ବିମାନ ଉଡ଼ାଣ ବିଳମ୍ୱରେ ଯାତ୍ରୀଙ୍କୁ ହ୍ୱାଟ୍ସଆପରେ ଜଣାଇବେ ଏୟାରଲାଇନ୍ସ, DGCA ଜାରି କଲା ଏସଓପି
ନୂଆଦିଲ୍ଲୀ: ଏୟାରଲାଇନ୍ସ ପାଇଁ ଉତ୍ତମ ଯୋଗାଯୋଗ ଏବଂ ଯାତ୍ରୀଙ୍କ ସୁବିଧା ପାଇଁ ଡିଜିସିଏ ଏକ ଏସଓପି ଜାରି କରିଛି । ଇଣ୍ଡିଗୋ ବିମାନ ଘଟଣା ପରେ ଡିଜିସିଏ ଏସଓପି ଜାରି କରିବା କଥା କହିଥିଲା । ଏହା ଅନୁସାରେ ଏୟାରଲାଇନ୍ସଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ବିମାନ ଉଡାଣରେ ବିଳମ୍ୱ ହେବା କିମ୍ୱା ଲୋକଙ୍କୁ ହେବାକୁ ଥିବା ଅସୁବିଧା ସମ୍ପର୍କରେ ଉଚିତ ସୂଚନା ଦିଆଯିବା ଦରକାର । ଏହାସହ ଏୟାରଲାଇନ୍ସ ନିୟମିତ ଭାବେ ଯାତ୍ରୀଙ୍କୁ ସୂଚନା ଉପଲବ୍ଧ କରାଇବାକୁ ପଡ଼ିବ । ଏଥିପାଇଁ ବିମାନ କମ୍ପାନି କର୍ମଚାରୀଙ୍କୁ ମଧ୍ୟ ସଠିକ୍ ରୂପେ ସଚେତନ କରାଯିବ ଦରକାର । ଏପରିକି ବିମାନ ବିଳମ୍ୱ କ୍ଷେତ୍ରରେ ଯାତ୍ରୀଙ୍କୁ ହ୍ୱାଟ୍ସଆପ ଜରିଆରେ ସୂଚନା ଦିଆଯିବ । ବିମାନ କମ୍ପାନିଗୁଡିକ ପାଇଁ ଜାରି ନିର୍ଦ୍ଦେଶ ଏୟାରଲାଇନ୍ସ ନିଜ ଉଡାଣ ବିଳମ୍ୱ ସମ୍ପର୍କିତ ସଠିକ୍ ରିୟଲ୍ ଟାଇମ ସୂଚନା ପ୍ରଦାନ କରିବେ । ଯାହାକୁ ଯାତ୍ରୀଙ୍କ ସହ ସେୟାର କରାଯିବ । ପ୍ରଭାବିତ ଯାତ୍ରୀଙ୍କୁ ଏସଏମଏସ କିମ୍ୱା ହ୍ୱାଟ୍ସଆପ୍ ଏବଂ ଇ-ମେଲ୍ ଜରିଆରେ ଆଗ୍ରୀମ ସୂଚନା ପ୍ରଦାନ କରିବାକୁ ପଡିବ । ବିମାନ ବନ୍ଦରରେ ଅପେକ୍ଷାରତ ଯାତ୍ରୀଙ୍କୁ ଉଡାଣରେ ବିଳମ୍ୱ ସମ୍ପର୍କିତ ଅପଡେଟ୍ ସୂଚନା ଦେବାକୁ ପଡିବ । ବିମାନ ବନ୍ଦରରେ ଏୟାରଲାଇନ୍ସ କର୍ମଚାରୀଙ୍କୁ ଠିକ୍ ଭାବେ ସମ୍ପର୍କ ସ୍ଥାପନ ଏବଂ ଉଡାଣ ବିଳମ୍ୱ ବିଷୟରେ ଯାତ୍ରୀଙ୍କୁ ଗମ୍ଭୀରତା ସହ ବୁଝାଇବାକୁ ପଡ଼ିବ । ପଢନ୍ତୁ: ଗ୍
ନୂଆଦିଲ୍ଲୀ: ଏୟାରଲାଇନ୍ସ ପାଇଁ ଉତ୍ତମ ଯୋଗାଯୋଗ ଏବଂ ଯାତ୍ରୀଙ୍କ ସୁବିଧା ପାଇଁ ଡିଜିସିଏ ଏକ ଏସଓପି ଜାରି କରିଛି । ଇଣ୍ଡିଗୋ ବିମାନ ଘଟଣା ପରେ ଡିଜିସିଏ ଏସଓପି ଜାରି କରିବା କଥା କହିଥିଲା । ଏହା ଅନୁସାରେ ଏୟାରଲାଇନ୍ସଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ବିମାନ ଉଡାଣରେ ବିଳମ୍ୱ ହେବା କିମ୍ୱା ଲୋକଙ୍କୁ ହେବାକୁ ଥିବା ଅସୁବିଧା ସମ୍ପର୍କରେ ଉଚିତ ସୂଚନା ଦିଆଯିବା ଦରକାର । ଏହାସହ ଏୟାରଲାଇନ୍ସ ନିୟମିତ ଭାବେ ଯାତ୍ରୀଙ୍କୁ ସୂଚନା ଉପଲବ୍ଧ କରାଇବାକୁ ପଡ଼ିବ । ଏଥିପାଇଁ ବିମାନ କମ୍ପାନି କର୍ମଚାରୀଙ୍କୁ ମଧ୍ୟ ସଠିକ୍ ରୂପେ ସଚେତନ କରାଯିବ ଦରକାର । ଏପରିକି ବିମାନ ବିଳମ୍ୱ କ୍ଷେତ୍ରରେ ଯାତ୍ରୀଙ୍କୁ ହ୍ୱାଟ୍ସଆପ ଜରିଆରେ ସୂଚନା ଦିଆଯିବ ।
ବିମାନ କମ୍ପାନିଗୁଡିକ ପାଇଁ ଜାରି ନିର୍ଦ୍ଦେଶ
ଏୟାରଲାଇନ୍ସ ନିଜ ଉଡାଣ ବିଳମ୍ୱ ସମ୍ପର୍କିତ ସଠିକ୍ ରିୟଲ୍ ଟାଇମ ସୂଚନା ପ୍ରଦାନ କରିବେ । ଯାହାକୁ ଯାତ୍ରୀଙ୍କ ସହ ସେୟାର କରାଯିବ । ପ୍ରଭାବିତ ଯାତ୍ରୀଙ୍କୁ ଏସଏମଏସ କିମ୍ୱା ହ୍ୱାଟ୍ସଆପ୍ ଏବଂ ଇ-ମେଲ୍ ଜରିଆରେ ଆଗ୍ରୀମ ସୂଚନା ପ୍ରଦାନ କରିବାକୁ ପଡିବ । ବିମାନ ବନ୍ଦରରେ ଅପେକ୍ଷାରତ ଯାତ୍ରୀଙ୍କୁ ଉଡାଣରେ ବିଳମ୍ୱ ସମ୍ପର୍କିତ ଅପଡେଟ୍ ସୂଚନା ଦେବାକୁ ପଡିବ । ବିମାନ ବନ୍ଦରରେ ଏୟାରଲାଇନ୍ସ କର୍ମଚାରୀଙ୍କୁ ଠିକ୍ ଭାବେ ସମ୍ପର୍କ ସ୍ଥାପନ ଏବଂ ଉଡାଣ ବିଳମ୍ୱ ବିଷୟରେ ଯାତ୍ରୀଙ୍କୁ ଗମ୍ଭୀରତା ସହ ବୁଝାଇବାକୁ ପଡ଼ିବ ।
ପଢନ୍ତୁ: ଗ୍ରହଣୀୟ ନୁହେଁ…ପାଏଲଟ୍ଙ୍କ ଉପରେ ଆକ୍ରମଣ ଘଟଣାରେ କେନ୍ଦ୍ରମନ୍ତ୍ରୀ ସିନ୍ଧିଆଙ୍କ କଡ଼ା ସନ୍ଦେଶ
ଘନ କୁହୁଡ଼ି କିମ୍ୱା ପ୍ରତିକୂଳ ପାଣିପାଗ ସ୍ଥିତକୁ ଧ୍ୟାନରେ ରଖି ବିମାନ କମ୍ପାନି ଏପରି ଉଡାଣକୁ ସମୟ ପୂର୍ବରୁ ରଦ୍ଦ କରିପାରିବେ, ଯେଉଁଥିରେ ଅଧିକ ବିଳମ୍ୱ ଆଶଂକା ରହିଛି । କିନ୍ତୁ ଏଥିପାଇଁ ସମୟ ପୂର୍ବରୁ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ, ଯାହା ଦ୍ୱାରା ବିମାନ ବନ୍ଦର ଏବଂ ଯାତ୍ରୀଙ୍କ ଅସୁବିଧାକୁ କମ କରାଯାଇ ପାରିବ । ସମସ୍ତ ବିମାନ କମ୍ପାନି ନିର୍ଦ୍ଦେଶକୁ ତୁରନ୍ତ ମାନିବେ ବୋଲି କୁହାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ ଘନ କୁହୁଡ଼ି ଯୋଗୁଁ ଦିଲ୍ଲୀ ବିମାନ ବନ୍ଦରରେ ବିମାନ ଉଡାଣ ଅଧିକ ପ୍ରଭାବିତ ହୋଇଛି । ଅନେକ ବିମାନ ପାଞ୍ଚରୁ ସାତ ଘଣ୍ଟା ବିଳମ୍ୱରେ ଯାତ୍ରା କରୁଛନ୍ତି । ଅନେକ ବିମାନକୁ ରଦ୍ଦ କରାଯାଇଥିବା ବେଳେ କିଛିର ରୁଟ୍ ପରିବର୍ତ୍ତନ କରାଯାଇଛି । ରବିବାର ୪ରୁ ଅଧିକ ବିମାନ ଆଇଜିଆଇ ବିମାନ ବନ୍ଦରରୁ ବିଳମ୍ୱରେ ଉଡାଣ ଭରିଥିଲେ । ସୋମବାର ମଧ୍ୟ ୧୦୦ରୁ ଅଧିକ ବିମାନ ବିଳମ୍ୱରେ ଉଡାଣ ଭରିଥିଲେ । ବିମାନ ସେବା ପ୍ରଭାବିତ ହେବା କାରଣରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି ।
Also read: ୧୩ ଘଣ୍ଟା ବିଳମ୍ୱ ହେଲା ବିମାନ ବୋଲି ରାଗିଗଲେ ଯାତ୍ରୀ, ପାଇଲଟଙ୍କୁ ମାରିଲେ ଚାପୁଡା
The post ବିମାନ ଉଡ଼ାଣ ବିଳମ୍ୱରେ ଯାତ୍ରୀଙ୍କୁ ହ୍ୱାଟ୍ସଆପରେ ଜଣାଇବେ ଏୟାରଲାଇନ୍ସ, DGCA ଜାରି କଲା ଏସଓପି appeared first on Prameya News7.