ବିଭତ୍ସ! ଗର୍ଭବତୀ ପତ୍ନୀଙ୍କ ପେଟ ଉପରେ ବସିପଡ଼ିଲେ ୨୧ ବର୍ଷର ଯୁବକ, ଗର୍ଭରୁ ବାହାରି ଆସିଲା ୭ ମାସର ଭ୍ରୁଣ

ହାଇଦ୍ରାବାଦ,୨୧।୧: ପ୍ରେମ ପରେ ବିବାହ କରି ଘରକୁ ଆଣିଥିଲେ। କିଛି ଦିନ ସମ୍ପର୍କ ଠିକ୍‌ ଚାଲିବା ପରେ ପତ୍ନୀ ଗର୍ଭବତୀ ହୋଇଥିଲେ। ପରେ ଧିରେ ଧିରେ ସ୍ବାମୀଙ୍କ ସ୍ତ୍ରୀଙ୍କ ଚରିତ୍ର ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା। ଏହାକୁ ନେଇ ସେ ନିଜର ପିଲା କଥାକୁ ଭୁଲିଯାଇ ରାଗରେ ନିଆଁବାଣ ହୋଇଯାଇଥିଲେ। ନିଜର ଗର୍ଭବତୀ ସ୍ତ୍ରୀଙ୍କ ପେଟ ଉପରେ ବସି ତାଙ୍କ ଗଳା ଚିପି ହତ୍ୟା କରିବାକୁ ପଛାଇ ନ ଥିଲେ। ହାଇଦ୍ରାବାଦରେ ଘଟିଥିବା କିଛି ଏଭଳି ଘଟଣା […] The post ବିଭତ୍ସ! ଗର୍ଭବତୀ ପତ୍ନୀଙ୍କ ପେଟ ଉପରେ ବସିପଡ଼ିଲେ ୨୧ ବର୍ଷର ଯୁବକ, ଗର୍ଭରୁ ବାହାରି ଆସିଲା ୭ ମାସର ଭ୍ରୁଣ appeared first on Dharitri Odia News.

ବିଭତ୍ସ! ଗର୍ଭବତୀ ପତ୍ନୀଙ୍କ ପେଟ ଉପରେ ବସିପଡ଼ିଲେ ୨୧ ବର୍ଷର ଯୁବକ, ଗର୍ଭରୁ ବାହାରି ଆସିଲା ୭ ମାସର ଭ୍ରୁଣ

ହାଇଦ୍ରାବାଦ,୨୧।୧: ପ୍ରେମ ପରେ ବିବାହ କରି ଘରକୁ ଆଣିଥିଲେ। କିଛି ଦିନ ସମ୍ପର୍କ ଠିକ୍‌ ଚାଲିବା ପରେ ପତ୍ନୀ ଗର୍ଭବତୀ ହୋଇଥିଲେ। ପରେ ଧିରେ ଧିରେ ସ୍ବାମୀଙ୍କ ସ୍ତ୍ରୀଙ୍କ ଚରିତ୍ର ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା। ଏହାକୁ ନେଇ ସେ ନିଜର ପିଲା କଥାକୁ ଭୁଲିଯାଇ ରାଗରେ ନିଆଁବାଣ ହୋଇଯାଇଥିଲେ। ନିଜର ଗର୍ଭବତୀ ସ୍ତ୍ରୀଙ୍କ ପେଟ ଉପରେ ବସି ତାଙ୍କ ଗଳା ଚିପି ହତ୍ୟା କରିବାକୁ ପଛାଇ ନ ଥିଲେ। ହାଇଦ୍ରାବାଦରେ ଘଟିଥିବା କିଛି ଏଭଳି ଘଟଣା ଚର୍ଚ୍ଚାରେ ରହିଛି।

ଜାନୁଆରୀ ୧୬ର ଘଟଣା। ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ଜଣେ ୨୧ ବର୍ଷୀୟ ବ୍ୟକ୍ତି କଥିତ ଭାବେ ସନ୍ଦେହ ଯୋଗୁ ଶୋଇଥିବା ଅବସ୍ଥାରେ ପତ୍ନୀଙ୍କ ହତ୍ୟା କରିଛନ୍ତି। ସେ ଏତେ ନିର୍ଦ୍ଦୟ ହୋଇ ଯାଇଥିଲେ ଯେ ପତ୍ନୀଙ୍କ ପେଟରୁ ୭ ମାସର ଛୁଆଟି ବାହାରି ଆସିଥିଲା। ପରେ ସେ ହତ୍ୟାକୁ ଦୁର୍ଘଟଣାର ରୂପ ଦେବାକୁ ଯାଇ ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇ ଦେଇଥିଲେ। ହେଲେ ମୃତକଙ୍କ ମା’ଙ୍କ ଅଭିଯୋଗ ପରେ ମାମଲା ରୁଜୁ କରି ପୋଲିସ ତଦନ୍ତ କରିଥିଲା। ତଦନ୍ତ ପରେ ଜାନୁଆରୀ ୨୦ରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।

ତେବେ ଅନଲାଇନ୍‌ରେ ପ୍ରେମ ପରେ ୨୦୨୨ରେ ଦୁହେଁ ବିବାହ କରିଥିବା ପୋଲିସ କହିଛି। କିଛି ବିବାଦ ଯୋଗୁ ସେମାନେ ଅଲଗା ରହୁଥିଲେ। ପରେ ପରିବାରଲୋକଙ୍କ ମଧ୍ୟସ୍ଥି ଯୋଗୁ ମାସେ ହେଲା ଏକାଠି ରହି ଆସୁଥିଲେ। ଯୁବକଜଣଙ୍କ ପତ୍ନୀଙ୍କର ଅନ୍ୟ କାହା ସହ ସମ୍ପର୍କ ଥିବା ସନ୍ଦେହ କରୁଥିଲେ, ଏଥିଯୋଗୁ ସେ ତାଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ପୋଲିସ କହିଛି।

The post ବିଭତ୍ସ! ଗର୍ଭବତୀ ପତ୍ନୀଙ୍କ ପେଟ ଉପରେ ବସିପଡ଼ିଲେ ୨୧ ବର୍ଷର ଯୁବକ, ଗର୍ଭରୁ ବାହାରି ଆସିଲା ୭ ମାସର ଭ୍ରୁଣ appeared first on Dharitri Odia News.