଥିତ ‘କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆ’ ଠାରେ ଆୟୋଜିତ ଜାତୀୟ ସମ୍ମାନ ପ୍ରଦାନ ଉତ୍ସବରେ ‘ମୋ କଲେଜ’ର ଅଧ୍ୟକ୍ଷ ଶ୍ରୀ ଆକାଶ ଦାସ ନାୟକ ଉପସ୍ଥିତ ରହି ସମ୍ପୃକ୍ତ ସମ୍ମାନ ଗ୍ରହଣ କରିଛନ୍ତି।
୨୦୨୧ରେ ‘ମୋ କଲେଜ’ ଆରମ୍ଭ ହୋଇଥିଲା। ପରେ ରାଜ୍ୟର ସମୁଦାୟ ୮୫୦ ଗୋଟି ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ଶିକ୍ଷକ ଶିମହାବିଦ୍ୟାଳୟ, ପଲିଟେକନିକ୍‌, ଇଞ୍ଜିନିୟରିଂ କଲେଜ ଏବଂ ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଏହି ସଂଗଠନ ସହ ଅନୁବନ୍ଧିତ ହୋଇଥିଲା। ଶିକ୍ଷାନୁଷ୍ଠାନ ସବୁର ବିକାଶ ନେଇ ସମୁଦାୟ ୯୭ ଗୋଟି ପ୍ରକଳ୍ପ ହାତକୁ ନେଇଥିଲା। ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ସମୁଦାୟ ୪୭ କୋଟି ବ୍ୟୟରେ ୬୧ଟି ପ୍ରକଳ୍ପ କାର୍ଯ୍ୟର ସଫଳ ରୂପାୟନ ହୋଇପାରିଛି।

The post ‘ମୋ କଲେଜ’କୁ ‘ସ୍କଚ୍‌’ ସମ୍ମାନ appeared first on Dharitri Odia News.