ବିଭିନ୍ନ ପ୍ରସଙ୍ଗ ନେଇ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗାଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର ୨୧।୦୮ : ବିଧାନସଭାରେ ପୁଣି ବିରୋଧୀଙ୍କ ହଟ୍ଟଗୋଳ। ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ । ଏନେଇ ଘୋଷଣା କରିଲେ ବାଚସ୍ପତି ସୁରମା ପାଢୀ ।  ଖବର ଅନୁଯାୟୀ, ବୁଧବାର ଦିନ ବିଧାନସଭା ଆରମ୍ଭ ହେବା ମାତ୍ରେ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟ ହୋ-ହାଲ୍ଲା ଏବଂ ନାରାବାଜି କରିଥିଲେ । ଯାହାଫଳରେ ଗୃହକୁ ପ୍ରଥମ ୧୧ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ଏହି ସମୟ ବିତିବା ପରେ ପୁଣି ଥରେ ଆରମ୍ଭ ହୋଇଥିଲା ବିଧାନସଭା କାର୍ଯ୍ୟ , ହେଲେ ଚିକିଟି ମଦମୃତତ୍ୟୁ ର ଆର୍‌ଡିସି ସ୍ତରୀୟ ତଦନ୍ତ କରୁଥିଲା ବିଜେଡି । ଆଉ ସେପଟେ ଜନଜାତିଙ୍କୁ ସୁରକ୍ଷା ଦାବି କରି କଂଗ୍ରେସ ବିଧାୟକ ଗୃହରେ ହୋହାଲ୍ଲା କରିଥିଲେ  । ଏପିରିକି ବିରୋଧୀ ସଦସ୍ୟମାନେ ଗୃହ ମଧ୍ୟ ଭାଗକୁ ଆସି ନାରାବାଜି କରିଥିଲେ । ଶେଷରେ ବାଧ୍ୟ ହୋଇ ବାଚସ୍ପତି ସୁରମା ପାଢୀ ବିଧାନସଭାକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ମଙ୍ଗଳବାର ପରି ବୁଧବାର ଗୃହରେ ସମାନ ଅବସ୍ଥା ଦେଖାଦେଇଛି ।  

ବିଭିନ୍ନ ପ୍ରସଙ୍ଗ ନେଇ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗାଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର ୨୧।୦୮ : ବିଧାନସଭାରେ ପୁଣି ବିରୋଧୀଙ୍କ ହଟ୍ଟଗୋଳ। ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ । ଏନେଇ ଘୋଷଣା କରିଲେ ବାଚସ୍ପତି ସୁରମା ପାଢୀ ।  

ଖବର ଅନୁଯାୟୀ, ବୁଧବାର ଦିନ ବିଧାନସଭା ଆରମ୍ଭ ହେବା ମାତ୍ରେ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟ ହୋ-ହାଲ୍ଲା ଏବଂ ନାରାବାଜି କରିଥିଲେ । ଯାହାଫଳରେ ଗୃହକୁ ପ୍ରଥମ ୧୧ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ଏହି ସମୟ ବିତିବା ପରେ ପୁଣି ଥରେ ଆରମ୍ଭ ହୋଇଥିଲା ବିଧାନସଭା କାର୍ଯ୍ୟ , ହେଲେ ଚିକିଟି ମଦମୃତତ୍ୟୁ ର ଆର୍‌ଡିସି ସ୍ତରୀୟ ତଦନ୍ତ କରୁଥିଲା ବିଜେଡି । ଆଉ ସେପଟେ ଜନଜାତିଙ୍କୁ ସୁରକ୍ଷା ଦାବି କରି କଂଗ୍ରେସ ବିଧାୟକ ଗୃହରେ ହୋହାଲ୍ଲା କରିଥିଲେ  । ଏପିରିକି ବିରୋଧୀ ସଦସ୍ୟମାନେ ଗୃହ ମଧ୍ୟ ଭାଗକୁ ଆସି ନାରାବାଜି କରିଥିଲେ । ଶେଷରେ ବାଧ୍ୟ ହୋଇ ବାଚସ୍ପତି ସୁରମା ପାଢୀ ବିଧାନସଭାକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ମଙ୍ଗଳବାର ପରି ବୁଧବାର ଗୃହରେ ସମାନ ଅବସ୍ଥା ଦେଖାଦେଇଛି ।